ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଚୀନ୍ ସେନାରେ ଅଶାନ୍ତି; ଦୁର୍ନୀତି କାରଣରୁ କଟକଣା, ତାଇୱାନ ଉପରେ ହିଂସାତ୍ମକ ଦୃଷ୍ଟିକୋଣରୁ ଅଧିକ କଟକଣା

Image sourtesy: Amarujala

ନୂଆଦିଲ୍ଲୀ,୦୭/୦୧: ଗତ କିଛି ମାସ ହେବ, ଚୀନ୍ ସେନାରେ ବିବାଦ ଦେଖାଦେଇଛି। ଏହି କାରଣରୁ ଦୁର୍ନୀତି ଅଭିଯୋଗ ହେତୁ ଉଚ୍ଚସ୍ଥରୀୟ କମାଣ୍ଡର ତଥା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ହଟାଇ ଦିଆଯାଇଥିଲା। ଏପରି ପରିସ୍ଥିତିରେ, ବୁଡ଼ାଜାହାଜ ନଷ୍ଟ ହେବାକୁ ନେଇ ମଧ୍ୟ କଳ୍ପନାଜଳ୍ପନା କରାଯାଇଥିଲା। ଏସବୁ ମଧ୍ୟରେ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଆହୁରି ଆକ୍ରମଣାତ୍ମକ ହୋଇପଡ଼ିଛି। ବିଶେଷ କରି ତାଇୱାନ ଉପରେ ତାଙ୍କର ହିଂସାତ୍ମକ ଦୃଷ୍ଟିକୋଣକୁ ନେଇ ସେ ଅଧିକ ଚିନ୍ତା ପ୍ରକଟ କରିଛନ୍ତି।

ଚୀନ୍‌ ସେନାର ଆଣବିକ ଚାଳିତ ବୁଡ଼ାଜାହାଜ ବୁଡ଼ିଯିବାର ଗୁଜବ ଉପରେ ୱାଶିଂଟନ୍‌ର ନ୍ୟାସନାଲ ଡିଫେନ୍ସ ୟୁନିଭରସିଟିର ବରିଷ୍ଠ ଅନୁସନ୍ଧାନକାରୀ ଡକ୍ଟର ଜୋଏଲ୍ ୱଥନୋ କହିଛନ୍ତି ଯେ, 'ଏହା ଏକ ଗୁରୁତ୍ବପୂର୍ଣ୍ଣ ମାମଲା। ମୁଁ ଭାବୁଛି ଯେ, ଖୁବଶୀଘ୍ର ଏନେଇ ଏକ ସୂଚନା ସାର୍ବଜନୀନ ଡୋମେନରେ ପ୍ରକାଶ କରାଯାଇପାରେ। ଚୀନ୍‌ ଏହାର ତ୍ରୁଟିକୁ ସ୍ବୀକାର କରିବା ଆବଶ୍ୟକ। 

ଆମେରିକାର ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ ଅକ୍ଟୋବର ଶେଷରେ ଚୀନ୍‌ ସେନାର ସାମୂହିକ ବିକାଣକୁ ନେଇ ଏକ ୱେବିନାର ଆୟୋଜନ କରିଥିଲା। ଚୀନ୍ ଏରୋସ୍ପେସ୍ ଷ୍ଟଡିଜ୍ ପ୍ରତିଷ୍ଠାନର ଅନୁସନ୍ଧାନ ନିର୍ଦ୍ଦେଶକ ରୋଡେରିକ୍ ଲି କହିଛନ୍ତି ଯେ ଚୀନ୍ ସୈନ୍ୟବାହିନୀର ଅଶାନ୍ତି ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ନିଖୋଜ ବିଷୟକୁ ନେଇ ଅନେକ ଗୁଜବ ରହିଛି। କିନ୍ତୁ ଏହା ପଛରେ ବଡ଼ ଧରଣର ଦୁର୍ନିତି ଲୁଚି ରହିବି ବୋଲି ସନ୍ଦେହ ଉପୁଜିଛି।

 

Copyright © 2022 - Summa Real Media Private Limited. All Rights Reserved.