ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‌ ଓ ପ୍ରୋଜେକ୍ଟ ପରୀକ୍ଷା, ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା!

ଭୁବନେଶ୍ୱର,୦୨/୧୨: ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୨୪ ପରୀକ୍ଷାର ପ୍ରାକ୍ଟିକାଲ୍‌ ପରୀକ୍ଷା ତାରିଖ ଘୋଷଣା ହୋଇଛି । ଜାନୁଆରୀ  ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ୍‌ ଓ ପ୍ରୋଜେକ୍ଟ ପରୀକ୍ଷା ହେବ । ସେହିପରି ଫେବୃଆରୀ ୧୬ରୁ ଥିଓରୀ ପରୀକ୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ଥିଓରୀ ପରୀକ୍ଷା ସଂପର୍କିତ ସମସ୍ତ ବିବରଣୀ ଖୁବ୍‌ଶୀଘ୍ର ପ୍ରକାଶ ପାଇବ । ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା  ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ସୂଚନାଯୋଗ୍ୟ, ଜାନୁଆରୀ ୨ରୁ ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ  ପରୀକ୍ଷା ହେବ । ବିଜ୍ଞାନ ବିଭାଗର ଫ୍ରିଜିକ୍ସ୍‌, କ୍ରେମେଷ୍ଟ୍ରି, ବଟାନୀ,  ଜୁଲୋଜି, ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାଓ ଟେକ୍ନୋଲୋଜି,  ପରିସଂଖ୍ୟାନ, ଜିଓଗ୍ରାଫି, ଜିଓଲୋଜି ଏବଂ ଇନ୍‌ଫର୍‌ମେସନ୍‌  ଟେକ୍ନୋଲୋଜି ବିଷୟ ବସ୍ତୁର ପ୍ରାକ୍ଟିକାଲ ହେବ । ସେହିପରି  କଳା ବିଭାଗର ଏଜୁକେସନ୍‌, ଇନ୍‌ଫର୍‌ମେସନ୍‌ ଟେକ୍ନୋଲୋଜି,  ମନସ୍ତତ୍ତ୍ୱ, ଆନ୍ଥ୍ରୋପୋଲୋଜି, ଇଣ୍ଡିଆନ୍‌ ମ୍ୟୁଜିକ୍‌, ହୋମ୍‌ ସାଇନ୍ସ,  ପରିସଂଖ୍ୟାନ, ଜିଓଗ୍ରାଫି ବିଷୟ ବସ୍ତୁର ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ ।  

ସେହିପରି ବାଣିଜ୍ୟ, ଇଣ୍ଟିଗ୍ରେଡେଟ୍‌ ଧନ୍ଦାମୂଳକ ଶିକ୍ଷା ଟ୍ରେଡ୍‌,  ଧନ୍ଦାମୂଳକ ଶିକ୍ଷା ଟ୍ରେଡ୍‌ରେ ପରୀକ୍ଷା ହେବ । ସମସ୍ତ ଟ୍ରେଡ୍‌ ପାଇଁ  ଅର୍ଥାତ୍‌ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ  ଧନ୍ଦାମୂଳକ ଶିକ୍ଷାର ଏକ ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ । ବାଣିଜ୍ୟ  ବିଭାଗ ପାଇଁ ପ୍ରୋଜେକ୍ଟ ପରୀକ୍ଷା ହେବ । ଏନେଇ ସମସ୍ତ ବିବରଣୀ  ସିଏଚ୍‌ଏସ୍‌ଇ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି । ଅନ୍ୟ ପଟେ  ଫେବୃଆରୀ ୧୬ରୁ ଯୁକ୍ତ ୨ ଥିଓରୀ ପରୀକ୍ଷା ହେବ । ଏନେଇ ପରୀକ୍ଷା  ତାରିଖ ସୂଚୀ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ  ବୋଲି ସିଏଚ୍‌ଏସ୍‌ଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.