ମୁମ୍ବାଇ ୦୫/୧୨: ଟିଭିର ଲୋକପ୍ରିୟ ଶୋ’ CID ରେ ଇନ୍ସପେକ୍ଟର ଫ୍ରେଡେରିକ୍ସ (ଫ୍ରେଡି) ଭୂମିକାରେ ଫେମସ୍ ଅଭିନେତା ଦୀନେଶ ଫଡନିସଙ୍କ ଦେହାନ୍ତ ହୋଇଛି। ଏକାଧିକ ଅଙ୍ଗ ବିଫଳତା ହେତୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। CID ରେ 'ଇନ୍ସପେକ୍ଟର ଦୟା' ଭୂମିକାରେ ଅଭିନୟ କରିଥିବା ଅଭିନେତା ଦୟାନନ୍ଦ ଶେଟ୍ଟୀ ଦୀନେଶଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ଦୀନେଶ ରାତି ୧୨.୦୮ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ମୁମ୍ବାଇର ତୁଙ୍ଗା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏକାଧିକ ଅଙ୍ଗ ବିଫଳତା ହେତୁ ତାଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଦୀନେଶ ରବିବାର ଦିନ ହୃଦ୍ଘାତରେ ପୀଡିତ ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ, ଦୟାନନ୍ଦ କହିଥିଲେ ଯେ ଦୀନେଶଙ୍କୁ ହୃଦ୍ଘାତ କାରଣରୁ ନୁହେଁ ବରଂ ଯକୃତ ଜନିତ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଦୀର୍ଘ ଦିନ ଧରି ଟିଭି ଶୋ’ CID ରେ ଇନ୍ସପେକ୍ଟର ଫ୍ରେଡେରିକ୍ସ ଭୂମିକାରେ ଦୀନେଶ ଘରେ ଘରେ ପରିଚିତ ହୋଇଥିଲେ । ତାଙ୍କ କମେଡିର ଫ୍ୟାନ୍ସ ଦିୱାନା ଥିଲେ। ଲୋକପ୍ରିୟ କମେଡି ଶୋ’ ତାରକ ମେହେଟା କା ଓଲଟା ଚଶମାରେ ମଧ୍ୟ ଦୀନେଶଙ୍କୁ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ 'ସୁପର 30' ଏବଂ 'ସରଫରୋଶ' ଭଳି ଫିଲ୍ମରେ ନଜର ଆସିଥିଲେ।
Also Read :-