ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ଆଉ ଏକ ଏୟାରଲାଇନ୍ସ; କମ୍‌ ଭଡ଼ା ଦେଇ କରିପାରିବେ ବିମାନ ଯାତ୍ରା

image source: ABP live

ନୂଆଦିଲ୍ଲୀ,୦୯/୦୭: ଦେଶ ବିମାନ ଯାତ୍ରୀମାନଙ୍କ ପାଇଁ ଏକ ବିମାନସେବା ଭେଟି ଦେବାକୁ ଯାଉଛି। ଏହି ବଜେଟ୍ ଏୟାରଲାଇନ୍ସ 'ଏୟାର କେରଳ' ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମୋଦନ ଲାଭ କରିଛି। ସରକାରଙ୍କ ଠାରୁ ଏନ୍‌ଓସି ପାଇବା ପରେ ଏୟାର କେରଳ ୨୦୨୫ ମସିହାରେ ଏହାର ସେବା ଆରମ୍ଭ କରିବାକୁ ଯୋଜନା କରିଛି।  ଆରମ୍ଭରୁ ଏୟାର କେରଳ ତିନୋଟି ATR 72-600 ବିମାନ ବ୍ୟବହାର କରିବ। ଏହା ଦେଶର ଟାୟାର ୨ ଏବଂ ଟାୟାର ୩ ଭଳି ଛୋଟ ସହରକୁ ଏହା ସଂଯୋଗ କରିବ। 

ଦୁବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର କେରଳକୁ ଏନଓସି ମିଳିଥିବା ଘୋଷଣା କରାଯାଇଥିଲା। ଏୟାର କେରଳକୁ ଦୁବାଇ ବ୍ୟବସାୟୀ ଆଫୀ ଅହମ୍ମଦ ଏବଂ ଆୟୁବ କାଲାଡା ସମର୍ଥନ କରୀଛନ୍ତି। ଏୟାର କେରଳ ଦକ୍ଷିଣ ଭାରତର ପ୍ରଥମ ଆଞ୍ଚଳିକ ବିମାନ ସେବା ହେବ। ଖାଲିଜ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜେଟଫ୍ଲୀ ଆଭିଏସନ ନାଁରେ ପଞ୍ଜୀକୃତ ଏକ ବିମାନ କମ୍ପାନୀ ୩ ବର୍ଷ ପାଇଁ ବିମାନ ପରିବହନ ସେବା ଚଳାଇବାକୁ ଅନୁମତି ପାଇଛି। ଏହି ଅବସରରେ ଆଫୀ ଅହମ୍ମଦ କହିଛନ୍ତି ଯେ ଏହା ଆମର ବହୁ ବର୍ଷର ପରିଶ୍ରମର ଫଳାଫଳ ଅଟେ। ଅନେକ ଲୋକ ଆମ ଯୋଜନା ଉପରେ ପ୍ରଶ୍ନ ଉଠାଇଲେ। କିନ୍ତୁ, ଆମେ ଏହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାରେ ସଫଳ ହୋଇଛୁ।

ଗତ ବର୍ଷ ସ୍ମାର୍ଟ ଟ୍ରାଭେଲ୍ସ ଏଜେନ୍ସିର ପ୍ରତିଷ୍ଠାତା ଆଫି ଅହମ୍ମଦ ଏୟାର କେରଳ ଡଟ୍ ଡୋମେନ୍ ନାଁକୁ ୧ ମିଲିୟନ୍ ଦିରହମ୍‌ରେ କିଣିଥିଲେ। ପ୍ରଥମ ଥର ପାଇଁ ୨୦୦୫ ରେ କେରଳ ସରକାର ଏୟାର କେରଳ ବିଷୟରେ ଯୋଜନା କରିଥିଲେ। ରିପୋର୍ଟ ଅନୁଯାୟୀ, ବିମାନ ସେବା ଆସନ୍ତା ବର୍ଷଠାରୁ ଉଡ଼ାଣ ସହିତ ଆରମ୍ଭ ହେବ। ଛୋଟ ସହରକୁ ସୁଲଭ ବିମାନ ସେବା ଯୋଗାଇବାକୁ ଏୟାର କେରଳ ଯୋଜନା କରିଛି। ଆୟୁବ କାଲାଡା କହିଛନ୍ତି ଯେ ବର୍ତ୍ତମାନ ଆମେ ବିମାନ କ୍ରୟ କରି ଏୟାର ଅପରେଟର ସାର୍ଟିଫିକେଟ୍ (AOC) ପାଇବାକୁ ଚେଷ୍ଟା କରିବୁ। ବିମାନ କିଣିବା ବ୍ୟତୀତ ସେ ଏଗୁଡ଼ିକୁ ଲିଜ୍ ନେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.