ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭଉଁରୀ ଯାତ୍ରାରେ ବାଣ ବିସ୍ଫୋରଣ: ସମ୍‌ ହସ୍ପିଟାଲରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ୩୦/୦୫:  ଶ୍ରୀକ୍ଷେତ୍ରରେ ଭଉଁରି ଯାତ୍ରା ବେଳେ ନରେନ୍ଦ୍ର ଦଶତୁଠ ନିକଟରେ ବାଣ ବିସ୍ଫୋରଣ ଘଟଣା।  ସମ୍ ହସ୍ପିଟାଲରେ ଚିକିତ୍ସତ ହେଉଥିବା ଆହତଙ୍କୁ ଭେଟିବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ। ମେଡିକାଲ କର୍ତ୍ତୃପକ୍ଷଙ୍କ ସହ କଲେ ଆଲୋଚନା। ଏହି ସହିତ ଆଶୁଆରୋଗ୍ୟ ମଧ୍ୟ କାମନା କରଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନା ମୁତାବିକ, ବୁଧବାର ପ୍ରାୟ ୧୧ ରାତିରେ ଶ୍ରୀଜିଉଙ୍କ ଚାପଖେଳର ଦୁର୍ଲଭ ଦୃଶ୍ୟ ଦେଖିବାକୁ ଲୋକାରଣ୍ୟ ହୋଇଉଠିଥିଲା ଦେବୀଘାଟ । ଶ୍ରଦ୍ଧାଳୁଙ୍କ ମନରେ ଭରି ରହିଥିବା ଆନନ୍ଦ ଉଲ୍ଲାସ ମାତ୍ର କେଇ ମିନିଟ୍‌ରେ ବଦଳିଗଲା ଦୁଃଖରେ । ଚାପ ଖେଳ ନିମନ୍ତେ ଆସିଥିବା ଆତସବାଜିର  ନିଆଁରେ ନିମିଷକ ମଧ୍ୟରେ ବଦଳାଇ ଦେଲା ଚିତ୍ର । କିଛି ଭାବିବା ପୂର୍ବରୁ ଅନେକଙ୍କ ଶରୀରରେ ନିଆଁ ଲାଗିଗଲା ଅନେକ ଶ୍ରଦ୍ଧାଳୁ ପ୍ରାଣ ବିକଳରେ ନରେନ୍ଦ୍ରକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟଲୋକ ଆହତ ମାନଙ୍କୁ ଉଦ୍ଧାର କରିଛି ପୁରୀ ମୁଖ୍ୟ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ।

ବାଣ ବିସ୍ଫୋରଣରେ ୫୦ରୁ ଅଧିକ ପୋଡ଼ି  ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଶିଶୁ, ମହଳା ଓ  ପୁରୁଷ ଅଛନ୍ତି । ୨୫ରୁ ଅଧିକଙ୍କ ଅବସ୍ଥା ସଂକଟାପନ୍ନ ରହିଛନ୍ତି । ଗୁରୁତର ହୋଇଥିବା ଅଧିକାଂଶଙ୍କ ଶରୀରର  ୭୦ ଭାଗରୁ ଅଧିକ ପୋଡ଼ି ଯାଇଛି । ସେମାନଙ୍କ  ମଧ୍ୟରୁ ଅନେକ ଏଭଳି ପୋଡି ଯାଇଛନ୍ତି ସେମାନଙ୍କୁ  ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି । ସମସ୍ତ  ଆହତଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ପ୍ରାୟ  ୨୫ ଜଣଙ୍କୁ ଏମ୍ସ ଭୁବନେଶ୍ୱର, ଏସ୍‌ସିବି କଟକ,  ସମ ହସ୍ପିଟାଲ, ସମ ଅଲ୍ଟିମେଟ ଓ ଫୁଲନଖରାସ୍ଥିତ ସମ ହସ୍ପିଟାଲ ସ୍ଥାନାନ୍ତରିତ କରଯାଇଥିଲା।

ଆଜି ସକାଳେ ଏସ୍‌ସିବିରେ ଜଣେ ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରାଣ ହାଇଛନ୍ତି। ଏବେ ବି ଅନେକ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି। ବଡ ମେଡିକାଲରେ ସର୍ଜରୀ ବିଭାଗରେ ପ୍ରାୟ ୬ ଜଣଙ୍କ ଚିକିତ୍ସା ଜାରି ରହିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.