କୋଣାର୍କ ୧୫।୯- କୋଣାର୍କରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜୀବନକୁ ବାଜି ଲଗାଇ ଜଣେ କଲେଜ ଛାତ୍ରୀ ଗୁରୁତର ଅବସ୍ତାରେ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ୱରରୁ କୋଣାର୍କ ଆସୁଥିବା ମୋବସ ଭଗବତୀ ମହାବିଦ୍ୟାଳୟ ନିକଟରେ ପହଁଚିବା ସମୟରେ ଦିନ ୧୧ଟା ସମୟରେ ଭଗବତୀ ମହାବିଦ୍ୟାଳୟର +୨ ପ୍ରଥମ ବର୍ଷ ଛାତ୍ରୀ ମୋ-ବସ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଛାତ୍ରୀ ଜଣକ ନିଜର ଦୁଇ ହାତ କାଟି ବସ ସମ୍ମୁଖକୁ ଡେଇଁ ପଡ଼ିଥିଲେ । ବସ ଚାଳକ ହଠାତ୍ ବ୍ରେକ ମାରି ଗାଡି ଅଟକାଇ ଦେଇଥିଲେ। ଘଟଣାସ୍ଥଳରେ ଛାତ୍ରଛାତ୍ରୀମାନେ ପହଂଚିଥିଲେ। ଗୁରୁତର ଅବସ୍ତାରେ ଛାତ୍ରୀଙ୍କୁ ପ୍ରଥମେ କୋଣାର୍କ ଓ ପରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଯାଇଥିଲା। ଛାତ୍ରୀ ଜଣକ ଚିକିତ୍ସା ହେଉଥିବାବେଳେ ଘଟଣା ସମ୍ପର୍କରେ ଛାତ୍ରୀଙ୍କ ଅଭିଭାବକଙ୍କୁ ଜଣାଇ ଦିଆଯାଇଥିବା ଅଧ୍ୟକ୍ଷ ଅବଦାର ମିଶ୍ର ସୂଚନା ଦେଇଛନ୍ତି।

ରେଡ଼କ୍ରସ୍ ପକ୍ଷରୁ ପ୍ରଶିକ୍ଷଣ ଶିବିର, ସାମିଲ ହୋଇଥିଲ...