ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ଯୁବକ, କନ୍ୟା ନ ମିଳିବାରୁ କ୍ଷତିପୂରଣ ଦେଲା ମାଟ୍ରିମୋନି ସାଇଟ୍

ନୂଆଦିଲ୍ଲୀ ୨୦/୦୬: ଆଜିକାଲି ଜୀବନସାଥୀ ସନ୍ଧାନ ଲାଗି ବହୁ ଲୋକ ମାଟ୍ରିମୋନି ୱେବସାଇଟ୍‌ ଉପରେ ଭରସା କରୁଛନ୍ତି । ମଧ୍ୟସ୍ଥିଙ୍କ ଝାମେଲା  ବିନା ବର, କନ୍ୟା ପାତ୍ର ସହଜରେ ମିଳୁଥିବାରୁ ମାଟ୍ରିମୋନିକୁ ପ୍ରାଥମିକତା ମିଳୁଛି । ତେବେ କେରଳର ଏର୍ଣ୍ଣାକୁଲମ୍‌ ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କୁ ଉପଯୁକ୍ତ ଜୀବନସାଥୀ ମିଳିବାରେ ସହାୟତା କରିବା ସମ୍ବନ୍ଧିତ ପ୍ରତିବଦ୍ଧତା ପୂରଣ ନ କରିବା ଯୋଗୁ ଏକ ମାଟ୍ରିମୋନି ୱେବସାଇଟ୍‌ ବିରୋଧରେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ସେହି ମାମଲାରେ  ଗତ ମେ ୧୫ରେ ଅଦାଲତଙ୍କ ରାୟ ଆସିଛି । ଅଦାଲତ  ଅଭିଯୋଗକାରୀଙ୍କୁ ୨୫,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ  କରିବାକୁ ମାଟ୍ରିମୋନି ୱେବସାଇଟ୍‌କୁ କହିଛନ୍ତି । ଏଥିସହିତ ମାମଲା ପରିଚାଳନା ବାବଦରେ ବ୍ୟକ୍ତିଙ୍କର ହୋଇଥିବା ଖର୍ଚ୍ଚ (୩ ହଜାର ଟଙ୍କା) ମଧ୍ୟ ପଇଠ  କରିବାକୁ କଂପାନିକୁ ନିର୍ଦ୍ଦେଶ ମିଳିଛି ।  ୨୦୧୯ ମସିହା, ମେ ମାସରେ ଚେରଥାଲାର ଜଣେ ବ୍ୟକ୍ତି ଏର୍ଣ୍ଣାକୁଲମ୍‌ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।  

ସେଥିରେ ସେ ଦର୍ଶାଇଥିଲେ ଯେ,  ୨୦୧୮ ମସିହାରେ ସେ କେରଳ ମାଟ୍ରିମୋନି ୱେବସାଇଟ୍‌ରେ ନିଜର ବାୟୋଡାଟା ପଞ୍ଜୀକରଣ କରାଇଥିଲେ । ସେତେବେଳେ ମାଟ୍ରିମୋନିର ଜଣେ କର୍ମଚାରୀ ତାଙ୍କୁ ୩ ମାସ ପାଇଁ ୪୧୦୦  ଟଙ୍କା ସବ୍‌ସ୍କ୍ରିପ୍‌ସନ୍‌ ଫି’ ଦେଲେ ଉପଯୁକ୍ତ ଜୀବନସାଥୀଙ୍କର ସନ୍ଧାନ ମିଳିବ ବୋଲି କହିଥିଲେ । ସେ ଅନୁସାରେ ବ୍ୟକ୍ତିଜଣକ  ଶୁଳ୍କ ପଇଠ କରି ସଦସ୍ୟ ହୋଇଥିଲେ । କିନ୍ତୁ ତା’ପରେ ସେ ମାଟ୍ରିମୋନିକୁ ଫୋନ୍‌ କରିବାରୁ କେହି ତାଙ୍କ କଥା ଶୁଣିନଥିଲେ ।  

ଏ ସଂପର୍କରେ କଂପାନି ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଅଭିଯୋଗକାରୀ ସେମାନଙ୍କର କ୍ଲାସିକ୍‌ ପ୍ୟାକେଜ୍‌ର ସବ୍‌ସ୍କ୍ରିପସନ୍‌ ନେଇଥିଲେ । ସେ ଅନୁସାରେ ତାଙ୍କୁ ଅନେକଗୁଡିଏ ପ୍ରୋଫାଇଲ୍‌  ଦେଖିବାର ସୁଯୋଗ ମିଳିବା ସହିତ ସେଥିସହ ଜଡ଼ିତ ୫୦ଟି ନମ୍ବର  ସହିତ ଯୋଗାଯୋଗର ସୁବିଧା ମିଳିଥିଲା । କଂପାନି ପକ୍ଷରୁ ତାଙ୍କୁ ଏହି ସବୁ ସର୍ତ୍ତାବଳୀ ବିଷୟରେ ସ୍ପଷ୍ଟ ଭାବେ ବୁଝାଯାଇଥିଲା । ଆମେ କେବେହେଲେ ଅଭିଯୋଗକାରୀଙ୍କୁ ବିବାହର ବ୍ୟବସ୍ଥା କରିବୁ ବୋଲି କହିନଥିଲୁ । ସେ ଏ ନେଇ କୌଣସି ପ୍ରମାଣ ବି ଦେଖାଇ  ପାରିବେ ନାହିଁ । କଂପାନିର ଦାୟିତ୍ୱ କେବଳ ଜଣେ ମଧ୍ୟସ୍ଥ ଭାବେ ବିବାହଯୋଗ୍ୟା କନ୍ୟାଙ୍କ ସଂପର୍କରେ ୱେବସାଇଟ୍‌ରେ  ତଥ୍ୟ ପ୍ରଦାନ କରିବା । ଏହାପରେ ଅଦାଲତ କହିଥିଲେ ଯେ, କେରଳ ମାଟ୍ରିମୋନି ପକ୍ଷରୁ ଗ୍ରାହକଙ୍କୁ ପ୍ରତିଶ୍ରୁତି ମୁତାବକ ସେବା ଯୋଗାଯାଇ ଥିବାର କୌଣସି ପ୍ରମାଣ ନାହିଁ । ଆହୁରି  ଅନେକ ପୀଡିତ ମଧ୍ୟ ଏଭଳି ସମସ୍ୟା ସାମ୍ନା କରିଛନ୍ତି । ତେଣୁ  ଅଭିଯୁକ୍ତଙ୍କୁ କଂପାନି ପକ୍ଷରୁ କ୍ଷତିପୂରଣ ଦେବାକୁ ପଡିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.