ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ବେଙ୍ଗାଲୁରୁରେ ସୋଆ ଆୟୋଜିତ ଆଲିଶିପ୍ ++ରେ କର୍ପୋରେଟ ନେତୃତ୍ୱ ଯୋଗଦାନ

ଭୁବନେଶ୍ୱର, ୨୬/୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ଶନିବାର ବେଙ୍ଗାଲୁରୁଠାରେ କର୍ପୋରେଟ ନେତୃବୃନ୍ଦଙ୍କୁ ନେଇ ‘ଆଲିଶିପ୍ ++’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ଜଣ କର୍ପୋରେଟ ନେତୃବୃନ୍ଦ ଯୋଗଦେଇଥିଲେ । ଏଥିରେ ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ୱାର୍ଲ୍ଡ ଚାମ୍ପିଅନ୍‌ସିପ ପଦକ ହାସଲ କରିଥିବା ଅଲିମ୍ପିଆନ୍ ଅଞ୍ଜୁ ବବି ଜର୍ଜଙ୍କ ସମେତ ବିଭିନ୍ନ ପ୍ରତିଷ୍ଠିତ ବକ୍ତା ଓ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । 

ଜର୍ଜ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲି ଯୋଗଦେଇ ‘କ୍ରୀଡ଼ା କ୍ଷେତ୍ରରେ ନେତୃତ୍ୱ’ ପ୍ରସଙ୍ଗରେ ବକ୍ତବ୍ୟ ରଖି ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ନିଜ ଅନୁଭୂତି ଓ ଚିନ୍ତାଧାରା ବଖାଣିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ରଖିବା ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସୋଆର ଡିନ୍ (କର୍ପୋରେଟ୍ ରିଲେସନ୍ସ ଆଣ୍ଡ ପ୍ଲେସ୍‌ମେଂଟ) ଡକ୍ଟର ରାଜ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । 

ଓପନ୍ ଲିଙ୍କ ଫାଉଣ୍ଡେସନ୍‌ର ଚିଫ୍ ଷ୍ଟ୍ରାଟେଜିଷ୍ଟ ରାଜୀବ କୁମାର ସିଂ ଆୟୋଜିତ ଆଲୋଚନାଚକ୍ରକୁ ସଂଚାଳନ କରିଥିଲେ । ଏଥିରେ ଲିଡରସିପ୍ ଏବଂ କର୍ପୋରେଟ ରିଲେସନ୍ କ୍ଷେତ୍ରରେ ବର୍ତ୍ତମାନ ଏବଂ ଭବିଷ୍ୟତ ଧାରାକୁ ନେଇ ଆଲୋଚନା କରାଯାଇଥିଲା । ଆଲୋଚନାଚକ୍ରରେ ଇଞ୍ଜିନିୟରିଂ ଏକାଡେମୀ ଅଫ୍ ଏଲ୍ ଆଣ୍ଡଟି ଟେକ୍ନୋଲୋଜି ସର୍ଭିସେସ୍‌ର ଗ୍ଲୋବାଲ ହେଡ୍ ଶ୍ରୀ ପି. ବି. କୋଟୁର, ଟୋରୀ ହ୍ୟାରିସ୍ ଇନ୍‌ଟିଗ୍ରେସନ୍ ସଲ୍ୟୁସନ୍ସର ସିଏଚ୍‌ଆର୍‌ଓ ଶ୍ରୀମତି ସି. ଅପର୍ଣ୍ଣା, ବିଏନ୍‌ୱାଇ ମେଲନ୍‌ର ଉପସଭାପତି ଶ୍ରୀ ବାଲିରାମ୍ ମୁଟାଗେକର ଓ ଟ୍ୟାଲି ସଲ୍ୟୁସନ୍‌ସର ପ୍ରାଇଭେଟ ଲିମିଟେଡ୍‌ର ଚିଫ୍ ପିପୁଲ୍ ଅଫିସର ଡକ୍ଟର ଏସ୍‌. ଜେ. ନାଗାନାଗୌଡଙ୍କ ସମେତ ମାଇକ୍ରୋସଫ୍‌ଟ, ଡେଲ୍‌, ସ୍କାଲାର ଏବଂ ଅନ୍ୟାନ୍ୟ ବିଭିନ୍ନ କମ୍ପାନୀର ନେତୃବର୍ଗ ଏହି ଆଲୋଚନାଚକ୍ରରେ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.