ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

କୋପେନହାଗେନ, ୯ /୬: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡ୍ରିକ୍ସନଙ୍କୁ  ଆକ୍ରମଣ। ଗତ ଶୁକ୍ରବାର ଦିନ କୋପେନହାଗେନ ସ୍କୋୟାରରେ ଜଣେ ବ୍ୟକ୍ତି ତାଙ୍କୁ ମାଡ଼ ମାରିଥିବା ଜଣାପଡିଛି। ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। 

ତେବେ ଚଳିତ ସପ୍ତାହରେ ହେବାକୁ ଥିବା ୟୁରୋପୀୟ ସଂଘ ନିର୍ବାଚନ ପୂର୍ବରୁ ଜର୍ମାନୀରେ ପ୍ରଚାର ଅଭିଯାନରେ ବାହାରିଥିବା ଅନେକ ଦଳୀୟ ରାଜନେତାଙ୍କ ଉପରେ କିଛିଦିନ ହେଲା ଏଭଳି ଆକ୍ରମଣ ହେଉଛି। ଗତ ମାସ ୧୫ ତାରିଖରେ ସ୍ଲୋଭାକ୍ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ହାଣ୍ଡଲୋଭା ସହରରେ ଏକ ସରକାରୀ ବୈଠକ ପରେ ସମର୍ଥକମାନଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ୪ ଥର ଗୁଳିମାଡ଼ ହୋଇଥିଲା। ତେବେ ହତ୍ୟା ଉଦ୍ୟମରୁ ବର୍ତ୍ତିଯାଇଥିବା ଫିକୋ ହସ୍ପିଟାଲରୁ ଏବେ ହୋମ୍ କେୟାରକୁ ଯାଇଛନ୍ତି। 

ଏନେଇ ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେମାନେ ଫ୍ରେଡ୍ରିକ୍ସନଙ୍କୁ ସନ୍ଧ୍ୟା ୬ଟା ପୂର୍ବରୁ ଛକରେ ପହଞ୍ଚିଥିବା ଦେଖିଥିଲେ। ଜଣେ ବ୍ୟକ୍ତି ବିପରୀତ ଦିଗରୁ ଆସି ତାଙ୍କ କାନ୍ଧରେ ଜୋରରେ ଧକ୍କା ଦେଇଥିଲା, ଯାହା ଫଳରେ ସେ ତଳେ ପଡ଼ି ଯିବା ବେଳେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଅଭିଯୁକ୍ତ ଆକ୍ରମଣକାରୀ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ହାତରେ ଧରା ପଡ଼ିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରେଡ୍ରିକ୍ସନଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଏଭଳି ଘଟଣା ପାଇଁ ସେ ଚିନ୍ତିତ ବୋଲି ଟ୍ବିଟ୍‌ କରିଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.