ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବଜ୍ରପାତରେ ଜଣେ ମୃତ

ଦଶମନ୍ତପୁର୨୦/୦୪: ଦଶମନ୍ତପୁର ବ୍ଲକ ଗାଦିଆ ଗୁଡା ପଞ୍ଚାୟତ ଅଧିନସ୍ଥ ବେଜିନି ଖୋଲା ଗାଁରେ ଆଜି ଅପରାହ୍ନରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ୪୨ ବର୍ଷୀୟ ବକ୍ସି ସାଉନ୍ତା । ସୂଚନାରୁ ଜଣାପଡିଛି ଯେ ଆଜି ଅପରାହ୍ନରେ ଗାଁ ନିକଟସ୍ଥ ଧାନ ବିଲକୁ ଜଗିବାକୁ ସ୍ବାମୀ, ସ୍ତ୍ରୀ ଯାଇଥିଲେ ଏବଂ ଘରକୁ ଫେରୁଥିବା ବେଳେ ହଠାତ୍ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା । ଏହି ସମୟରେ ସ୍ବାମୀ ବକ୍ସିକୁ ଖୋଲା ପଡ଼ିଆରେ ବଜ୍ରାଘାତ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏ ନେଇ ସ୍ଥାନୀୟ  ସରପଞ୍ଚ ଆନନ୍ଦ ନାୟକ ଘଟଣା ସମ୍ପର୍କରେ କୋରାପୁଟ ସଦର ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି  ୧୦୮ ଆମ୍ବୁଲାନ୍ସ ଯୋଗେ କୋରାପୁଟ ହସ୍ପିଟାଲକୁ ବ୍ୟବଛେଦ ପାଇଁ ନେଇଥିବା ପୋଲିସ ସୂଚନା ରୁ ଜଣାପଡିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛି ।  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.