ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ୩ ଅଟକ

କଟକ,୦୩/୦୮: କଟକ ଜିଲ୍ଲା ବଡମ୍ବା ବ୍ଲକରେ ଘଟିଛି ଅମାନୁସିକ କାଣ୍ଡ । ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏହି ଘଟଣାରେ ସମ୍ପୃକ୍ତ ତିନି ଜଣକୁ ଅଟକ ରଖି ପଚରାଉଚରା କରୁଛି ବଡ଼ମ୍ବା ପୋଲିସ ।

ସୂଚନା ମୁତାବକ, ଗୋପୀନାଥପୁର ଗ୍ରାମର ସ୍ବର୍ଗତ ଦୁର୍ୟୋଧନ ଡ଼ାଳୁଆଙ୍କ ଝିଅ ଲିଜା ଡ଼ାଳୁଆ ଝାଜିଆ ଗ୍ରାମର ସର୍ବେଶ୍ୱର ସ୍ୱାଇଁଙ୍କୁ ବିବାହ କରିଥିଲେ । ବିବାହ ପରଠୁ ଅଧିକ ଯୌତୁକ ଆଣିବାକୁ ବାରମ୍ୱାର ବାଧ୍ୟ କରିଥିଲେ ସ୍ୱାମୀ ଏବଂ ଶାଶୁଘର ଲୋକେ । ଯାହା ଫଳରେ ଅନେକ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଝଗଡାର ପରିଣାମ ଏତେ ଅଧିକ ହୋଇଯାଇଥିଲା ଯେ, ଗତକାଲି ବିଳମ୍ବିତ ରାତିରେ ତୁମ ଝିଅ ମରି ଯାଇଛି ବୋଲି ସର୍ବେଶ୍ୱର ଲିଜାଙ୍କ ମାଙ୍କୁ ଫୋନ ଯୋଗେ ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଲିଜାଙ୍କ ପରିବାରଲୋକ । ସେଠାରେ ପହଞ୍ଚି ଝିଅର ମୃତଦେହ ଘରେ ପଡିଥିବାର ଦେଖି ବଡମ୍ବା ଥାନାକୁ ଖବର ଦେଇଥିଲେ । ବଡମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ଏଥି ସହିତ ମୃତଦେହକୁ  ଜବତ କରି ପୋଷ୍ଟମଟମ ପାଇଁ ବଡମ୍ବା ହସ୍ପିଟାଲକୁ ପଠାଇଛି । ଅନ୍ୟପଟେ ଏନେଇ ପରିବାର ଲୋକେ ବଡ଼ମ୍ବା ଥାନାରେ ଏକ ଯୌତୁକ ନିର୍ଯ୍ୟାତନା ଜନିତ ହତ୍ୟା ମାମଲା ରୁଜୁ କରିଛନ୍ତି । ଏହି ଏତଲା ଆଧାରରେ ମୃତ ଲିଜାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରଉଚରା କରୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.