ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୃଦ୍ଧଙ୍କ ଢାଳମାଡରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଭାପୁର,୧୮/୪ : ଫତେଗଡ ଥାନା ଅନ୍ତର୍ଗତ ଭାପୁର ବ୍ଲକ ଶାଳପଡା ଛକରେ ଜଣେ ବୃଦ୍ଧଙ୍କ ଢାଳମାଡରେ ଜଣେ ଯୁବ ବ୍ୟବସାୟୀଙ୍କ ଜୀବନ ଚାଲିଯାଇଥିବା ଥାନାରେ ଅଭିଯୋଗ ହୋଇଛି । ମୃତ ଯୁବ ବ୍ୟବସାୟୀଙ୍କ ସ୍ତ୍ରୀ କାଦମ୍ବିନୀ ସାମନ୍ତରାୟଙ୍କ ଫତେଗଡ ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ଘର ପଦ୍ମାବତୀ ପଞ୍ଚାୟତର ତଳମାରଡା ଗ୍ରାମରେ । ତାଙ୍କ ସ୍ୱାମୀ ଅରୁଣ କୁମାରଙ୍କ(୪୫) ସହିତ ଦୀର୍ଘ ପାଞ୍ଚ ବର୍ଷ ଧରି ଶାଳପଡା ଛକରେ ଏକ ଭଡାଘରେ ରହି ଆସୁଥିଲେ । 

ସେଠାରେ ଏକ ଭଡା ଘରେ ରଙ୍ଗ, ଲୁହା ଦୋକାନରେ ବ୍ୟବସାୟ କରୁଥିଲେ । ଆଜି ସକାଳୁ ତାଙ୍କ ଆସି ଦୋକାନ ଖୋଲୁଥିବା ସମୟରେ ସେହି ଛକରେ ଦୋକାନ ଦେଇଥିବା ଜଣେ ବୃଦ୍ଧ ଯାହାକ ନାମ ପଦ ଶତପଥୀ ଏକ କଂସା ଢାଳରେ ତାଙ୍କ ସ୍ୱାମୀଙ୍କୁ ପିଟିବାକୁ ଲାଗିଲେ । ସେଠାରେ କାଦମ୍ବିନୀ ପହଞ୍ଚି ଆହତ ହୋଇଥିବା ତାଙ୍କ ସ୍ୱାମୀ ଅରୁଣ ରାଉତଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ସମୟରେ ଡକ୍ଟର ମୃତ୍ୟୁ ଘୋଷଣା କରିଥିଲେ ।  

ଏ ନେଇ ସେ ଫତେଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫତେଗଡ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ପଦ ଶତପଥୀଙ୍କୁ ଅଟକ ରଖିବା ସହିତ ଫାଣ୍ଡି ଅଧିକାରୀ ସଞ୍ଜୟ କୁମାର ପରିଡା ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଶଵ ବ୍ୟବଚ୍ଛେଦ ପାଇଁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିବା ସୂଚନା ମିଳିଛି ‌ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.