ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପ୍ ସରକାରଙ୍କ ସବୁଠୁ ଅଧିକ ବିଭାଗର ଦାୟିତ୍ବ ପାଇଥିବା ମନ୍ତ୍ରୀ ହେଲେ ଅତିଶୀ, ଏବେ ମିଳିଲା ଆଇନ୍ ବିଭାଗ...

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀ ସରକାରୀ ମନ୍ତ୍ରୀ କୈଲାଶ ଗେହଲୋଟଙ୍କ ଠାରୁ ଆଇନ ଓ କାନୁନ ବିଭାଗ ଫେରାଇ ନିଆ ଯାଇଛି । ଏବେ ଆଇନ ବିଭାଗର ଦାୟିତ୍ୱ ଅତିଶୀଙ୍କୁ ଦିଆଯାଇଛି । ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ସହରରେ ନ୍ୟାୟିକ ଭିତ୍ତିଭୂମି ତଥା ପ୍ରଶାସନ ସହ ଜଡିତ ଫାଇଲ ମାଗିଥିଲେ, କାରଣ ଏହି ଫାଇଲଗୁଡିକ କୈଲାଶ ଗେହଲୋଟଙ୍କ ପାଖରେ କିଛି ମାସ ହେବ ବିଚାରାଧୀନ ଥିଲା । 

ଅଧିକାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲେଫ୍ଟନାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ଆଇନ ବିଭାଗର ଦାୟିତ୍ୱ ଅତିଶୀଙ୍କୁ ହସ୍ତାନ୍ତର କରିବାକୁ ସୁପାରିଶ କରିଥିଲା ଏବଂ ଏହା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅନୁମୋଦନ ପାଇଛି । ତେବେ ଆମ୍ ଆଦମୀ ପାର୍ଟି ସରକାର ଏହା ଉପରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇନାହିଁ ।

ଏହି ପରିବର୍ତ୍ତନ ସହିତ ଅତିଶୀଙ୍କ ପାଖରେ ଥିବା ବିଭାଗ ସଂଖ୍ୟା ଏବେ ୧୪ କୁ ବୃଦ୍ଧି ପାଇଛି, ଯାହା କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ । ଏହାପୂର୍ବରୁ ଅକ୍ଟୋବରରେ ତାଙ୍କୁ ଜଳ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ଜୁନ୍ ମାସରେ ଆତିଶୀଙ୍କୁ ରାଜସ୍ୱ, ଯୋଜନା ଏବଂ ଅର୍ଥ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ଏହି ବିଭାଗ ଗୁଡ଼ିକ ପୂର୍ବରୁ କୈଲାଶ ଗେହଲୋଟଙ୍କ ପାଖରେ ଥିଲା ।  

 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.