ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ଦିଲ୍ଲୀ ସିଏମ୍ ଆତିଶୀଙ୍କୁ ମିଳିଲା Z ବର୍ଗର ସୁରକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ସିଏମ ଆତିଶୀଙ୍କୁ Z ବର୍ଗର ସୁରକ୍ଷା ଦିଆଯାଇଛି । ଦିଲ୍ଲୀ ପୋଲିସ ସୂତ୍ରରୁ ଏହି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ତାଙ୍କୁ Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଯେତେବେଳେ ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ତାଙ୍କୁ Z ପ୍ଲସ୍ ସୁରକ୍ଷା ମିଳିଥିଲା।

ପ୍ରୋଟୋକଲ ଅନୁଯାୟୀ, ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ Z ବର୍ଗର ସୁରକ୍ଷା ଦିଆଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ବିପଦ ଆଶଙ୍କା ପରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଅଧିକ ସମୀକ୍ଷା କରାଯାଇଥିଲା । 

ସୂଚନାଥାଉକି, ଯେ VVIP ଲୋକଙ୍କୁ Z ସୁରକ୍ଷା ଦିଆଯାଇଥାଏ। ଦେଶରେ ପ୍ରଦାନ କରାଯାଇଥିବା ସୁରକ୍ଷା ବର୍ଗରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି । Z ପ୍ଲସ ହେଉଛି ପ୍ରଥମ ସ୍ତରର ସୁରକ୍ଷା ବର୍ଗ । ଯେଉଁମାନେ Z ସୁରକ୍ଷା ପାଆନ୍ତି, ସେମାନଙ୍କ ସୁରକ୍ଷା ପାଇଁ ୨୨ ଜଣ ଯବାନ ନିୟୋଜିତ ହୋଇଥାନ୍ତି ।  NSG କମାଣ୍ଡୋ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଏହି ସୁରକ୍ଷା ଭାରତର ଅନେକ ନେତା ଏବଂ ଅଭିନେତାଙ୍କୁ ଦିଆଯାଇଛି । ଏପରି ଉଚ୍ଚ ସ୍ତରୀୟ ସୁରକ୍ଷା ଯୋଗାଇବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ବହୁତ ଖର୍ଚ୍ଚ ହୋଇଥାଏ । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଆରଟିଆଇ ଅନୁଯାୟୀ, ଏହି ସୁରକ୍ଷା ପାଇଁ ଖର୍ଚ୍ଚ ରାଜ୍ୟ ଅଂଶରେ ଅନ୍ତର୍ଭୂକ୍ତ କରାଯାଇଛି । ଏହାର ଅର୍ଥ ହେଉଛି ଏହି ଯେଉଁ ରାଜ୍ୟରେ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇ ଦିଆଯାଏ, ସେହି ରାଜ୍ୟ ଏହାର ଖର୍ଚ୍ଚ ବହନ କରିଥାଏ । 

 

 

,

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.