ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଜୀବନ ନେଉଛି ପ୍ରବଳ ଗ୍ରୀଷ୍ମ ପ୍ରବାହ: ଦିଲ୍ଲୀରେ ୯ ଦିନରେ ୧୯୨ ଜଣ ବାସହୀନଙ୍କ ମୃତ୍ୟୁ !

Image Courtesy: indianexpress

ନୂଆଦିଲ୍ଲୀ: ଦେଶରେ ସବୁଠି ପ୍ରବଳ ଗୁଳିଗୁଳି ଓ ଉତ୍ତାପରେ ଅସ୍ତବ୍ୟସ୍ତ ଜନଜୀବନ। ମୌସୁମୀ ଆସିଥିଲେ ମଧ୍ୟ ଅନେକ ସ୍ଥାନରେ ବର୍ଷାର ଦେଖାନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅନେକ ସହରରେ ଲୋକଙ୍କ ଜୀବନ ଯାଉଛି। କେବଳ ଦିଲ୍ଲୀରେ ଗତ ୯ ଦିନରେ ୧୯୨ ଜଣ ବାସହୀନ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ରାଜଧାନୀ ଦିଲ୍ଲୀରେ ଜୁନ୍ ୧୧ରୁ ଜୁନ୍ ୧୯ ମଧ୍ୟରେ ହୋଇଥିବା ପ୍ରବଳ ଗରମ ଯୋଗୁଁ ୧୯୨ ଜଣଙ୍କର ମୃତ୍ୟୁ ଘଟିଛି, । ସେମାନେ ବାହହୀନ । ଏହି ମୃତ୍ୟୁସଂଖ୍ୟା ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ। ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ୍ ଡେଭଲପମେଣ୍ଟ ରିପୋର୍ଟରେ ଏହା ଦର୍ଶାଯାଇଛି। ଦିଲ୍ଲୀ ହିଟ୍ ୱେଭକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ୨୦୧୯ ଜୁନ୍ ୧୧ରୁ ଜୁନ୍ ୧୯ ମଧ୍ୟରେ ଏହି ମୃତ୍ୟୁସଂଖ୍ୟା ୧୪୩ ଥିଲା। ସେହିପରି ୨୦୨୦ରେ ୧୨୪ ଥିବାବେଳେ ୨୦୨୧ରେ ୫୮, ୨୦୨୨ରେ ୧୫୦ ଏବଂ ୨୦୨୩ରେ ୭୫ଜଣଙ୍କ ମୃତ୍ୟୁ ଘଟିଥିଲା। 

ଚଳିତ ବର୍ଷ ଏହି ସଂଖ୍ୟା ସବୁ ରେକର୍ଡ ଭାଙ୍ଗି ଦେଇଛି । ଯାହାକି ସମଗ୍ର ଦେଶରେ ଚିନ୍ତାର କାରଣ ପାଲଟିଛି ।   ସେପଟେ, ପ୍ରବଳ ଗରମ କାରଣରୁ ଗତ ୭୨ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସ୍ବାସ୍ଥ୍ୟ ବିଭାଗ ସୂତ୍ର ସୂଚନା ଅନୁସାରେ, ନୋଏଡାରେ ଗୋଟିଏ ଦିନରେ ୧୪ ଜଣଙ୍କର ଅଂଶୁଘାତ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। 

ଉତ୍ତାପ ବୃଦ୍ଧି ପଛର ମୁଖ୍ୟ କାରଣ ହେଉଛି ବାୟୁ ପ୍ରଦୂଷଣ, ଦ୍ରୁତ ଶିଳ୍ପାୟନ, ସହରୀକରଣ ଏବଂ ଜଙ୍ଗଲ ନଷ୍ଟ ବୋଲି NGO କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁନୀଲ କୁମାର ଆଲେଡିଆ କହିଛନ୍ତି। ଏହା ଦ୍ବାରା ଘର କିମ୍ବା କୌଣସି ଆଶ୍ରୟସ୍ଥଳ ନଥିବା ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ତେଣୁ ଏଭଳି ବିପଦକୁ ଏଡ଼ାଇବାକୁ ହେଲେ ବାସହୀନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସହ କୁଲିଂ ସେଣ୍ଟରର ପ୍ରତିଷ୍ଠା ଏବଂ ଆଶ୍ରୟସ୍ଥଳ ଯୋଗାଇ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

  • Heat Wave
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.