ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବେବି କେୟାର ହସ୍ପିଟାଲ ଅଗ୍ନିକାଣ୍ଡର ହେବ ମାଜିଷ୍ଟ୍ରେଟ୍‌ ଯାଞ୍ଚ , ମୁଖ୍ୟମନ୍ତ୍ରୀ କେଜ୍ରିୱାଲ -ଏଲଜି ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବିବେକ ବିହାର ସ୍ଥିତ ନ୍ୟୁ ବର୍ନ ବେବି କେୟାର ହସ୍ପିଟାଲରେ ନିଆଁ ଲାଗିବା ଘଟଣାର ମାଜିଷ୍ଟ୍ରେଟ୍‌ ଯାଞ୍ଚ ଆଦେଶ ଦିଆ ଯାଇଛି। ଏହି ଆଦେଶ ଦିଲ୍ଲୀ ସରକାର ପକ୍ଷରୁ ଜାରି କରାଯାଇଛି। ଅତିରିକ୍ତ ମୁଖ୍ୟ ସଚିବ, ରାଜସ୍ୱ ଓ ମଣ୍ଡଳ ଆୟୁକ୍ତ  ଡିଡିଏମଏ , ଅଶ୍ୱିନୀ କୁମାର ଶହାଦରାଙ୍କ  ଜିଲ୍ଲା ମାଡିଷ୍ଟ୍ରେଟ୍‌ ଓ ଜିଲ୍ଲା ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣକୁ ଏହି ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଦିଲ୍ଲୀର ଉପ-ରାଜ୍ୟପାଳ ଭିକେ ସକ୍ସେନା ଶିଶୁଙ୍କ ହସ୍ପିଟାଲରେ ଲାଗିଥିବା ନିଆଁ ଓ ଏଥିରେ ନବଜାତ ଶିଶୁଙ୍କ ଦୁଃଖଦ ମୃତ୍ୟୁରେ ଅସନ୍ତୁଷ୍ଟ ବ୍ୟକ୍ତି କରିଛନ୍ତି। ସେ ଦିଲ୍ଲୀର ମୁଖ୍ୟ ସଚିବ ନରେଶ କୁମାରଙ୍କୁ ନିଆଁ ଲାଗିବା ଘଟଣାର ଯାଞ୍ଚ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଉପ ଜିଲ୍ଲାପାଳ ସକ୍ସେନା ସୋସିଆଲ ମିଡ଼ିଆ ଏକ୍ସରେ ଜାରି ମେସେଜରେ କହିଛନ୍ତି କି, ସେ ମୁଖ୍ୟ ସଚିବଙ୍କୁ ଦିଲ୍ଲୀରେ ଶିଶୁଙ୍କ ହସ୍ପିଟାଲରେ ନିଆଁ ଲାଗିବାର ଦୁଃଖଦ ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୁଲିସ ଆୟୁକ୍ତଙ୍କୁ ସବୁ ଆବଶ୍ୟକ ସୁବିଧା ଗୁଡ଼ିକୁ ସୁନିଶ୍ଚିତ କରିବାକୁ ମଧ୍ୟ ଆଦେଶ ଦିଆ ଯାଇଛି। ଏଲଜି ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମ୍ୱେଦନା ବ୍ୟକ୍ତି କରି ଲେଖିଛନ୍ତି କି ସେ ଏହି ଘଟଣାରେ ଦୋଷୀଙ୍କୁ ସଜା ଦିଆଯିବ। 

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଏହି ଅବହେଳା ପାଇଁ ଦାୟୀ ଲୋକଙ୍କୁ ଛଡ଼ା ଯିବ ନାହିଁ । ସିଏମ୍‌ ଅରବିନ୍ଦ କେଜ୍ରିୱାଲ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି କି ସରକାର ବିବେକ ବିହାରରେ ଲାଗି ଥିବା ଅଗ୍ନିକାଣ୍ଡ ଘଟଣାରେ ନିଜ ପିଲାଙ୍କୁ ହରାଇ ଥିବା ବ୍ୟକ୍ତିଙ୍କ ସହ ଅଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.