ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ବିନା ଡିଗ୍ରୀରେ ନକଲି ଡାକ୍ତର କରୁଥିଲେ ରୋଗୀଙ୍କ ସର୍ଜରୀ: ୯ ଜଣଙ୍କର ମୃତ୍ୟୁ ପରେ ହେଲେ ଗିରଫ, ଠକେଇର ବାହାରିଲା ଲମ୍ବା ତାଲିକା

ନୂଆଦିଲ୍ଲୀ,୧୬।୧୧: ଡାକ୍ତରଙ୍କୁ ଭଗବାନର ପାହ୍ୟା ଦିଆଯାଇଥାଏ, କାରଣ ସେ ଡାକ୍ତର ରୋଗୀଙ୍କୁ ମୃତ୍ୟୁ ମୁଖରୁ ବାହାରକୁ ଆଣିଥାଏ। କିନ୍ତୁ ଏହା ପଛରେ କୌଣସି ଚମତ୍କାର ନାହିଁ, ବଂର ବର୍ଷ ବର୍ଷ ହେବ ତାଙ୍କର ପରିଶ୍ରମ ରହିଛି। କଠିନ ପରିଶ୍ରମ ଓ ଡାକ୍ତରୀ ଡିଗ୍ରୀ ହାସଲ କରିବା ପରେ ସେ ଏହି ଯୋଗ୍ୟ ହୁଅନ୍ତି। କିନ୍ତୁ କିଛି ଲୋକ ଏଥିରେ ମଧ୍ୟ ଠକେଇ କରିବାରେ କମ୍ ନୁହନ୍ତି। ନିକଟରେ ରେ ଦିଲ୍ଲୀ ପୋଲିସ ଏଭଳି କିଛି ଠକ ଡାକ୍ତରଙ୍କୁ ଗିରଫ କରିଛି।

ଏହି ଗିରଫ ଦିଲ୍ଲୀର ଆବାସିକ ଅଞ୍ଚଳ ଗ୍ରେଟର କୈଳାଶରେ ହୋଇଛି। ଉଲ୍ଲେଖନୀୟ ଯେ, ଏଠାର ଏକ କ୍ଲିନିକରେ ସର୍ଜରୀ ପରେ ୪୪ ବର୍ଷର ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଏଥିରେ ଦୁଇଜଣ ଡାକ୍ତର ମଧ୍ୟ ଅଛନ୍ତି, ଯିଏକି ବିନା ଡିଗ୍ରୀରେ ରୋଗୀଙ୍କର ସର୍ଜରୀ କରୁଥିଲେ। ଗିରଫ ହୋଇଥିବା ଲୋକ ଗ୍ରେଟର କୈଳାଶ ପାର୍ଟ-୧ରେ ମେଡିକାଲ ସେଣ୍ଟର ଚଳାଉଛନ୍ତି। ସେଭଳି ଗିରଫ ପରେ ଯାଞ୍ଚରେ ବହୁ ଖୁଲାସା ହୋଇଛି। ଯାଞ୍ଚ ବେଳେ ଜଣାପଡିଛି ଅଗ୍ରଓ୍ବାଲ ମେଡିକାଲ ସେଣ୍ଟରର ନିର୍ଦେଶକ ଡକ୍ଟର ନୀରଜ ଅଗ୍ରଓ୍ବାଲ ତାଙ୍କ ପତ୍ନୀ ପୂଜା ଓ ମେଡିକାଲ ସେଣ୍ଟର ବିରୋଧରେ ଦିଲ୍ଲୀ ମେଡିକାଲ କାଉନସିଲରେ ୯ଟି ଅଭିଯୋଗ ଦାଖଲ କରାଯାଇଛି, ଯେଉଁଥିରେ ଚିକିତ୍ସାରେ ଅବହେଲା କାରଣରୁ ୯ ଜଣଙ୍କର ମୃତ୍ୟୁ ହୋଇସାରିଛି।

ପୋଲିସ କମିଶନର ଚନ୍ଦନ ଚୌଧୁରି କହିଛନ୍ତି, ୨୭ ଅକ୍ଟୋବରରେ ଇଷ୍ଟ ଅଫ୍ କୈଳାଶ-୧ ସ୍ଥିତ ଗଢି ଗାଁର ନିବାସୀ ୪୪ ବର୍ଷୀୟ ରୋଗୀ ଜୟ ନାରାୟଣଙ୍କ ଭାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକାରୀ ପୋଲିସକୁ କହିଥିଲେ, ସେ ନିଜର ଭାଇଙ୍କ ପିତକୋଷରେ ପଥର ଅପରେସନ୍‌ ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଅପରେସନ୍ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଭାଇ ଯେତେବେଳେ ଡାକ୍ତରଙ୍କୁ ରୋଗୀର ମୃତ୍ୟୁ ବିଷୟରେ କାରଣ ପଚାରିଥିଲେ, ସେ କହିଥିଲେ ଅପରେସନ୍‌ ସଫଳ ଥିଲା, କିନ୍ତୁ ପରେ ହାର୍ଟ ଆଟାକ ଆସିବା ପରେ ଜୟ ନାରାୟଣଙ୍କର ମୃତ୍ୟୁ ହୋଇଛି। 

ପୋଲିସ କମିଶନର ଅଗ୍ରଓ୍ବାଲ ମେଡିକାଲ ସେଣ୍ଟରର ଲାଇସେନ୍ସ ରଦ୍ଦ କରିବା ପାଇଁ ଦିଲ୍ଲୀ ମେଡିକାଲ କାଉନସିଲ୍‌ର ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତତ। ସେ କହିଛନ୍ତି, ୨୦୧୬ ରୁ ଏପର୍ଯ୍ୟନ୍ତ ୭ ବର୍ଷରେ ମୋଟ ୯ ଜଣ ରୋଗୀଙ୍କର ଜୀବନ ମେଡିକାଲ ସେଣ୍ଟରର ଅବହେଳା କାରଣରୁ ଯାଇଛି। ମଇ ୨୦୨୨ ରେ ମଧ୍ୟ ଅଭିଯୁକ୍ତ ଡାକ୍ତର ନୀରଜ ଅଗ୍ରଓ୍ବାଲ ଓ ତାଙ୍କ ବାପା ଡକ୍ଟର ଡିସି ଅଗ୍ରଓ୍ବାଲଙ୍କୁ ନୋଟିସ୍ ଜାରି କରାଯାଇଥିଲା। 

୧୦ ଅକ୍ଟୋବରରେ ସଙ୍ଗମ ବିହାର ନିବାସୀ ମୃତକ ଅସଗର ଅଲ୍ଲୀଙ୍କ ପତ୍ନୀ ମଧ୍ୟ ଏହି ହସ୍ପିଟାଲ ବିରୋଧରେ ଅଭିଯୋଗ କରିଥିଲେ। ସେ କହିଛନ୍ତି, ଡାକ୍ତର ନୀରଜ ଅଗ୍ରଓ୍ବାଲ ମହିଳାଙ୍କୁ କହିଛନ୍ତି, ତାଙ୍କ ସ୍ବାମୀଙ୍କର ସର୍ଜରୀ ପ୍ରସିଦ୍ଧ ସର୍ଜନ ଡକ୍ଟର ଜସପ୍ରୀତ ସିଂହ କରିବେ, କିନ୍ତୁ ପରେ ଡକ୍ଟର ମହେନ୍ଦ୍ର ସିଂହ କରିଥିଲେ। ତଦନ୍ତ ବେଳେ ଜଣାପଡିଥିଲା ସର୍ଜରୀ ବେଳେ ଡକ୍ଟର ଜସପ୍ରୀତ ସିଂହ ଅପରେସନ୍ ଥିଏଟରରେ ନଥିଲେ, ଏହାପରେ ସେ ନିଜ ନାଁରେ ଅସଗର ଅଲ୍ଲୀଙ୍କ ସର୍ଜରୀ କରିବାର ନକଲି କାଗଜପତ୍ର ତିଆରି କରିଥିଲେ। ଡକ୍ଟର ନୀରଜ ଅଗ୍ରଓ୍ବାଲଙ୍କ ଘରର ଯାଞ୍ଚ ବେଳେ ପୋଲିସକୁ ଡାକ୍ତରଙ୍କ ଦ୍ବାରା ସାଇନ୍ କରାଯାଇଥିବା ୪୧୪ ପ୍ରେସକ୍ରିପସନ୍‌ ସ୍ଲିପ୍, ବ୍ୟାନ୍ ହୋଇଥିବା ବହୁ ଔଷଧ ଓ ଇଞ୍ଜେକସନ୍, ସର୍ଜିକାଲ ବ୍ଲେଡ, ୪୭ ଚେକ୍‌ବୁକ୍, ୫୪ ଏଟିଏମ୍ କାର୍ଡ, ପୋଷ୍ଟ ଅଫିସର ବହୁ ପାସବୁକ୍ ଓ ପିଓଏସ୍‌ ଟର୍ମିନାଲ କ୍ରେଡିଟ୍‌ କାର୍ଡ ମେସିନ୍ ଇତ୍ୟାଦି ଜବତ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.