ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

‘ଧଡ଼କ୍‌-୨’ର ନାୟିକା ହେବେ ତୃପ୍ତି, ଘୋଷଣା କଲେ କରନ ଜୋହର

ମୁମ୍ବାଇ ୨୮/୦୫: ଗତବର୍ଷ ରିଲିଜ୍‌ ହୋଇଥିବା ‘ଆନିମଲ୍‌’ ଫିଲ୍ମରେ ଅଭିନେତ୍ରୀ ତୃପ୍ତି ଡିମରିଙ୍କର ରୋଲ୍‌କୁ ଉଚ୍ଛ୍ୱସିତ ପ୍ରଶଂସା ମିଳିଥିଲା । ବକ୍ସ ଅଫିସ୍‌ରେ ମଧ୍ୟ ଫିଲ୍ମଟି ବେଶ୍‌ ଭଲ ପ୍ରଦର୍ଶନ କରିଥିଲା । ସୋମବାର ଫିଲ୍ମ ନିର୍ମାତା କରନ୍‌ ଜୋହର ‘ଧଡ଼କ୍‌-୨’ ବିଷୟରେ ଘୋଷଣା କରିଥିବାବେଳେ ସେଥିରେ ତୃପ୍ତିଙ୍କୁ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିବ । ତାଙ୍କ ବିପକ୍ଷରେ ସ୍କ୍ରିନ୍‌ ସେୟାର କରିବେ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ । କରନ୍‌ ଇନ୍‌ଷ୍ଟାଗ୍ରାମରେ ଏକ ମୋସନ୍‌ ପୋଷ୍ଟର ସେୟାର କରି ଏ ସଂପର୍କରେ ସୂଚନା ଦେଇଛନ୍ତି । ସେଥିରେ ତୃପ୍ତି ଓ ସିଦ୍ଧାନ୍ତ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି । 

ଫିଲ୍ମର ନିର୍ଦ୍ଦେଶନାରେ ରହିବେ ସାଜିଆ ଇକବାଲ । ଏହା ଏକ ପ୍ରେମ କାହାଣୀ ହୋଇଥିବାବେଳେ ଏଥିରେ ପ୍ରେମିକପ୍ରେମିକାଙ୍କ ମଧ୍ୟରେ ଜାତି ବାଧକ ସାଜୁଥିବା ଦେଖିବାକୁ ମିଳିବ । ଫିଲ୍ମଟି ଚଳିତବର୍ଷ ନଭେମ୍ବର ୨୨ ତାରିଖରେ ରିଲିଜ୍‌ ହେବାର ଅଛି । ‘ଧଡ଼କ୍‌-୨’ ବ୍ୟତୀତ ତୃପ୍ତିଙ୍କୁ ‘ବ୍ୟାଡ୍‌ ନ୍ୟୁଜ୍‌’ରେ ଦେଖିବାକୁ ମିଳିବ । ସେହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଛନ୍ତି ଅଭିନେତା ଭିକି କୌଶଲ । ସେହିପରି ତୃପ୍ତି ‘ଭିକି ବିଦ୍ୟା କା ୱୋ ୱାଲା ଭିଡିଓ’ ଓ ‘ଭୁଲ୍‌ ଭୁଲୈୟା-୩’ରେ ବି ନଜର ଆସିବେ । ‘ଭିକି ବିଦ୍ୟା କା ୱୋ ୱାଲା ଭିଡିଓ’ରେ ରାଜକୁମାର ରାଓ ତାଙ୍କର ହିରୋ ସାଜିବେ । ‘ଭୁଲ୍‌ ଭୁଲୈୟା୩’ରେ କାର୍ତ୍ତିକ ଆର୍ଯ୍ୟନ୍‌, ବିଦ୍ୟା ବାଲାନ୍‌ ପ୍ରମୁଖ ତାଙ୍କ ସହ ଅଭିନୟ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.