ନବରଙ୍ଗପୁର,୦୯/୦୯: ଝରିଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୩ ଜଣ ପ୍ରାଣ ହରାଇଛନ୍ତି । ପୂର୍ବରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା । ପ୍ରାଣ ହରାଇଥିବା ଯୁବକ ଜଣକ ମଧୁ ଜାନୀ (୨୭) ବୋଲି ଜଣାପଡ଼ିଛି । ନବରଙ୍ଗପୁର ଜିଲ୍ଲା ଚେପ୍ଟିଆମ୍ବା ବ୍ଲକ ଝରିଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଝରିଗାଁରେ ଝାଡ଼ାବାନ୍ତିରେ ପୂର୍ବରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଯୁବକ ଜଣକ ଝାଡ଼ାବାନ୍ତିରେ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି ।