ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଟି ତଳେ ହଜାର ହଜାର ସଂଖ୍ୟାର ଘର; ଏଠି ବାସ କରୁଛନ୍ତି ପାତାଳ ଲୋକ...

ଭୁବନେଶ୍ୱର, ୧୬।୪: ପୁରାଣରେ ପାତାଳ ଲୋକ ବିଷୟରେ ଆମେ ଶୁଣିଛେ କିନ୍ତୁ, ଏବେ ବି ପାତାଳ ଅର୍ଥାତ୍ ମାଟି ତଳେ ଲୋକ ରହୁଥିବା ବିଷୟରେ ଜାଣିଛନ୍ତି କି ? ଉତ୍ତର ଚୀନ୍‌ ବେଜିଙ୍ଗ୍ ଗାଁରେ ରହିଛି ଗୁମ୍ଫା ଘର । ଯେଉଁଠାରେ ଅଧିକାଂଶ ଘର ମାଟି ତଳେ ଅବସ୍ଥିତ । ଉପର ଭାଗରୁ ଦେଖିଲେ ଲାଗିବ ଯେ, ପୂରା ଅଞ୍ଚଳ ଖାଲି ପଡ଼ିଆ । କିନ୍ତୁ, ମାଟି ତଳେ ରହିଛି ହଜାର ହଜାର ସଂଖ୍ୟାର ଘର । ପାରମ୍ପରିକ ଶୈଳୀରେ ନିର୍ମାଣ ହୋଇଥିବା ଏହି ଘର ବହୁ ବର୍ଷ ପୁରୁଣା । ଚୀନର ଏହି ଘରଗୁଡ଼ିକୁ ଡିକେଙ୍ଗୁୟୁଆନ ନାଁରେ ଜଣାଯାଏ । ଏହାର ଅର୍ଥ ଗର୍ତ୍ତଗୃହ । ଏଠାରେ ଥିବା ସବୁ ଘର ଗୁମ୍ଫା ଭଳି ଦେଖାଯାଏ । ତେଣୁ ଏହାକୁ ଗୁମ୍ଫା ଆବାସ ବୋଲି କୁହାଯାଏ । ଏହି ଅଜବ ଗାଁକୁ ବୁଲି ଦେଖିବା ପାଇଁ ପ୍ରତିବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ତେଣୁ ଏଠାରେ ଥିବା କିଛି ଘର ଟୁରିଜିମ୍ ଭିଲେଜ୍ ଭାବେ ନିର୍ମାଣ କରାଯାଇଛି ।

ତେବେ ଏଭଳି ଗୁମ୍ଫା ଘର ତିଆରି କରିବାର କାରଣ କ’ଣ ? ଇତିହାସ ମୁତାବକ, ଉତ୍ତରୀ ଚୀନ ଲୋଏସ୍‌ର ପଠାରଠାରେ ତିଆରି ହୋଇଛି ଏଭଳି ଘର । ଯାହା ପାଖାପାଖି ୭ ହଜାର ବର୍ଷ ପୁରୁଣା । ସେହି ସମୟରେ ଏହି ଗୁମ୍ଫା ଗୃହରେ ଆଦିବାସୀମାନେ ବାସ କରୁଥିଲେ । ପ୍ରାକୃତିକ ପରିସ୍ଥିତି ସହ ମୁକାବିଲା କରିବା ଲାଗି ଏଭଳି ଗୃହ ତିଆରି କରାଯାଇଥିଲା । କାରଣ ସେହି ସମୟରେ ଏଠାରେ ଖୁବ୍ ଗରମ ଅନୁଭୂତ ହେଉଥିଲା । ଏହି ପରିସ୍ଥିତିରେ ଏଭଳି ଘର ଖୁବ୍ ଥଣ୍ଡା ପ୍ରଦାନ କରେ । ଗରମ ଦିନେ ଏହି ଘରଗୁଡ଼ିକ ଏତେ ଥଣ୍ଡା ଯେ, ଏଠାରେ ଏସିର ଆବଶ୍ୟକତା ପଡ଼େନାହିଁ । କେବଳ ଗରମ ଦିନେ ନୁହେଁ, ଶୀତଦିନେ ମଧ୍ୟ ଏହି ଘର ଉଷୁମ ରହେ । ଅନ୍ୟପକ୍ଷେ, ଲୋଏସ୍ ପଠାରର ହଳଦିଆ ମାଟି ସାଧାରଣ ମାଟି ଅପେକ୍ଷା ଖୁବ୍ ନରମ । ତେଣୁ ଏହାକୁ ଖୋଳିବାରେ ସୁବିଧା ହୋଇଥାଏ । ସବୁଠାରୁ ଖାସ୍ କଥା ହେଉଛି, ଏହି ଘର ନିର୍ମାଣ କରିବାକୁ ଇଟା ଓ ଟାଇଲ୍ସର ବ୍ୟବହାର କରାଯାଏନାହିଁ । କୋଠରୀଗୁଡ଼ିକର କାନ୍ଥ ପଥର ଓ ମାଟିର ବ୍ୟବହାର କରି ମଜବୁତ୍ କରାଯାଏ । ତେବେ ଏହି ଗୁମ୍ଫାଗୃହର ମାଟି ଉପରେ ଅନ୍ୟ କୌଣସି ଘର ତିଆରି କରାଯାଏନାହିଁ । 

ଚୀନ୍ ସରକାର ୨୦୨୧ରେ ଏହାକୁ ସାଂସ୍କୃତିକ ଓ ପ୍ରାଚୀନ ଭିଲେଜ୍ ରୂପେ ଚୟନ କରିଛନ୍ତି । ଏହି ଘରଗୁଡ଼ିକର ଆକାର ପରସ୍ପରଠୁ ଭିନ୍ନ ହୋଇଥାଏ । ଏଥିସହ କିଛି ଘର ୩୯ ଫୁଟ୍ ପର୍ଯ୍ୟନ୍ତ ଲମ୍ୱା ଥାଏ । ଘରଗୁଡ଼ିକ ୨୦ରୁ ୩୩ ଫୁଟ୍‌ ଗଭୀରର ହୋଇଥାଏ । ଟୁରିଷ୍ଟଙ୍କ ପାଇଁ ଏଠାରେ ଅଣ୍ଡରଗ୍ରାଉଣ୍ଡ ହୋଟେଲ ମଧ୍ୟ ତିଆରି କରାଯାଇଛି । ଏହି ହୋଟେଲକୁ କଂକ୍ରିଟ୍ ଢଳେଇ କରି ମଜବୁତ୍ କରାଯାଇଛି । ହୋଟେଲରେ ସୋଲାର ପାନେଲ୍ ମଧ୍ୟ ଲଗାଯାଇଛି । ଚୀନ୍‌ର ସାନକ୍ସି ପ୍ରାନ୍ତରେ ଯାନାନର ଗୁମ୍ଫା ଆବାସ ବହୁ ପୁରୁଣା । ଏହାକୁ ମାଓସେତୁଙ୍ଗ ଓ ତାଙ୍କ ରାଜନୈତିକ ସହଯୋଗୀମାନେ ରହିବା ଲାଗି ନିର୍ମାଣ କରାଯାଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.