ପ୍ରମୂଖ ଖବର

ମଙ୍ଗଳବାରଠୁ ଡିପ୍ଲୋମା ଫାର୍ମାସି ପରୀକ୍ଷା, ରାଜ୍ୟର ମୋଟ ୧୯ଟି କେନ୍ଦ୍ରରେ ୬୦୧୮ ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର,୨୯/୦୧: ଆସନ୍ତା  ୩୦ରୁ ଆରମ୍ଭ ହେବ ଫାର୍ମାସି ଡିପ୍ଲୋମା ପ୍ରଥମ ଓ ଦ୍ୱିତୀୟ ବର୍ଷର ପରୀକ୍ଷା ।  ଏହା ଫେବୃୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓଡ଼ିଶା ଫାର୍ମାସି ବୋର୍ଡ  କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । 

ଚଳିତବର୍ଷ  ମୋଟ ୫୭ଟି ଶିକ୍ଷାନୁଷ୍ଠାନରୁ ୬୦୧୮  ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ।  ରାଜ୍ୟର ମୋଟ ୧୯ଟି କେନ୍ଦ୍ରରେ  ପରୀକ୍ଷା ହେବ । ସମସ୍ତ ପରୀକ୍ଷା  ଦିନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ  ଚାଲିବ । ପରୀକ୍ଷାର୍ଥୀମାନେ ପ୍ରବେଶ ପତ୍ର, ପଞ୍ଜୀକରଣ ପତ୍ର, ଶିକ୍ଷାନୁଷ୍ଠାନ  ପରିଚୟପତ୍ର ଓ ଆଧାର ସହିତ ପୂର୍ବାହ୍ନ  ୯ଟା ସୁଦ୍ଧା କେନ୍ଦ୍ରରେ ପହଁଞ୍ଚିବାକୁ ଫାର୍ମାସି  ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.