ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖରା ଦିନେ ଖାଆନ୍ତୁ ଭିଟାମିନ୍ -ସି ଯୁକ୍ତ ଫଳ, ଶରୀରକୁ ହାଇଡ୍ରେଟେଡ୍ ରଖିବା ସହ ମୁହଁର ଉଜ୍ୱଳତା ବଢ଼ାଏ

ନୂଆଦିଲ୍ଲୀ ୧୮/୦୫: ଖରାଦିନେ ସତେଜ୍ ଏବଂ ଉର୍ଜାରେ ଭରପୁର ରହିବାକୁ ନିଜର ଭୋଜନରେ ଭିଟାମିନ୍ -ସି ଯୁକ୍ତ ଫଳ ଗ୍ରହଣ କରନ୍ତୁ। ଖରାଦିନେ ଡାଇରିଆ ଓ ସ୍କିନ୍ ଆଲର୍ଜି ଭଳି ଅନେକ ରୋଗ ହୋଇଥାଏ। ଏସବୁରୁ ନିଜକୁ ରକ୍ଷାକରିବା ପାଇଁ ବ୍ରୋକୋଲି ଏବଂ ଲେମ୍ବୁ ଇତ୍ୟାଦି ଖାଇବା ଉଚିତ୍। ଏହା ଶରୀରକୁ ହାଇଡ୍ରେଟେଡ୍ ରଖିବା ସହ ମୁହଁର ଉଜ୍ୱଳତା ବଢାଇବାରେ ମଧ୍ୟ ସହାୟକ ହୋଇଥାଏ। ଭିଟାମିନ୍ ସି ଶରୀରର ଇମ୍ୟୁନିଟି ବା ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ। ଯାହାଦ୍ୱାରା ଶରୀରରେ ରୋଗ ସଂକ୍ରମଣ କମିଥାଏ। କମଳା, ଷ୍ଟ୍ରବେରୀ ଏବଂ କିୱି ଭଳି ଭିଟାମିନ୍- ସି ଭରପୁର ଫଳ ଖାଇବା ଅତ୍ୟନ୍ତ ଲାଭଦାୟକ।

ତ୍ୱଚାର ଯତ୍ନ ଏବଂ ଖରାରୁ ସୁରକ୍ଷା

ଖରାଦିନେ ଟାଣ ସୂର୍ଯ୍ୟାଲୋକ କାରଣରୁ ସନ୍ ବର୍ଣ୍, ଡିହାଇଡ୍ରେସନ୍ ହୋଇଥାଏ। ଭିଟାମିନ୍ ସି ତ୍ୱଚାକୁ ସୁସ୍ଥ ରଖିବା ସହ, କୋଲେଜନ୍ ବଢାଇବାରେ ଏକ ମହତ୍ତ୍ୱପୂର୍ଣ୍ଣ  ଭୂମିକା ଗ୍ରହଣ କରିଥାଏ। କମଳା, ପାଚିଲା ଅମୃତଭଣ୍ଡା ଏବଂ ପିଜୁଳି ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଏବଂ ପ୍ରଚଣ୍ଡ ଖରାର ଅଅତି ବାଇଗଣୀ ରଶ୍ମି ଠାରୁ ଆମକୁ ରକ୍ଷା କରିଥାଏ।

ପାଚନ କ୍ରିୟାରେ ଉନ୍ନତି

ଖରାଦିନେ ଅନେକ ଲୋକ ପିକ୍ ନିକ୍ ଓ  ଆଉଟଡୋର୍ର ମଜା ଉଠାଇଥାନ୍ତି। ଏହା ପାଚନ ସମ୍ୱନ୍ଧିୟ ସମସ୍ୟାର କାରଣ ହୋଇଥାଏ। ଭିଟାମିନ୍- ସି ଯୁକ୍ତ ଖାଦ୍ୟରେ ଏନ୍ ଜାଇମ୍ ଓ ଫାଇବର୍ ପ୍ରଚୁର ମାତ୍ରାରେ ଥିବାରୁ ଏହା ପାଚନକ୍ରିୟାରେ ସହାୟକ ହୋଇଥଏ। ଆମ୍ୱ, ଜାମୁକୋଳିର ନିୟମିତ ସେବନ ଦ୍ୱାରା ଆପଣ ନିଶ୍ଚିନ୍ତ ଭାବରେ ମନପସନ୍ଦ ଭୋଜନର ଆନନ୍ଦ ଉଠାଇ ପାରିବେ।

ଉର୍ଜା ବଢାଏ

ଖରାଦିନେ ସବୁବେଳେ ଥକାପଣ ଲାଗିଥାଏ। ଭିଟାମିନ୍ ସି ଖାଇବା ଦ୍ବାରା ମେଟାବଲିଜିମ୍ ବଢ଼େ। ଫଳରେ ଆମ ଭୋଜନକୁ ଉର୍ଜାରେ ପରିଣତ କରିଥାଏ। ଭୋଜନରେ ଭିଟାମିନ୍ ସି ଯୁକ୍ତ ଫଳ ଗ୍ରହଣ କରିବାଦ୍ୱାରା ଉର୍ଜାବାନ୍ ଏବଂ ସକ୍ରିୟ ରହିପାରିବା। 

କେତେ ପରିମାଣରେ ନେବେ ଭିଟାମିନ୍ ସି

ଦୈନିକ ରୂପରେ ପୁରୁଷଙ୍କ ପାଇଁ ୯୦ ମିଲିଗ୍ରାମ୍ ଏବଂ ମହିଳାଙ୍କ ପାଇଁ ୭୫ ମିଲିଗ୍ରାମ୍ ଭିଟାମିନ୍- ସି ର ଆବଶ୍ୟକତା ରହିଛି। ତେଣୁ ପ୍ରତିଦିନ ୧୦୦ ରୁ ୨୦୦ ଗ୍ରାମ୍‌ର ଖଟା ଫଳର ସେବନ କରିବା ଉଚିତ୍। ବିଭିନ୍ନ ଫଳରେ ଭିଟାମିନ୍ ସିର ପରିମାଣ ଭିନ୍ନ ଭିନ୍ନ ରହିଥାଏ। ସେଥିପାଇଁ ଉପରୋକ୍ତ ଫଳ ଗୁଡିକୁ ଏକ ସନ୍ତୁଳିତ ମାତ୍ରାରେ ଗ୍ରହଣ କରିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.