ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଇଭିଏମ୍‌ରେ ଜାଲିଆତି ଅଭିଯୋଗ: ୮ ଲୋକସଭା ଆସନର ଇଭିଏମ୍‌ ଯାଞ୍ଚ କରିବେ ଇସି

ନୂଆଦିଲ୍ଲୀ,୨୧/୦୬: ୬ ରାଜ୍ୟର ୮ ଲୋକସଭା  ଆସନରେ ନିର୍ବାଚନ ବେଳେ ଇଭିଏମ୍‌ରେ ଜାଲିଆତି  ହୋଇଥିବା ଅଭିଯୋଗକୁ ନେଇ ନିର୍ବାଚନ କମିଶନ (ଇସି)   ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହି  ଆସନଗୁଡ଼ିକ ମଧ୍ୟରୁ ହରିଆଣା ଓ ତାମିଲନାଡୁର ଦୁଇଟି ଲେଖାଏଁ ରହିଛି । ସେହିଭଳି ଛତିଶଗଡ଼, ମହାରାଷ୍ଟ୍ର,  ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ଗୋଟିଏ ଲେଖାଏଁ ଆସନ  ରହିଛି । ଉକ୍ତ ୮ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୩  ଓ କଂଗ୍ରେସ ୨ଟିରେ ଜିତିଥିଲା । ବଳକା ୩ଟି ଆସନ ଅନ୍ୟ  ଦଳଗୁଡ଼ିକ ଭାଗରେ ପଡ଼ିଥିଲା । ଇସିଙ୍କ କହିବାନୁସାରେ  ଲୋକସଭା ନିର୍ବାଚନ ୨୦୨୪ରେ ଇଭିଏମ୍‌ରେ ଗଡ଼ବଡ଼ି  ଅଭିଯୋଗ ନେଇ ୮ଟି ଆବେଦନ ହୋଇଥିଲା । ଇଭିଏମ୍‌ର  ମେମୋରି ଓ ମାଇକ୍ରୋ କମ୍ପ୍ୟୁଟରର ଯାଞ୍ଚ ଲାଗି ଏଥିରେ  ଦାବି ହୋଇଥିଲା । ନିର୍ବାଚନ କମିଶନ ଏବେ ୮ ଆସନର  ୯୨ ବୁଥରେ ବ୍ୟବହୃତ ଇଭିଏମ୍‌ର ଯାଞ୍ଚ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.