ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମିଶନ ଶକ୍ତି ସଚିବ ପଦରୁ ହଟିଲେ ସୁଜାତା କାର୍ତ୍ତିକେୟନ, ଗୁରୁବାର ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଥିଲା ବିଜେପି

ଭୁବନେଶ୍ୱର,୦୩/୦୪: ମିଶନ ଶକ୍ତି ବିଭାଗ କମିଶନର ଓ ସଚିବ ଥିବା ସୁଜାତା କାର୍ତ୍ତିକେୟନଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତର ମୁଖ୍ୟ ନିର୍ବାଚନ  କମିଶନର(ଇସିଆଇ) । ବିଜେପିର କେନ୍ଦ୍ରୀୟ ଟିମ୍‌ ଗୁରୁବାର ଇସିଆଇଙ୍କୁ ଭେଟି ତାଙ୍କୁ ପଦରୁ ହଟାଇବାକୁ ଦାବି କରିଥିଲେ । 

ରାଜ୍ୟରେ ବିଜେଡି ସପକ୍ଷରେ ଭୋଟ୍‌ ଦେବାକୁ ସେ ସ୍ୱୟଂସହାୟକ ଗୋଷ୍ଠୀ (ଏସ୍‌ଏଚଜି) ସଦସ୍ୟାଙ୍କ ଉପରେ ଚାପ ପକାଉଛନ୍ତି । ସେମାନଙ୍କୁ  ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଭୋଟରଙ୍କୁ ସଚେତନ କରାଇବାକୁ ଜାତୀୟ  ନିର୍ବାଚନ କମିଶନଙ୍କ ସିଷ୍ଟମେଟିକ୍‌ ଭୋଟର୍ସ ଏଜୁକେଶନ ଆଣ୍ଡ ଇଲେକ୍ଟ୍ରୋରାଲ ପାର୍ଟିସପେସନ (ଏସ୍‌ଭିଇଇପି) କାର୍ଯ୍ୟକ୍ରମର ସେ ଅପବ୍ୟବହାର କରୁଥିବା ମଧ୍ୟ ବିଜେପି ଅଭିଯୋଗ କରିଥିଲା । ନିର୍ବାଚନ ଆଦର୍ଶ ଆଚରଣ  ବିଧିର ଏହା ଖୋଲା ଉଲ୍ଲଂଘନ ବୋଲି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଅଭିଯୋଗ କରିଥିଲେ। ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇବା ସହ ତାଙ୍କୁ ଲୋକଙ୍କ ସହ  ସିଧାସଳଖ ସଂପୃକ୍ତି ନ ଥିବା ବିଭାଗକୁ ବଦଳି କରିବାକୁ ବିଜେପି ଦାବି କରିଥିଲା ।  ଇସିଆଇ ଏହି ଅଭିଯୋଗକୁ ଗୁରୁତର ସହ ନେଇ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.