ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ: ରାଜ୍ୟର ୨ ଜିଲ୍ଲାପାଳ, ୫ ଏସ୍‌ପିଙ୍କୁ ବଦଳି କର

ଭୁବନେଶ୍ୱର, ୩।୪: ନିର୍ବାଚନ ପୂର୍ବରୁ ରାଜ୍ୟର ୮ ଜଣ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ବଦଳି କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ୨ ଜିଲ୍ଲାପାଳ, ୫ ଏସ୍‌ପି ଓ କେନ୍ଦ୍ରୀୟ ରେଞ୍ଜ ଆଇଜିଙ୍କୁ ତୁରନ୍ତ ବଦଳି କରିବାକୁ ଆୟୋଗ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟ ସଚିବଙ୍କୁ କୁହାଯାଇଛି । କେବଳ ଏତିକି ନୁହେଁ, ଏହି ସବୁ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନାରେ ନିଯୁକ୍ତ ନ କରିବାକୁ ନିର୍ଦ୍ଦେଶ ରହିଛି । ନିର୍ବାଚନ ଆୟୋଗ ଯେଉଁ ଜିଲ୍ଲାପାଳମାନଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେମାନେ ହେଲେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିନୀତ ଭରଦ୍ୱାଜ ଓ ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାରୁଲ୍‌ ପଟୱାରୀ । 

ସେହିପରି ଅନୁଗୋଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସ୍‌ପି ଡା. ସର୍‌ବଣା ବିବେକ ଏମ୍‌, ଖୋର୍ଦ୍ଧା ଏସ୍‌ପି ଯୁଗଳ କିଶୋର ବାନୋଥ୍‌, ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ଏବଂ କଟକ ଡିସିପି ଡାକ୍ତର କନୱର ବିଶାଲ ସିଂହ । କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କୁ ମଧ୍ୟ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପରୋକ୍ତ ସମସ୍ତ ପଦ ପାଇଁ ଯୋଗ୍ୟ ବିବେଚିତ ୩ ଜଣିଆ ଅଧିକାରୀଙ୍କ ପ୍ୟାନେଲ୍‌ ଆୟୋଗଙ୍କୁ ପଠାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ କୁହାଯାଇଛି ।

 

  • prameyanews
  • PrameyaOdia
  • prameya
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.