ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝାଡ଼ଖଣ୍ଡ ବଲିଆଡ଼ିହି ଜଙ୍ଗଲରେ ଏନକାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଜଣେ ମାଓବାଦୀ ନିପାତ

File PIC

ରାଉରକେଲା, ୨୪/୦୫ : ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ଜରେଇକେଲା ଥାନା ବଲିଆଡ଼ିହି ଜଙ୍ଗଲରେ ଏନକାଉଣ୍ଟର। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଛନ୍ତି। 

ସୂଚନାନୁଯାୟୀ, ଝାଡ଼ଖଣ୍ଡ ଜରେଇକେଲା ଥାନା ବଲିଆଡ଼ିହି ଜଙ୍ଗଲରେ ମାଓବାଦୀମାନେ ମେଳି କରିଥିଲେ। କୌଣସି ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିଲେ। ଏହାର ଖବର ପାଇ ସୁରକ୍ଷାବାହିନୀ ପକ୍ଷରୁ କମ୍ଵିଂ ଅପରେସନ ଆରମ୍ଭ କରାଯାଇଥିଲା। କମ୍ଵିଂ ଅପରେସନ ସମୟରେ ମାଓବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚଳାଇଥିଲେ। ଫଳରେ ସୁରକ୍ଷାବାହିନୀ ଏହାର ପ୍ରତିଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ଜଣଙ୍କ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ଅଡ଼କୀ ଥାନା ଚାରିସିୟୁଦ୍ ଗାଁର ବୁଧରାମ ମୁଣ୍ଡା ବୋଲି ଜଣାପଡ଼ିଛି। ତେବେ ସାଥୀ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାସ୍ଥଳରୁ ୯ ଏମ୍ଏମ୍ ପିସ୍ତଲ, ୧୩୪ ରାଉଣ୍ଡ ଏସ୍ଏଲ୍ଆର ଗୁଳି, ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ୨ଟି ପିସ୍ତଲ ମାଗାଜିନ୍, ୨ଟି ଏସଏସଆଣ ମାଗାଜିନ୍, ୩ଟି ୱକିଟକି, ୨ଟି ରେଡ଼ିଓ ଓ କିଛି ମାଓ ସାମଗ୍ରୀ ଜବତ ହୋଇଛି। ଘଟଣାସ୍ଥଳରେ ଏବେବି କମ୍ଵିଂ ଅପରେସନ ଜୋରଦାର୍ ଚାଲିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.