ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

୧୨ ବର୍ଷର ବିବାହରେ ପଡ଼ିଲା ପୁର୍ଣ୍ଣଚ୍ଛେଦ, ଭରତ ତଖତାନିଙ୍କଠୁ ଛାଡ଼ିପତ୍ର ନେଲେ ଈଶା ଦେଓଲ

Published By : Prameya | February 7, 2024 8:40 AM

ମୁମ୍ବାଇ ୦୭/୦୨ : ବଲିଉଡ୍‌ର ଡ୍ରିମ୍‌ ଗର୍ଲଙ୍କ ଝିଅ ତଥା ଅଭିନେତ୍ରୀ ଈଶା ଦେଓଲ ଓ ତାଙ୍କ ସ୍ୱାମୀ ଭରତ ତଖତାନିଙ୍କର ବିବାହ ବିଚ୍ଛେଦ ହୋଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଉଭୟ ମିଳିତ ଭାବେ ଏହି ସୂଚନା ଦେଇଛନ୍ତି । ଏଥିରେ ଉଲ୍ଲେଖ ହୋଇଛି ‘ଆମେ ଦୁହେଁ ଆପୋସ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଏବେ ଆମେ ସାଥୀ ହୋଇ ନାହୁଁ, କିନ୍ତୁ ଆମ ପାଇଁ ଆମର ଦୁଇ ସନ୍ତାନଙ୍କ ଭବିଷ୍ୟତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ସର୍ବଦା ରହିବ । ଆଶା କରୁଛୁ ଆପଣମାନେ ଆମ ଗୋପନୀୟତାକୁ ସମ୍ମାନ ଦେବେ ।’

ଈଶା-ଭରତଙ୍କ ବିବାହ ବିଚ୍ଛେଦ ଖବର ବେଶ କିଛି ଦିନରୁ ଚର୍ଚ୍ଚାରେ ରହିଥିଲା । ଗତ କିଛି ଦିନ ହେଲା ଈଶା ଅଧିକାଂଶ ପାର୍ଟି ଓ କାର୍ଯ୍ୟକ୍ରମରେ ମା’ ହେମାଙ୍କ ସହ ନଜର ଆସୁଥିଲେ । ହେମାଙ୍କ ଜନ୍ମଦିନ ଅବସରରେ ମଧ୍ୟ ଭରତଙ୍କୁ ଦେଖିବାକୁ ମିଳିନଥିଲା । ୨୦୧୨ ମସିହା, ଜୁନ୍‌ ୨୯ ତାରିଖରେ ଈଶା ଓ ଭରତ ମୁମ୍ବାଇର ଜୁହୁ ସ୍ଥିତ ଇସ୍କନ ମନ୍ଦିରରେ ବିବାହ କରିଥିଲେ । ଉଭୟ ପିଲାଦିନର ବନ୍ଧୁ ଥିଲେ । ଆରମ୍ଭରୁ ଭରତ ଈଶାଙ୍କୁ ପସନ୍ଦ କରୁଥିଲେ । ଧୀରେ ଧୀରେ ଉଭୟଙ୍କ ବନ୍ଧୁତା ପ୍ରେମରେ ରୂପାନ୍ତରିତ ହୋଇଥିଲା । ବିବାହର ୫ ବର୍ଷ ପରେ ଈଶା ୨୦୧୭ ମସିହାରେ ଝିଅ ରାଧ୍ୟା ଓ ୨୦୧୯ ମସିହାରେ ଆଉ ଏକ ଝିଅ ମିରାୟାକୁ ଜନ୍ମ ଦେଇଥିଲେ ।

Also Read :-

ଲିଭ୍‌-ଇନ୍‌ ପଞ୍ଜୀକରଣ ନ କଲେ ଜେଲ୍, ଉତ୍ତରାଖଣ୍ଡ ବିଧାନସଭରେ ୟୁସିସି ବିଲ୍ ଆଗତ

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.