ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଜି-୨୦ ସମ୍ମିଳନୀ ରାଷ୍ଟ୍ରାଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ କରିବ ଭାରତ, ଜାଣନ୍ତୁ କିଏ କାହାକୁ ସ୍ୱାଗତ କରିବେ

ନୂଆଦିଲ୍ଲୀ ୦୮/୦୯:  ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଜି-୨୦ ସମ୍ମିଳନୀରେ ସାମିଲ ହେବେ । ତାଙ୍କୁ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ୧୫ରେ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ  ପରିବେଶ, ଜଙ୍ଗଲ ଓ ଜଳବାୟୁ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର  ଚୌବେ ସ୍ୱାଗତ କରିବେ । 

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି  ଆଲ୍‌ବାନିଜ୍‌ଙ୍କୁ ଦକ୍ଷତା ବିକାଶ, ଉଦ୍ୟମିତା, ଇଲେକ୍ଟ୍ରୋନିକ୍ସ  ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସ୍ୱାଗତ  ଜଣାଇବେ । ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ୟୁଏଇ  ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ  ଓ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲ୍‌ଭାଙ୍କୁ  ଯଥାକ୍ରମେ ଶୁକ୍ରବାର ରାତି ୮ଟା ଓ ୮ଟା ୪୫ରେ ସ୍ୱାଗତ  କରିବେ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ବୟନ  ଶିଳ୍ପ ଓ ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ବିକ୍ରମ ଜରଦୋଶ ସ୍ୱାଗତ  କରିବାକୁ ଥିବା ବେଳେ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ସନ୍ଧ୍ୟା  ୭ଟା ୪୫ରେ ଚୀନ୍‌ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ୍‌ଙ୍କୁ ସ୍ୱାଗତ  କରିବେ । ପୁନଶ୍ଚ ମନ୍ତ୍ରୀ ଭି କେ ସିଂହ ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ ମାର୍କ ରୁଟ୍‌ଙ୍କୁ ରାତି ୮ଟା ୧୫ରେ ସ୍ୱାଗତ  ଜଣାଇବେ । 

ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସନ୍ଧ୍ୟା ୫ଟା  ୧୦ରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ସୁକ୍‌ ୟିଓଲ୍‌  ୟୁନ୍‌ଙ୍କୁ, ୫ଟା ୪୫ରେ ଇଜିପ୍ଟ ରାଷ୍ଟ୍ରପତି ଆବ୍‌ଦେଲ ଫତାହ ଏଲ୍‌-ସିସିଙ୍କୁ  ଏବଂ ସନ୍ଧ୍ୟା ୭ଟାରେ କାନାଡ଼ା  ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌  ଟ୍ରୁଡୋଙ୍କୁ ସ୍ୱାଗତ  ଜଣାଇବାର କାର୍ଯ୍ୟକ୍ରମ ରହିଛି । ଆର୍ଜେଣ୍ଟିନା ରାଷ୍ଟ୍ରପତି  ଆଲ୍‌ବର୍ଟୋ ଫର୍ନାଣ୍ଡିଜ୍‌ଙ୍କୁ ସନ୍ଧ୍ୟା ୬ଟା ୨୦ରେ ଇସ୍ପାତ ଓ  ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଫଗନସିଂହ କୁଲସ୍ତେ ସ୍ୱାଗତ କରିବାକୁ ଥିବା ବେଳେ କୃଷି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦାଲ୍‌ଜେ ଶୁକ୍ରବାର ସକାଳ ୮ଟା ୫୦ରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଓ  ମେଲୋନିଙ୍କୁ ସ୍ୱାଗତ ଜଣାଇବେ । ଜର୍ମାନ୍‌ ଚାନ୍‌ସେଲର୍‌  ଓଲାଫ୍‌ ସ୍କଲ୍‌ଜଙ୍କୁ ଶନିବାର ସକାଳ ୮ଟାରେ ଏମ୍‌ଏସ୍‌ଏମ୍‌ଇ  ରାଷ୍ଟ୍ରମନ୍ତ୍ରୀ ଭାନୁପ୍ରତାପ ସିଂହବର୍ମା ସ୍ୱାଗତ କରିବା କାର୍ଯ୍ୟକ୍ରମ  ରହିଛି । ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ  ଶାନ୍ତନୁ ଠାକୁର ଶୁକ୍ରବାର ରାତି ୯ଟା ୧୫ରେ ଇଣ୍ଡୋନେସିଆ  ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ସ୍ୱାଗତ ଜଣାଇବେ । 

ଏଥିସହ  ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌ଙ୍କୁ ରାତି ୧୦ଟା  ୧୫ରେ ଏବଂ ରାତି ୧୦ଟା ୪୫ରେ ସ୍ପେନ୍‌ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍‌ ପେରେଜ କାଷ୍ଟେଜନ୍‌ଙ୍କୁ ମଧ୍ୟ ମନ୍ତ୍ରୀ ଶାନ୍ତନୁ ଠାକୁର  ସ୍ୱାଗତ ଜଣାଇବେ । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌ଙ୍କୁ  ଶନିବାର ଅପରାହ୍ନ ୧୨ଟା ୩୫ରେ ବାଣିଜ୍ୟ ଓ ଶିଳ୍ପ  ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ୍‌ ସ୍ୱାଗତ ଜଣାଇବେ ।  ରେଳ, କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ  ଦାନ୍‌ବେ ୟୁନିଅନ୍‌ ଅଫ୍‌ କୋମୋରୋସ ରାଷ୍ଟ୍ରପତି  ଆଜାଲି ଆସୌମନିଙ୍କୁ ପୂର୍ବାହ୍ନ ୧୦ଟା ୨୫ ଓ  ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍‌  ରାମାଫୋସାଙ୍କୁ ପୂର୍ବାହ୍ନ ୧୧ଟା  ୪୫ରେ ସ୍ୱାଗତ  ଜଣାଇବେ ।

Copyright © 2022 - Summa Real Media Private Limited. All Rights Reserved.