ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀ ସମୟରେ ପ୍ରବଳ ବର୍ଷା ହୋଇଛି । ଏହି କାରଣରୁ ଆୟୋଜନ ସ୍ଥଳରେ ଅସୁବିଧା ବଢିଯାଇଛି । ଜି -20 ସଦସ୍ୟଙ୍କୁ ଆତିଥ୍ୟ କରିବା ପାଇଁ ନିର୍ମିତ ଭାରତ ମଣ୍ଡପମର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏବେ ଚାରିଆଡେ ପାଣି ଭରି ରହିଥିବା ଦେଖାଯାଉଛି । ଏ ସମ୍ପର୍କରେ କଂଗ୍ରେସ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି ।
ପାଣିରେ ଭରି ରହିଥିବା ଭାରତ ମଣ୍ଡପମ୍ର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟ ଫର୍ମ ‘ଏକ୍ସ’ରେ ସେୟାର କରି ଭାରତୀୟ ଯୁବ କଂଗ୍ରେସର ଅଧ୍ୟକ୍ଷ ବିବି ଶ୍ରୀନିବାସନ ଲେଖିଛନ୍ତି ଯେ, କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହାକୁ ବିକାଶ କରାଯାଇଥିଲା, ହେଲେ ବିକାଶ ଏବେ ଗାଧୋଉଛି…
करोड़ों रुपये की लागत से G20 के सदस्यों की मेहमाननवाजी के लिए बनाए गए 'भारत मंडपम' की तस्वीरें।
— Srinivas BV (@srinivasiyc) September 10, 2023
विकास तैर रहा है...https://t.co/EcQBcM7o7E
ଏହି ଭିଡିଓକୁ କଂଗ୍ରେସର ଅଫିସିଆଲ୍ ମିଡିଆ ପ୍ଲାଟଫର୍ମ INC-TV ଦ୍ୱାରା X ରେ ସେୟାର କରାଯାଇଛି । ଏହା ଏଠାରେ ଲେଖାଯାଇଛି କି, ଖୋଲାଖୋଲି ଭାବେ ବିକାଶର ପୋଲ୍ ଖୋଲିଛି । ଭାରତ ମଣ୍ଡପମ୍ ଜି -20 ପାଇଁ ପ୍ରସ୍ତୁତ ହୋଇଥିଲା । ଏଥିପାଇଁ ୨୭ ଶହ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ଗୋଟିଏ ବର୍ଷାରେ ପାଣି ପଶିଗଲା ।