ପ୍ରମୂଖ ଖବର

ସୁନା, ରୁପା ଦରରେ ହ୍ରାସ,୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧୦୯୦ ଟଙ୍କା ଶସ୍ତା

ଭୁବନେଶ୍ୱର,୨୪/୦୫: ଗୁରୁବାର ଉଭୟ ସୁନା  ଏବଂ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି ।  ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ  ପିଛା ୨୪ କ୍ୟାରେଟ୍‌ ସୁନା ଦର ୧୦୯୦ ଟଙ୍କା ହ୍ରାସ  ପାଇ ୭୩,୪୨୦ ଟଙ୍କା  ହୋଇଛି । ସେହିଭଳି  ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୧୦୦୦ ଟଙ୍କା  ଖସିଛି । ଫଳରେ ଏହା  ୬୭,୩୦୦ ଟଙ୍କାକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ,  କିଲୋଗ୍ରାମ ପିଛା ରୁପା ଦର ୩,୩୦୦ ଟଙ୍କା ହ୍ରାସ  ପାଇଛି । ଫଳରେ ଏହା ୯୭,୦୦୦ ଟଙ୍କାକୁ ଖସି  ଆସିଥିବା ବଜାର ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ,  ନିକଟରେ ରୁପା ଦର ୧ ଲକ୍ଷ ଟଙ୍କା ଛୁଇଁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.