ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଶ୍ୱଶୁର ଘରେ ସମୟ ବିତେଇବା ପାଇଁ ମିଳିବ ଛୁଟି, କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କଲା ଏହି ରାଜ୍ୟ

ଦିସପୁର : ଆସାମର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସେମାନ ଏବେ ପାଇବେ ଅତିରିକ୍ତ ଛୁଟି। କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଅବକାଶ ଯୋଜନା ଘୋଷଣା କରିଛନ୍ତି ଏହି ରାଜ୍ୟ ସରକାର। ଯେଉଁଥି ପାଇଁ ନିଜର ମାତା-ପିତା ଓ ଶ୍ୱଶୁର ଘର ଲୋକଙ୍କ ସହ ସମୟ ବିତେଇ ପାରିବେ। ଏହି ଯୋଜନାର ଉଦ୍ଦେଶ୍ୟ ପାରିବାରିକ ସମ୍ୱନ୍ଧକୁ ଦୃଢ କରିବା ଓ କର୍ମଚାରୀଙ୍କୁ ନିଜ ପରିବାର ସହ ସମୟ ବିତେଇବାର ସୁଯୋଗ ପ୍ରଦାନ କରିବା।  

ଆସାମ ସରକାର ନିଜର କର୍ମଚାରୀଙ୍କୁ ମାତା-ପିତା ବା ଶାଶୂ ଶ୍ୱଶୁରଙ୍କ ସହ ସମୟ ବିତେଇବା ପାଇଁ, ନଭେମ୍ୱରରେ ଦୁଇ ଦିନର ସ୍ୱତନ୍ତ୍ର ଆକସ୍ମିକ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳାୟ (ସିଏମଓ) ଗୁରୁବାର କହିଛନ୍ତି ବିଶେଷ ଛୁଟିକୁ ବ୍ୟକ୍ତିଗତ ମନୋରଞ୍ଜନ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ ଏବଂ ଯେଉଁ କର୍ମଚାରୀଙ୍କର ମାତା ପିତା ବା ଶାଶୂ ଶ୍ୱଶୂର ନାହାନ୍ତି ତାଙ୍କୁ ଏହି ଛୁଟି ମିଳିବ ନାହିଁ।

ସିଏମଓ ଏକ୍ସରେ ଏକ ପୋଷ୍ଟରେ କହିଛି , ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଆସାମ ସରକାର ୬ ଓ ୮ ନଭେମ୍ୱର ୨୦୨୪ରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ତାଙ୍କର ମାତା-ପିତା ବା ଶାଶୂ ଶ୍ୱଶୂରଙ୍କ ସହ ସମୟ ବିତେଇବାକୁ ବିଶେଷ ଆକସ୍ମିକ ଛୁଟି ଦେବାକୁ ଘୋଷଣା କରିଛନ୍ତି। ଏଥିରେ କୁହାଯାଇଛି କି ,ଛୁଟିର ବ୍ୟବହାର କେବଳ ମାତା-ପିତା ବା ଶାଶୂ-ଶ୍ୱଶୂରଙ୍କ ସହ ସମୟ ବିତେଇବା ପାଇଁ କରାଯିବ , ଯେପରି ସେମାନଙ୍କର ଦେଖାଶୁଣା ଭଲଭାବେ କରାଯାଇ ପାରିବ । କୌଣସି ବ୍ୟକ୍ତିଗତ ଆନନ୍ଦପ୍ରମୋଦ ପାଇଁ ନୁହେଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.