ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ପତ୍ନୀଙ୍କ ଓଜନ କମାଇ ନ ପାରିବାରୁ, ଜିମ୍‌ ଟ୍ରେନର୍‌ ସ୍ୱାମୀଙ୍କୁ ମାଗିଲେ ଛାଡ଼ପତ୍ର

ନୂଆଦିଲ୍ଲୀ ୨୫/୦୬: ସ୍ୱାମୀ ଜିମ୍‌ ଟ୍ରେନର୍‌ । ପତ୍ନୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତନୁପାତଳୀ କରିଦେବେ । କିନ୍ତୁ କଥା ରଖିପାଲେନି । ଏଥିପାଇଁ ପତ୍ନୀଙ୍କ ପାରା ଚଢ଼ିଗଲା । ରାଗରେ ସେ ଚରମ ନିଷ୍ପତ୍ତି ନେଇଛନ୍ତି । ଜିମ୍‌ ଟ୍ରେନର୍‌ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ସେ ଜିଦ୍‌ ଧରିଛନ୍ତି । ନ୍ୟୁ ଆଗ୍ରା ଥାନାରୁ ସାମ୍ନାକୁ ଆସିଥିବା ଏହି ନିଆରା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । 

ମହିଳାଙ୍କ ଛାଡ଼ପତ୍ର ମାମଲା ଫ୍ୟାମିଲି କାଉନ୍‌ସେଲିଂ ସେଣ୍ଟର୍‌ରେ ପହଞ୍ଚିଛି । ମହିଳାଙ୍କ ଅଭିଯୋଗ ଅନୁସାରେ, ଜଣେ ଜିମ୍‌ ପ୍ରଶିକ୍ଷକଙ୍କ ସୁଠାମ ଶରୀରରେ ପ୍ରଭାବିତ ହୋଇ ସେ ତାଙ୍କୁ ବିବାହ କରିଥିଲେ । ତେବେ ବିବାହ ପୂର୍ବରୁ ସର୍ତ୍ତ ରଖିଥିଲେ, ଜିମ୍‌ ପ୍ରଶିକ୍ଷକ ତାଙ୍କ ଓଜନ କମାଇବାରେ ସାହାଯ୍ୟ କଲେ ସେ ବିବାହ କରିବେ । ବ୍ୟକ୍ତି ଜଣକ ମହିଳାଙ୍କ ସର୍ତ୍ତରେ ରାଜି ହୋଇଥିଲେ । ଗତ ବର୍ଷ ଉଭୟଙ୍କର ବିବାହ ହେଲା । ବିବାହ ପରେ ପତ୍ନୀଙ୍କ ଓଜନ ହ୍ରାସ ଯାତ୍ରା ଆରମ୍ଭ ହେଲା । ହେଲେ ଦୁଃଖର କଥା, ଉଭୟଙ୍କ ପ୍ରୟାସ ସତ୍ତେ୍ୱ ପତ୍ନୀଙ୍କ ଓଜନ କମିଲା ନାହିଁ । ବିବାହ ପୂର୍ବରୁ ତାଙ୍କ ଓଜନ ଥିଲା ୭୫ କିଲୋ । ବିବାହ ପରେ ବି ସେତିକି ରହିଲା ।

ଏ ନେଇ ମହିଳା ଜଣକ ଥାନାର ଦ୍ୱାରସ୍ଥ ହେଲେ । ସେ ନିଜ ଅଭିଯୋଗରେ ହତାଶ ଭାବ ଓ ନୈରାଶ୍ୟ ବର୍ଣ୍ଣନା କରି କହିଛନ୍ତି, ବିବାହ ପରେ ସେ ନିଜ ଓଜନରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଆଶା କରିଥିଲେ । କିନ୍ତୁ ଏ ନେଇ ସ୍ୱାମୀ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବାରେ ବିଫଳ ହେଲେ । ତେଣୁ ସେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଲେ । ଥାନାରେ ପ୍ରାଥମିକ ଅଭିଯୋଗ ପରେ ଉଭୟଙ୍କ ମାମଲା ଫ୍ୟାମିଲି କାଉନ୍‌ସେଲିଂ ସେଣ୍ଟର୍‌ରେ ପହଞ୍ଚିଲା । କାଉନ୍‌ସେଲର ମଧ୍ୟସ୍ଥତା ଜରିଆରେ ମାମଲାର ସମାଧାନ କରିବାକୁ ଚେଷ୍ଟା କଲେ । ମହିଳାଙ୍କୁ ନିଜ ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କଲେ । କିନ୍ତୁ ସେ କିଛି ଶୁଣିଲେ ନାହିଁ । ବରଂ ସ୍ପଷ୍ଟ ଶୁଣାଇଦେଲେ ଯେ ବର୍ତ୍ତମାନ ପରିସ୍ଥିତିରେ ସ୍ୱାମୀଙ୍କ ସହ ସେ ଆଦୌ ରହିପାରିବେ ନାହିଁ । ଅନ୍ୟପକ୍ଷେ, ସ୍ୱାମୀ ବିବାହ ସମ୍ପର୍କକୁ ବଜାୟ ରଖିବାର ଇଚ୍ଛା ପ୍ରକାଶ କଲେ । ପତ୍ନୀଙ୍କ ସହ ସାଥୀ ହୋଇ ଜୀବନ ବିତାଇବାକୁ ଚାହୁଁଥିବା କଥା ସେ ସ୍ପଷ୍ଟ କଲେ । ଏହି ସ୍ଥିତିକୁ ଦେଖି ମାମଲାର ସୁଖଦ ଅନ୍ତ ଆଶା କରି ପୁନର୍ବିଚାର ଲାଗି କାଉନ୍‌ସେଲର ସ୍ୱାମୀସ୍ତ୍ରୀଙ୍କୁ ଆଉ ଏକ ତାରିଖ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.