ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

Happy Birthday Kohli : ୨୬୨୦୯ ରନ୍.. ୧୩୬ ଅର୍ଦ୍ଧଶତକ ଏବଂ ୭୮ ଶତକ, ଏତେ ସହଜ ନଥିଲା କିଙ୍ଗ୍ କୋହଲି କ୍ରିକେଟ୍ କ୍ୟାରିୟର...

ନୂଆଦିଲ୍ଲୀ, ୫।୧୧: ଆଜି କ୍ରିକେଟର କିଙ୍ଗ୍ କୋହଲି ବିରାଟଙ୍କ ଜନ୍ମଦିନ । ଚଳିତ ବର୍ଷ ୩୫ ବର୍ଷରେ ପଦାର୍ପଣ କରିଛନ୍ତି କୋହଲି । ୨୦ ବର୍ଷ ବୟସରେ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଖେଳିଥିବା ବିରାଟ କ୍ରୀଡ଼ା ଆଜି ଜଗତର ବହୁ ବଡ଼ ନାଁ । ବର୍ତ୍ତମାନ ଖାଲି ଭାରତ ନୁହେଁ ସାରା ବିଶ୍ବରେ ସେ କିଙ୍ଗ କୋହଲି ଭାବେ ପରିଚିତ । ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ବିରାଟଙ୍କ ଜନ୍ମ । ୱାନ ଡେ କ୍ରିକେଟ ହେଉକି ଟି ୨୦, ଇଣ୍ଟନ୍ୟାସନାଲ କ୍ରିକେଟ ସବୁଥିରେ ଦମଦାର ପ୍ରଦର୍ଶନ କରିଛନ୍ତି ବିରାଟ । ୨୦୦୮ ଅଗଷ୍ଟ ୧୮ରେ ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟରେ ସେ ଡେବ୍ୟୁ କରିଥିଲେ । ସେବେଠାରୁ ଏବେ ଯାଏ ସେ ୧୩ହଜାର ୫୨୫ ରନ୍ କରିଛନ୍ତି । 

କ୍ରିକେଟ ଜଗତରେ ନିଜ ଆକ୍ରମକ ବ୍ୟାଟିଂ ପାଇଁ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ । ଏଥିପାଇଁ କ୍ରିକେଟର ସବୁ ଫର୍ମାଟରେ କୋହଲିଙ୍କ ଦବଦବା ବଜାୟ ରହିଛି । ଚଳିତ ବିଶ୍ୱକପରେ ଖୁବ ଗର୍ଜନ କରୁଛି ବିରାଟଙ୍କ ବ୍ୟାଟ୍ । ଟୁର୍ଣ୍ଣାମେଣ୍ଟରେ ସେ ଏପର‌୍ୟ୍ୟନ୍ତ ୭ଟି ମ୍ୟାଚ୍ ଖେଳିଥିବା ବେଳେ ଏଥିରେ ହାରାହାରି ୮୮.୪୦ ସହ ୪୪୨ ରନ୍ ସଂଗ୍ରହ କରିଛନ୍ତି । ବିଶ୍ୱକପ୍ ୨୦୨୩ରେ ସେ ଭାରତୀୟ ଦଳ ପାଇଁ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଥିବା ବେଳେ ସମଗ୍ର ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତେବେ ଆଜି କୋହଲିଙ୍କ ପାଇଁ ଏକ ବଡ଼ ଲଢ଼େଇ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଇଦାନକୁ ଓହ୍ଲାଇବେ ବାର୍ଥ ଡେ’ ବୟ ବିରାଟ । ସଚିନଙ୍କ ଦିନିକିଆ ଶତକ ରେକର୍ଡରୁ ମାତ୍ର ଗୋଟିଏ ଶତକ ଦୂରରେ ରହିଛନ୍ତି କିଙ୍ଗ୍ କୋହଲି । ସଚିନ୍ ଦିନିକିଆରେ ମୋଟ୍ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ୮ଟି ଶତକ ହାସଲ କରି ସାରିଛନ୍ତି । ଆଜି ଏକ ସ୍ପେଶାଲ ଦିନରେ ୪୯ ତମ ଶତକ ହାସଲ କରି ନିଜ ପାଇଁ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିପାରନ୍ତି ବିରାଟ କୋହଲି ।

ବିରାଟ କୋହଲିଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ବଙ୍ଗଳା କ୍ରିକେଟ୍ ଆସୋସିଏସନ୍ ନିଜର ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛି । ଏନେଇ ଇଡେନ୍ ଗାର୍ଡେନ୍ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । ଗଣମଧ୍ୟମ ରିପୋର୍ଟ ଅନୁଯାୟୀ, କୋହଲିଙ୍କ ପାଇଁ ଏକ ସ୍ୱତନ୍ତ୍ର କେକ୍ ପ୍ରସ୍ତୁତ କରାଯାଇଥିବା ବେଳେ ଇଡେନ୍ ଗାର୍ଡେନ୍‌ରେ ଏହି କେକ୍ କଟାଯିବ । ମ୍ୟାଚ୍‌ର ବିରତି ସମୟରେ ବିରାଟ ଏହି କେକ୍ କାଟିବେ । ଏଥିସହ ବଙ୍ଗଳା କ୍ରିକେଟ୍ ଆସୋସିଏସନ୍ ବିରାଟ କୋହଲିଙ୍କୁ ଉପହାର ଦେବା ଲାଗି ଏକ ସ୍ୱତନ୍ତ୍ର ବ୍ୟାଟ୍ ପ୍ରସ୍ତୁତ କରିଛି । ଏହା ସହିତ ଷ୍ଟାଡିୟମ୍‌ରେ ବସିଥିବା ଦର୍ଶକଙ୍କୁ କୋହଲିଙ୍କର ୭୦ ହଜାର ମାସ୍କ ମଧ୍ୟ ବଣ୍ଟନ କରାଯିବ । 

 

 

Copyright © 2022 - Summa Real Media Private Limited. All Rights Reserved.