ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନେଚୁରାଲ କ୍ଲିନର ଅମୃତଭଣ୍ଡା,ପେଟ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ଋତୁ ଅନୁଯାୟୀ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। କିନ୍ତୁ କିଛି ଫଳ ଏପରି ରହିଛି ଯାହାକୁ ସବୁ ଋତୁରେ ଖାଇବା ଉଚିତ। ସେଥିରୁ ଅମୃତଭଣ୍ଡା ଏପରି ଏକ ଫଳ ଯାହା ଆପଣଙ୍କୁ ବର୍ଷସାରା ବଜାରରେ ସହଜରେ ମିଳିଥାଏ। ଏହି ଫଳ ରୋଗକୁ ପ୍ରତିରୋଧ କରିବାରେ ସର୍ବୋତ୍ତମ । ଅମୃତଭଣ୍ଡା ସ୍ୱାଦିଷ୍ଟ ହେବା ସହ ପୋଷକତତ୍ତ୍ୱର ଭଣ୍ଡାର ଅଟେ। ଏହାର ସେବନ କରିବାଦ୍ୱାରା ପାଚନକ୍ରିୟା ଠାରୁ ଆରମ୍ଭ କରି କାର୍ଡିଓବେସ୍କୁଲର ସ୍ୱାସ୍ଥ୍ୟ ମଧ୍ୟ ସୁଧୁରିଯାଏ। ଆୟୁର୍ବେଦରେ ଏହି ଫଳକୁ ପେଟ ପାଇଁ ବରଦାନ ବୋଲି କୁହାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା କୋଷ୍ଠକାଠିନ୍ୟରୁ ଆରାମ ଦେଇଥାଏ। 

ଏକ ଗଣମାଧ୍ୟମ ସାକ୍ଷାତକାରରେ ଉତ୍ତରପ୍ରଦେଶର ଅଲୀଗଡ ସ୍ଥିତ ଆୟୁର୍ବେଦିକ ମେଡିକାଲ କଲେଜର ଏସୋସିଏଟ ପ୍ରଫେସର ଡ.ସରୋଜ ଗୌତମ କହିଛନ୍ତି, ଅମୃତଭଣ୍ଡାକୁ ଆୟୁର୍ବେଦରେ ଔଷଧୀୟ ଗୁଣର ଭଣ୍ଡାର ବୋଲି କୁହାଯାଇଛି। ଉଭୟ କଞ୍ଚା ଏବଂ ପାଚିଲା ସ୍ୱାସ୍ଥ୍ୟ ପାଇଁ ହିତକର। ଏଥିରେ ପେଟ ସଫା କରିବା ପାଇଁ ପ୍ରାକୃତିକ ଉପାଦାନ ରହିଛି। ଯାହା ଆପଣଙ୍କୁ ଅତିପରୁଣା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ।  ଏପରି ପରିସ୍ଥିତିରେ ରୋଗୀକୁ ପ୍ରତ୍ୟେକ ଦିନ ଅମୃତଭଣ୍ଡା ଖାଇବା ଉଚିତ୍। ଏହା ଆପଣଙ୍କର ପାଚନ ସମ୍ୱନ୍ଧୀୟ ସମସ୍ୟାକୁ ଦୂର କରି,ତାକୁ ଉନ୍ନତ କରିଥାଏ । 

ଡାକ୍ତର ସରୋଜ ଗୌତମଙ୍କ ମତ ଅନୁଯାୟୀ ଅମୃତଭଣ୍ଡାରେ ଫାଇବର ମାତ୍ରା ଅଧିକ ରହିଥାଏ,ଯାହା ଆପଣଙ୍କ ପେଟକୁ ସଫାରଖିଥାଏ ଏବଂ ପାଚନକ୍ରିୟାକୁ ଉନ୍ନତ କରିଥାଏ। ଏଥିରେ ଏକ ବିଶେଷ ଏନଜାଇମ ପପେନ ମଧ୍ୟ ଥାଏ, ଯାହା ଶରୀରକୁ ଫୁଲିବାରୁ ରକ୍ଷାକରେ ଏବଂ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହାର ସେବନ କରିବା ଦ୍ୱାରା ଛାତି ପୋଡିବା,ହଜମ ନ ହେବା ,ଏସିଡ୍ ଏବଂ ଅଲସର୍ ଇତ୍ୟାଦିରୁ ମୁକ୍ତି ମିଳିଥାଏ। ଏହା ଶରୀରର ଓଜନ ନିୟନ୍ତ୍ରଣ କରିବା ସହ ଡିଟକ୍ସ ମଧ୍ୟ କରିଥାଏ। ଏହା ହୃଦୟ ପାଇଁ ମଧ୍ୟ ହିତକର। ଏହା ଶୀରରେ ଜମିଥିବା ବ୍ୟାଡ୍ କୋଲେଷ୍ଟ୍ରୋଲରୁ ମୁକ୍ତି ଦେଇଥାଏ। ଏହା ଚର୍ମରୋଗ ବା ଏଗ୍ଜିମାରୁ ମଧ୍ୟ ଆରାମ ଦେଇଥାଏ। 

ଆୟୁର୍ବେଦ ଏକ୍ସପର୍ଟଙ୍କ ମତାନୁଯାୟୀ କଞ୍ଚା  ଅମୃତଭଣ୍ଡା ପାଚିଲା ଅମୃତଭଣ୍ଡା ଠାରୁ ଅଧିକ ଲାଭଦାୟକ। କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ମଧୁମେହ ରୋଗୀଙ୍କୁ ଏହା ଏକ ସୀମିତ ପରିମାଣରେ ଖାଇବା ଉଚିତ୍। ଡାକ୍ତରଙ୍କ ମତାନୁଯାୟୀ ଗର୍ଭବର୍ତୀ ମହିଳାମାନେ ଅମୃତଭଣ୍ଡା ଖାଇବା ଅନୁଚିତ। ଏହା ଖାଇବା ଦ୍ୱାରା ଗର୍ଭପାତର ବିପଦ ବଢିଥାଏ। ଯଦି ଆପଣଙ୍କୁ ଏଲର୍ଜି ଅଛି, ତେବେ ଏହାକୁ ଖାଇବା ଠାରୁ ନିବୃତ୍ତ ରୁହନ୍ତୁ। ଯଦି ମନରେ କୌଣସି ଶଙ୍କା ରହିଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.