ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବିଗ୍ ସରପ୍ରାଇଜ୍ ପାଇଁ ପ୍ରସ୍ତୁତ ରୁହନ୍ତୁ ନେତନ୍ୟାହୁ, ଇସ୍ରାଏଲକୁ ହିଜବୁଲ୍ଲାହର ଧମକ

ନୂଆଦିଲ୍ଲୀ,୨୬।୫: ଗାଜା ଉପରେ ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ଭିତରେ ଯୁଦ୍ଧ ହେବାର ୮ ମାସ ବିତି ସାରିଲାଣି। ଗାଜା ସହରକୁ ନର୍କ କରିବା ପରେ ଇସ୍ରାଏଲ ସେନା ଏବେ ଉତ୍ତର ଗାଜାର ସହର ରାଫାରେ ବଧ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି। ଇସ୍ରାଏଲ ଓ ହମାସ ଭିତରେ ଲଗାତାର ବଢୁଥିବା ସଂଘର୍ଷ ଭିତରେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଇସ୍ରାଏଲକୁ ଏବେ ଦେଇଛି ବଡ ଚେତାବନୀ। ହିଜବୁଲ୍ଲାହ ଚେତାବନୀ ଦେଇଛି ଯେ, ସେ ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିବାର ପ୍ରସ୍ତୁତି କରୁଛି। ଲେବାନନ ଆତଙ୍କୀ ସଂଗଠନର ଶୀର୍ଷ ନେତା ଏକ ବୟାନରେ କହିଛନ୍ତି, ଇସ୍ରାଏଲକୁ ଆମେ ବଡ଼ ସରପ୍ରାଇଜ୍ ଦେବାକୁ ଯାଉଛି। ଯାହାକୁ ସେ ସବୁବେଳେ ମନେ ରଖିବ। ହିଜବୁଲ୍ଲାହର ଚେତାବନୀ ପରେ ଇସ୍ରାଏଲରୁ ନେଇ ଆମେରିକା ପର୍ଯ୍ୟନ୍ତ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା।

ଟେଲିଭିଜନକୁ ସମ୍ବୋଧିତ କରି ହିଜବୁଲ୍ଲାହ କମାଣ୍ଡର ନସରଲ୍ଲାହ ଚେତାବନୀ ଦେଇ କହିଛନ୍ତି, ସେ ପାଲେଷ୍ଟାଇନ୍‌ ପ୍ରସଙ୍ଗ ଉପରେ ହମାସ ସହିତ ଅଛନ୍ତି ଓ ସବୁବେଳେ ରହିବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଇସ୍ରାଏଲକୁ ବଡ ସରପ୍ରାଇଜ୍ ଦେବା ପାଇଁ ପ୍ରସ୍ତୁତ ରହିବା ଦରକାର। ଆମେ ଜଲଦି ଏଭଳି ପ୍ରତିଶୋଧ ନେବାକୁ ଯାଉଛି, ଯାହାକୁ ଇସ୍ରାଏଲ ସବୁବେଳେ ମନେ ରଖିବ।  

ନସରଲ୍ଲାହ ନିଜ ବୟାନରେ କହିଛନ୍ତି, ଗତ ବର୍ଷ ୭ ଅକ୍ଟୋବରରେ ହମାସ ପକ୍ଷରୁ ଇସ୍ରାଏଲର ଅଞ୍ଚଳରେ ଯେଉଁ ଆକ୍ରମଣ ହୋଇଥିଲା, ତାହା ଐତିହାସିକ ଥିଲା ଓ ସେହି ଆକ୍ରମଣରେ ହମାସ ଇସ୍ରାଏଲକୁ ବଡ଼ ଆଘାତ ଦେଇଛି। ଏହାପରେ ପାଲଟା ଆକ୍ରମଣରେ  ଇସ୍ରାଏଲ ଗାତାରେ ଯାହା କିଛି କରୁଛି, ତାହା ତାଙ୍କ ପାଇଁ ବଡ ଉପଲବ୍ଧି। ତେଣୁ ନେତନ୍ୟାହୁ ଜାଣନ୍ତି, ଗାଜା ଉପରେ ତାଙ୍କର ନିର୍ଦେଶ ଓ ଉଦେଶ୍ୟ ସଫଳ ହେବନି। ଗାଜା ଉପରେ ଭୀଷଣ ଆକ୍ରମଣ ପରେ ବି ଗାଜାରେ ସେ ଶାସନ କରିବାକୁ କିମ୍ବା ନିଷ୍ପତ୍ତି ନେବାକୁ ସକ୍ଷମ ହେବେନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.