ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ମୋଦିଙ୍କ ତୃତୀୟ ପାଳି: ତ୍ରିସ୍ତରୀୟ ସୁରକ୍ଷାର ବ୍ୟବସ୍ଥା କଡ଼ାକଡ଼ି, ଦିଲ୍ଲୀକୁ ‘ନୋ ଫ୍ଲାଇଂ ଜୋନ୍‌’ ଘୋଷଣା

ନୂଆଦିଲ୍ଲୀ ୦୯/୦୬: ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର  ମୋଦି । ରାଷ୍ଟ୍ରପତି ଭବନରେ ଏହି ସମାରୋହ ଅନୁଷ୍ଠିତ ହେବାକୁ ଥିବାବେଳେ ସେଠାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ  ଓ ଗୋପନୀୟତାର ଶପଥପାଠ କରାଇବେ ।  ଏହି ଶପଥ ଗ୍ରହଣ ଉତ୍ସବ ଲାଗି ସ୍ୱତନ୍ତ୍ର ପ୍ରସ୍ତୁତି  କରିଛି ଦିଲ୍ଲୀ ପୁଲିସ । ସୁରକ୍ଷା ଦୃଷ୍ଟିକୋଣରୁ  ରବିବାର ଦିନ ୨ଟା ପରଠାରୁ ରାଷ୍ଟ୍ରପତି ଭବନ ଓ ତାର ଆଖପାଖ ସ୍ଥାନ ଏକ ‘କଣ୍ଟ୍ରୋଲ  ଅଞ୍ଚଳ’ରେ ପରିଣତ ହେବ । ଏହି ସମୟରେ  ତ୍ରିସ୍ତରୀୟ ସୁରକ୍ଷାର ବ୍ୟବସ୍ଥା ରହିବ ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ସବୁଠୁ ବାହାର  ବଳୟରେ ରହିବେ ଦିଲ୍ଲୀ ପୁଲିସର ଯବାନ ।  ତା’ପରେ ଅର୍ଦ୍ଧସାମରିକ ବାହିନୀ ଓ ଶେଷ  ବଳୟରେ ରାଷ୍ଟ୍ରପତି ଭବନର ଆଭ୍ୟନ୍ତରୀଣ  ସୁରକ୍ଷାକର୍ମୀ ମୁତୟନ ହେବେ । ଗତବର୍ଷ ଜି-୨୦ ସମ୍ମିଳନୀ ସମୟରେ ଯେଉଁଭଳି ସୁରକ୍ଷା  ବ୍ୟବସ୍ଥା କରାଯାଇଥିଲା ଶପଥ ଗ୍ରହଣ ଲାଗି  ସୁରକ୍ଷା ସେହିପରି ହେବ ।  

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ  ଅନୁସାରେ, ରାଷ୍ଟ୍ରପତି ଭବନର ସୁରକ୍ଷା  ଲାଗି ଅର୍ଦ୍ଧସାମରିକ ବାହିନୀର ୫ଟି କଂପାନି  ମୁତୟନ ହେବେ। ଏହାଛଡ଼ା ନିକଟସ୍ଥ ଉଚ୍ଚ  ଅଟ୍ଟାଳିକାଗୁଡ଼ିକରେ ଏନ୍‌ଏସ୍‌ଜି କମାଣ୍ଡୋ, ଡ୍ରୋନ୍‌, ସ୍ନାଇପରଙ୍କୁ ମୁତୟନ କରାଯିବ ।  କାର୍ଯ୍ୟକ୍ରମସ୍ଥଳ ନିକଟରେ ଦିଲ୍ଲୀ ପୁଲିସର ସ୍ୱାଟ୍‌  କମାଣ୍ଡୋ ମଧ୍ୟ ମୁତୟନ ରହିବେ । ଶପଥ ଗ୍ରହଣ  ସମାରୋହରେ ଅନେକ ବିଦେଶୀ ନେତା ସାମିଲ  ହେବାକୁ ଥିବାରୁ ହାଇ ଆଲର୍ଟରେ ରହିବ ପୂରା  ରାଜଧାନୀ । ବିଦେଶୀ ଅତିଥିଙ୍କର ସୁରକ୍ଷାର  ଦାୟିତ୍ୱ ଗୁଇନ୍ଦା ଏଜେନ୍ସି ବହନ କରିବ ।  ସେମାନଙ୍କୁ ପ୍ରୋଟେକଲ୍‌ ମୁତାବକ ସୁରକ୍ଷା  ପ୍ରଦାନ ଲାଗି କଡ଼ା ବ୍ୟବସ୍ଥା ହୋଇଛି ।  

ଯେଉଁ ହୋଟେଲ୍‌ରେ ବିଦେଶୀ ଅତିଥି  ରହିବେ ସେଠାରେ ମଧ୍ୟ ସୁରକ୍ଷାକୁ ବୃଦ୍ଧି  କରାଯାଇଛି । ରାଷ୍ଟ୍ରପତି ଭବନ ଆଖପାଖରେ  ସଂସଦ ମାର୍ଗ, ରଫି ମାର୍ଗ, ରାୟସିନା ରୋଡ୍‌,  ରାଜେନ୍ଦ୍ର ପ୍ରସାଦ ରୋଡ୍‌, ସର୍ଦ୍ଦାର ପଟେଲ  ମାର୍ଗରେ କାର୍ଯ୍ୟକ୍ରମ ସମୟରେ ପାସ୍‌ ଥିବା  ଗାଡି଼ଗୁଡିକୁ ପ୍ରବେଶର ଅନୁମତି ମିଳିବ ।  ୫୦୦ରୁ ଅଧିକ ସିସିଟିଭି କ୍ୟାମେରା ଜରିଆରେ  କାର୍ଯ୍ୟକ୍ରମ ଉପରେ ନଜର ରଖାଯିବ । ପୂରା  ଦିଲ୍ଲୀରେ ଧାରା ୧୪୪ ମଧ୍ୟ ଜାରି କରାଯାଇଛି ।  

ଶପଥ ଗ୍ରହଣ ସମାରୋହକୁ ଦୃଷ୍ଟିରେ ରଖି  ଦିଲ୍ଲୀ ପୁଲିସ ୯ ଓ ୧୦ ତାରିଖ ଲାଗି ଅନେକ  ପ୍ରକାର କଟକଣା ମଧ୍ୟ ଲଗାଇଛି । ଦିଲ୍ଲୀକୁ ‘ନୋ  ଫ୍ଲାଇଂ ଜୋନ୍‌’ ଘୋଷିତ କରାଯାଇଛି । ଏହି  ସମୟରେ ପୂରା ଦିଲ୍ଲୀରେ ପାରା ଗ୍ଲାଇଡର,  ପାରା ମୋଟର୍ସ, ହ୍ୟାଙ୍ଗ ଗ୍ଲାଇଡର, ୟୁଏଭି,  ୟୁଏଏସ୍‌, ମାଇକ୍ରୋଲାଇଟ୍‌ ଏୟାରକ୍ରାଫ୍ଟ,  ରିମୋଟ୍‌ କଣ୍ଟ୍ରୋଲଡ ଏୟାରକ୍ରାଫ୍ଟର ଉଡ଼ାଣ  ଉପରେ ରୋକ ଲଗାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.