ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଅଭିଯୁକ୍ତଙ୍କୁ ବଞ୍ଚାଇବା ପ୍ରୟାସ‌ରେ ହସ୍ପିଟାଲ...କୋଲକାତା ଡାକ୍ତର ଦୁଷ୍କର୍ମ ମାମଲରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା

Image Courtesy: prabhatkhabar

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏହି ମାମଲାକୁ ନେଇ ଦେଶରେ ରାଜନୀତି ଜୋର ଧରିଥିବା ବେଳେ କଂଗ୍ରେସ ନେତାଙ୍କ ପ୍ରତିକିୟା ଆହୁରି ଚର୍ଚ୍ଚା ବଢ଼ାଇ ଦେଇଛି  ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ‘କୋଲକାତାରେ ଜୁନିୟର ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଭଳି ବିଭତ୍ସ ଘଟଣାକୁ ନେଇ ସମଗ୍ର ଦେଶ ସ୍ତବ୍ଧ । ତାଙ୍କ ସହ ହୋଇଥିବା କ୍ରୁର ଓ ଅମାନବୀୟ କୃତ୍ୟ ସଂପର୍କରେ ଫର୍ଦ୍ଦ ପରେ ଫର୍ଦ୍ଦ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ଡାକ୍ତର ଏବଂ ମହିଳାଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।’ 

ସେ ଆଗକୁ ଆହୁରି ଲେଖିଛନ୍ତି ଯେ, ‘ ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ବଞ୍ଚାଇବା ଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନର ପ୍ରଚେଷ୍ଟା ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଘଟଣା ଭାବିବାକୁ ବାଧ୍ୟ କରୁଛି ଯେ, ଯଦି ମେଡିକାଲ କଲେଜ ଭଳି ସ୍ଥାନରେ ଡାକ୍ତର ସୁରକ୍ଷିତ ନାହାଁନ୍ତି ତେବେ ଅଭିଭାବକ କେଉଁ ଭରସାରେ ନିଜ ଝିଅକୁ ବାହାରେ ପଢ଼ିବାକୁ ଛାଡ଼ିବେ ?  ନିର୍ଭୟା ମାମଲା ପରେ ଆସିଥିବା କଠୋର ଆଇନ ଏଭଳି ଅଭିଯୁକ୍ତଙ୍କୁ ରୋକିବା ଲାଗି କାହିଁକି ଅସମର୍ଥ ? ହାଥରସ୍‌ରୁ ଉନାଓ ଏବଂ କଠୁଆରୁ କୋଲକାତା ଯାଏଁ ମହିଳାଙ୍କ ବିରୋଧରେ ବଢ଼ିଥିବା ଅପରାଧକୁ ନେଇ ପ୍ରତ୍ୟେକ ଦଳ, ପ୍ରତ୍ୟେକ ବର୍ଗ ମିଳିମିଶି ବିଚାର ବିମର୍ଶ କରି ନିଷ୍କର୍ସ ବାହାର କରିବାକୁ ପଡ଼ିବ । ମୁଁ ଏଭଳି ଅସହନୀୟ ପୀଡ଼ାରେ ଥିବା ପୀଡ଼ିତାଙ୍କ ପରିବାର ସହ ରହିଛି । ଯେକୌଣସି ପରିସ୍ଥିତିରେ ସେମାନଙ୍କୁ ନ୍ୟାୟ ମିଳୁ ଏବଂ ଦୋଷୀଙ୍କୁ ଏଭଳି ଦଣ୍ଡ ମିଳୁ ଯାହା ସମାଜ ପାଇଁ ଏକ ଉଦାହରଣ ହୋଇପାରିବ ।’


 


ପଶ୍ଚିମବଙ୍ଗର କୋଲକାତାରେ ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଶିବସେନା (ୟୁବିଟି) ବିଧାୟକ ଆଦିତ୍ୟ ଠାକରେ ପ୍ରତିକ୍ରିୟା ଦେଇଛନ୍ତି । ଠାକରେ କହିଛନ୍ତି ଯେ, କୋଲକାତାରେ ଯେଉଁ ଘଟଣା ଘଟିଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଆମ ଦେଶରେ ଏଭଳି ଘଟଣା ନହେବା ଦରକାର । ଅଭିଯୁକ୍ତଙ୍କ ବିରୋଧରେ ଦଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । 

  • Rahul Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.