ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପଦ୍ମମଞ୍ଜି ଖାଉଛନ୍ତି କି ? ଏଭଳି ପ୍ରଣାଳୀରେ ଖାଉଥିଲେ ଏହା ଲାଭ ବଦଳରେ ଘଟାଇପାରେ କ୍ଷତି !

ଭୁବନେଶ୍ୱର, ୨୬।୧: ମାଖାନା । ସାଧାରଣ ଭାଷାରେ ଏହାକୁ ପଦ୍ମମଞ୍ଜି ବୋଲି କୁହାଯାଏ । ଏହା କୌଣସି ସୁପରଫୁଟ୍ ଠାରୁ କମ୍ ନୁହେଁ । ଏଥିରେ ଫାଇବର, ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଫସଫରସ୍ ଭଳି ପୋଷକ ତତ୍ତ୍ୱ ଭରପୂର ରହିଛି । ଏହା ଶରୀର ପାଇଁ ରାମବାଣ ପରି ହୋଇଥାଏ । କିନ୍ତୁ, ଯଦି ଏହାକୁ ଠିକ୍ ଭାବରେ ନଖାଆନ୍ତି ତେବେ ଏହା ଶରୀରରେ ବଡ଼ କ୍ଷତି କରିପାରେ । ଏଥିରେ ଫାଇବର ରହିଥିବା ଯୋଗୁଁ ଏହା ପେଟ ପାଇଁ ଖୁବ୍ ଉପକାରୀ । 

ପଦ୍ମମଞ୍ଜି ଖାଇବା ଦ୍ବାରା ଶରୀରରେ ଏନର୍ଜି ଆସିଥାଏ ଏବଂ ଶରୀରର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏବେ ପ୍ରଶ୍ନ ଉଠୁଛି ଗୋଟିଏ ଦିନରେ କେତେ ପଦ୍ମମଞ୍ଜି ଖାଇବା ଉଚିତ୍ । ବିଶେଷଜ୍ଞଙ୍କ ଅନୁଯାୟୀ, ଦିନକୁ କେବଳ ୧୦ରୁ ୧୨ଟି ମାଖାନା ଖାଇବା ଉଚିତ୍ । ଯଦି ଆପଣ ଏହାକୁ ଅଧିକ ଖାଆନ୍ତି ତେବେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଫାଇବର ଯୋଗୁଁ ଏହାକୁ ଅଧିକ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ପଦ୍ମମଞ୍ଜିକୁ ଆବଶ୍ୟକ ଅନୁଯାୟୀ ଖାଇବା ଦରକାର । 

ଯେଉଁମାନେ ମଖାନାକୁ ଫ୍ରାଏ କରି ଲଗାତର ଖାଇଥା’ନ୍ତି, ସେମାନେ ହଜମ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବାସ୍ତବରେ ଏହାକୁ ହଜମ କରିବା ପାଇଁ ଶରୀରରେ ଜଳର ପରିମାଣ ସଠିକ୍ ହେବା ଉଚିତ୍ । ବିଶେଷଜ୍ଞଙ୍କ ଅନୁଯାୟୀ ଅଧିକ ମଖାନା ଖାଇବା ଦ୍ୱାରା ଷ୍ଟୋନ୍ ମଧ୍ୟ ହୋଇପାରେ । ଯେଉଁମାନଙ୍କର ପୂର୍ବରୁ ଷ୍ଟୋନ୍ ସମସ୍ୟା ରହିଛି ସେମାନେ କେବଳ ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ପରାମର୍ଶରେ ଏହାକୁ ଖାଇବା ଉଚିତ୍ । ଏହାବ୍ୟତୀତ ଯେଉଁମାନଙ୍କର ପୂର୍ବରୁ ଆଲର୍ଜି ରହିଛି, ସେମାନେ ଏହାକୁ ଖାଇବା ପୂର୍ବରୁ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ସହ କଥା ହେବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.