ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅନନ୍ୟାଙ୍କୁ ପ୍ରଶଂସା କଲେ ହ୍ରିତ୍ୱିକ୍‌, ଫିଲ୍ମ ‘ଖୋ ଗୟେ ହମ୍‌ କହାଁ’କୁ ନେଇ ଲେଖିଲେ ଏମିତି କିଛି

ନୂଆଦିଲ୍ଲୀ ୨୪/୦୩: ଗତବର୍ଷ ଡିସେମ୍ବର ମାସରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କର ଅଭିନୀତ ‘ଖୋ ଗୟେ ହମ୍‌ କହାଁ’ । ସେଥିରେ ଅନନ୍ୟାଙ୍କ ସହିତ ସିଦ୍ଧାନ୍ତ ଚତୁର୍ବେଦୀ, ଆଦର୍ଶ ଗୌରବ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟିକୁ ଉଭୟ ଦର୍ଶକ ଓ ସମୀକ୍ଷକଙ୍କ ନିକଟରୁ ବେଶ୍‌ ଭଲ ପ୍ରତିକ୍ରିୟା ମିଳିଥିଲା । ସେହି ଫିଲ୍ମ ପାଇଁ ନିକଟରେ ଅନନ୍ୟାଙ୍କୁ ଗ୍ରୀକ୍‌ ଗଡ୍‌ ଅଭିନେତା ହ୍ରିତ୍ୱିକ୍‌ ରୋଶନ୍‌ ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି । 

ନିଜର ଏକ୍ସ ପ୍ରୋଫାଇଲ୍‌ରେ ହ୍ରିତ୍ୱିକ୍‌ ଲେଖିଛନ୍ତି, କିଛି ଦିନ ତଳେ ‘ଖୋ ଗୟେ ହମ୍‌ କହାଁ’ ଦେଖିଲି । ଫିଲ୍ମର ଭରପୁର ମଜା ନେଲି । ଏଥିରେ ଅଭିନୟ କରିବା ସହଜ କଥା ନଥିଲା । ଅନନ୍ୟା ପାଣ୍ଡେ ଜଣେ ଷ୍ଟାର । ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର । ସିଦ୍ଧାନ୍ତ ଚତୁର୍ବେଦୀ ଓ ଆଦର୍ଶ ଗୌରବ ମଧ୍ୟ ଦମଦାର ଅଭିନୟ କରିଛନ୍ତି । ନିର୍ଦ୍ଦେଶନା ବି ଉଚ୍ଚକୋଟୀର । ପୂରା ଟିମ୍‌କୁ ଶୁଭେଚ୍ଛା । ଏହା ଏକ ଦେଖିଲା ଭଳି ଫିଲ୍ମ । ହ୍ରିତ୍ୱିକ୍‌ଙ୍କ ଏହି ପୋଷ୍ଟର ଜବାବରେ ଅନନ୍ୟା ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, ହ୍ରିତ୍ୱିକ୍‌ ସାର, ଆପଣଙ୍କର ଏହି ପ୍ରେରଣାପ୍ରଦ ଶବ୍ଦ ଲାଗି ଅଶେଷ ଧନ୍ୟବାଦ । ଏହା ଆମ ପାଇଁ ସଞ୍ଜିବନୀ ଭଳି । 




ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଅନନ୍ୟାଙ୍କୁ ଆଗକୁ ‘କଣ୍ଟ୍ରୋଲ’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ଭିହାନ୍‌ ସାମତ୍‌, ଦେବିକା ପ୍ରମୁଖ ନଜର ଆସିବେ । ତାହା ଏକ ସାଇବର ଥ୍ରିଲର ଫିଲ୍ମ । ସେହିପରି ଅନନ୍ୟା ‘ଦ ଅନ୍‌ଟୋଲ୍ଡ ଷ୍ଟୋରି ଅଫ୍‌ ସି ଶଙ୍କରନ୍‌ ନାୟାର’ରେ ବି ନଜର ଆସିବେ । ସେହି ଫିଲ୍ମରେ ମାଧବନ୍‌, ଅକ୍ଷୟ କୁମାରଙ୍କ ଭଳି ବଡ଼ ଷ୍ଟାରଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ସେ । ଏହାଛଡ଼ା ତାଙ୍କୁ ଏକ ୱେବ୍‌ସିରିଜ୍‌ ‘କଲ୍‌ ମି ବେ’ରେ ବି ଦେଖିବାକୁ ମିଳିବ । ସୂଚନାଥାଉକି, ‘ଖୋ ଗୟେ ହମ୍‌ କହାଁ’ ହେଉଛି ୩ ବନ୍ଧୁଙ୍କର କାହାଣୀ ଯେଉଁମାନେ ସୋସିଆଲ ମିଡିଆର ଚାପ ସତ୍ତେ୍ୱ ନିଜର ଲକ୍ଷ୍ୟ ଓ ସଂପର୍କକୁ ଆଗକୁ ବଢ଼ାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.