ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ହୁରୁନ ଇଣ୍ଡିଆ ଧନୀ ତାଲିକା-୨୦୨୪, ଶୀର୍ଷରେ ଶାହରୁଖ

ମୁମ୍ବାଇ ୩୦/୦୮: ହୁରୁନ ଇଣ୍ଡିଆ ଧନୀ ତାଲିକା-୨୦୨୪ରେ ପ୍ରଥମ ଥର ସ୍ଥାନ ପାଇଛନ୍ତି ବଲିଉଡ୍‌ର କିଙ୍ଗ୍‌ ଖାନ । ସୋସିଆଲ ମିଡିଆରେ ଦବ୍‌ଦବା ପାଇଁ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ୪.୪୧ କୋଟି ଫଲୋଅର ସହିତ ଶାହରୁଖ ଭାରତର ସବୁଠୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ୩୭୦୦ କୋଟି ।

ଶାହରୁଖଙ୍କ ଅନ୍‌ଲାଇନ୍‌ ଉପସ୍ଥିତି ତାଙ୍କୁ ଅନ୍ୟ ସେଲିବ୍ରିଟି ଯଥା- ଋତ୍ୱିକ ରୋଶନ (୩.୨୩ କୋଟି ଫଲୋଅର) ଓ କରନ ଜୋହର (୧.୭ କୋଟି ଫଲୋଅର)ଙ୍କଠୁ ଆଗରେ ରଖିଛି । ଉଭୟ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଅଛନ୍ତି । ଚଳିତ ବର୍ଷର ହୁରୁନ ଇଣ୍ଡିଆ ଧନୀ ତାଲିକାରେ ଅନେକ ଅନ୍ୟ ପ୍ରସିଦ୍ଧ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସୋସିଆଲ ମିଡିଆର ଲାଭ ଉଠାଇ ନିଜର ପ୍ରଭାବ ବିସ୍ତାର କରିଛନ୍ତି । ଉଦ୍ୟୋଗପତି ରତନ ଟାଟା ୧.୩୧ କୋଟି ଫଲୋଅର ସହିତ ତାଲିକାର ୪ର୍ଥ ସ୍ଥାନରେ ଅଛନ୍ତି । ଚଳିତ ବର୍ଷ ତାଙ୍କ ଫଲୋଅର ସଂଖ୍ୟା ୫ ଲକ୍ଷ ବଢ଼ିଛି । 

ସେହିପରି ଏକ୍ସରେ ସର୍ବଦା ସକ୍ରିୟ ରହୁଥିବା ଏବଂ ଧ୍ୟାନ ଆକର୍ଷଣକାରୀ ପୋଷ୍ଟ୍‌ ଶେୟାର କରୁଥିବା ଆନନ୍ଦ ମହିନ୍ଦ୍ରା ୧.୧୨ କୋଟି ଫଲୋଅର ସହିତ ୫ମ ସ୍ଥାନରେ ଅଛନ୍ତି । ୫୩ ଲକ୍ଷ ଫଲୋଅର ସହିତ ୬ଷ୍ଠ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜୁହି ଚାୱଲା । ସୁନ୍ଦର ପିଚାଇ, ସତ୍ୟ ନାଡେଲା, ନନ୍ଦନ କିଲେକାନି, ରୋନି ସ୍କ୍ର‌୍ୟୁୱାଲା ଯଥାକ୍ରମେ ୭ମ, ୮ମ, ୯ମ ଓ ୧୦ମ ସ୍ଥାନରେ ଅଛନ୍ତି । ହୁରୁନ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରକାଶିତ ହୁରୁନ ଇଣ୍ଡିଆ ଧନୀ ତାଲିକା ଭାରତର ଧନୀ ବ୍ୟକ୍ତିଙ୍କର ଏକ ବାର୍ଷିକ ରାଙ୍କିଙ୍ଗ୍‌ । ଚଳିତ ବର୍ଷର ତାଲିକା ସର୍ବନିମ୍ନ ୧,୦୦୦ କୋଟି ସମ୍ପତ୍ତି ଥିବା ୧,୫୩୯ ବ୍ୟକ୍ତିତ୍ୱଙ୍କୁ ସ୍ଥାନୀତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.