ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ତ୍ରୀକୁ ସନ୍ଦେହ କରି ଆତ୍ମହତ୍ୟା କଲେ ସ୍ୱାମୀ

ମାଲକାନଗିରି,୨୬/୫(ଆପ୍ର )ସ୍ୱାମୀ-ସ୍ତ୍ରୀ ର ବନ୍ଧନ ଇହ କାଳ ପରକାଳ ପାଇଁ । କିନ୍ତୁ ଏହି  ସମ୍ପର୍କରେ ସନ୍ଦେହ ଆସିଗଲେ ସବୁକିଛି ସରିଯାଏ। ସମ୍ପର୍କ ବିଛିନ୍ନ ହୋଇ ଯାଇଥାଏ। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ପତ୍ନୀର ପିନ୍ଧା ଶାଢି  ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ସ୍ୱାମୀ। ଏପରି ଅଭାନୀୟ ଘଟଣା ଘଟିଛି ମାଲକାନଗିରି ଆଦର୍ଶ ଥାନା ସ୍ଥିତ ଏମଭି ୧୭ ଗ୍ରାମରେ । 

 ଉକ୍ତ ଗ୍ରାମର ଜଣେ  ଯୁବକ ତାଙ୍କ ପତ୍ନୀ ଙ୍କୁ ନେଇ ପଡୋଶୀ ରାଜ୍ୟ ଛତିଶଗଡ଼ ସୁକୁମା ଜିଲ୍ଲା ଚିନ୍ତାନାଡ଼ ଗ୍ରାମରେ ମିସ୍ତ୍ରୀ କାମ କରି ରହୁଥିଲେ। ଗତ କିଛି ମାସ ହେଲା ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ ରେ ଝଗଡା  ଲାଗୁଥିବାର ଜଣା ପଡିଛି । ଗତ ୨୪ତାରିଖରେ ଯୁବକ ଜଣକ ଚିନ୍ତା ନାଡ଼ ଗ୍ରାମରୁ ମାଲକାନଗିରି ଏମଭି ୧୭ ନିଜ ଘରକୁ ଆସିଥିଲେ। ଗତ କାଲି ଘରେ କେହି ନଥିବା ବେଳେ ନିଜର ମାନସିକ ଭାର ସାମ୍ୟ ହରାଇ ଘରେ ଥିବା ନିଜ ପତ୍ନୀଙ୍କ ଶାଢି ରେ ବେକରେ ଫାଶୀ ଲଗାଇ ଘର ଭିତରେ ଓରାରେ ଲଟକି ପଡ଼ିଥିଲେ। ପରେ ପରିବାର ଓ ଗ୍ରାମବାସୀ ଝରକା ଫାଙ୍କରେ ଦେଖି କବାଟ ଭାଙ୍ଗି ତଳକୁ ଓହ୍ଲାଇ  ଥିଲେ। ସେ ମରିଯାଇ ଥିବାର ଦେଖି ମାଲକାନଗିରି ଥାନାକୁ ଜଣାଇ ଥିଲେ । ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ବ୍ୟବଛେଦ ପାଇଁ ହସ୍ପିଟାଲ କୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.