ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଯଦି ୨୦୧୯ ବିଶ୍ବକପ୍‌ ଫାଇନାଲ ପରି ୨୦୨୩ ବିଶ୍ବକପ୍‌ ଫାଇନାଲ ଟାଇ ହୁଏ, ତେବେ କିପରି କିପରି ନିଆଯିବ ନିଷ୍ପତ୍ତି?

ନୂଆଦିଲ୍ଲୀ,୧୪/୧୧: ଦିନିକିଆ ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚ୍ ନଭେମ୍ବର ୧୯ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପୂର୍ବ ସଂସ୍କରଣରେ ଅର୍ଥାତ୍ ବିଶ୍ୱକପ୍ ୨୦୧୯ ରେ ଇଂଲଣ୍ଡ ଦଳ ଚାମ୍ପିଅନ୍ ହୋଇଥିଲା। ଫାଇନାଲ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା, ଯାହାକି ଏକ ଟାଇ ହୋଇଥିଲା। ତା’ପରେ ମ୍ୟାଚ୍‌ର ନିଷ୍ପତ୍ତି ନେବାକୁ ସୁପର ଓଭର ଖେଳାଯାଇ‌‌ଥିଲେ ବି ତାହା ମଧ୍ୟ ଟାଇ ହୋଇଥିଲା ଏବଂ ଅଧିକ ସୀମା ସ୍କୋର ବା ବାଉଣ୍ଡ୍ରି ସ୍କୋର କରିବା କାରଣରୁ ଇଂଲଣ୍ଡକୁ ବିଜେତା ଘୋଷିତ କରାଯାଇଥିଲା। ତେବେ ଯଦି ଏଥର ଫାଇନାଲ ମ୍ୟାଚ୍‌ ଟାଇ ହୁଏ, ତେବେ କ'ଣ ସମାନ ଘଟଣା ଘଟିବ କି? ଆସନ୍ତୁ ଜାଣିବା ଏଥର ନିୟମ କ’ଣ ହେବ?

ପଢ଼ନ୍ତୁ: ଦିନିକିଆ ବିଶ୍ୱକପ୍‌ରୁ ବିଦା ପରେ ପାକ୍ ଟିମ୍‌କୁ ଝଟକା, ବୋଲିଂ କୋଚ୍‌ ପଦରୁ ଇସ୍ତଫା ଦେଲେ ମର୍ଣ୍ଣ ମୋର୍କେଲ

ବିଶ୍ୱକପ ୨୦୨୩ ର ଫାଇନାଲରେ ସୀମା ସ୍କୋର ଗଣିବା ନିୟମ ବୈଧ ହେବ ନାହିଁ। ଏହାର ଅର୍ଥ ହେଉଛି, ଯଦି ଫାଇନାଲ୍ ମ୍ୟାଚ୍ ଟାଇ ହୁଏ ଏବଂ ଏହା ପରେ ଯଦି ସୁପର ଓଭର ମଧ୍ୟ ଟାଇ ହୁଏ, ତେବେ ଅଧିକ ସୀମା ସ୍କୋର କରୁଥିବା ଦଳ ବିଜେତା ଘୋଷିତ ହେବ ନାହିଁ। ଏଥର ଫାଇନାଲରେ, ଯଦି ଏପରି ପରିସ୍ଥିତି ଉପୁଜେ କି ମ୍ୟାଚ୍ ଟାଇ ହେବ ଏବଂ ଏହା ପରେ ଯଦି ସୁପର ଓଭର ମଧ୍ୟ ଟାଇରେ ଶେଷ ହୁଏ, ତେବେ ସୁପର ଓଭର ପରେ ପୁଣି ଏକ ସୁପର ହେବ ଅର୍ଥାତ୍ ଦ୍ୱିତୀୟ ସୁପର ଓଭର ଖେଳାଯିବ। କେବଳ ଏତିକି ନୁହେଁ ଯେ ପର୍ଯ୍ୟନ୍ତ ଚଡ଼ାନ୍ତ ଫଳାପଳ ନବାହାରିଛି, ସେ ପର୍ଯ୍ୟନ୍ତ ସୁପର ଓଭର ଖେଳା ଚାଲିଥିବ।  

ପଢ଼ନ୍ତୁ: ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନଷ୍ଟ କରିବା ପାଇଁ ବିସିସିଆଇ ସଚିବ ଜୟ ଶାହ ଦାୟୀ, ପୂର୍ବତନ କ୍ୟାପଟେନ୍ ଅର୍ଜୁନ ରଣତୁଙ୍ଗାଙ୍କ ସଙ୍ଗୀନ ଅଭିଯୋଗ

ଏମିତି ଥିଲା ୨୦୧୯ର ଫାଇନାଲ ଡ୍ରାମା: 

ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କେନ୍ ୱିଲିୟମସନଙ୍କ ଅଧିନାୟକତ୍ବ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଦଳ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୧ ରନ୍ ସଂଗ୍ରହ କରିଥିଲା। ଟାର୍ଗେଟକୁ ପଛରେ ପକାଇ ଇଂଲଣ୍ଡ ଦଳ ୫୦ ଓଭରରେ ୨୪୧ ରନ୍ ସଂଗ୍ରହ କରିଥିଲା। ଏହିପରି ଭାବରେ ମ୍ୟାଚ୍ ଟାଇ ହୋଇଥିଲା ଏବଂ ଫଳାଫଳ ସ୍ଥିର କରିବାକୁ ଏକ ସୁପର ଓଭର ଖେଳାଯାଇଥିଲା। 

ସୁପର ଓଭରରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫ ରନ୍ କରିଥିଲା। ଏହାର ଜବାବରେ ବ୍ୟାଟିଂ କରିବାକୁ ବାହାରିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ସୁପର ଓଭରରେ ମଧ୍ୟ ସମାନ ୧୫ ରନ୍ କରିଥିଲା। ଏହିପରି ଭାବେ ୫୦ ଓଭର ମ୍ୟାଚ୍ ପରେ ସୁପର ଓଭର ମଧ୍ୟ ଏକ ଟାଇରେ ଶେଷ ହୋଇଥିଲା ଏବଂ ଅଧିକ ବାଉଣ୍ଡ୍ରି ସ୍କୋର ହେତୁ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ ଘୋଷିତ କରାଯାଇଥିଲା।

You can also read: ରୋହିତ ଶର୍ମାଙ୍କ ନାଁରେ ଏକାଧିକ ରେକର୍ଡ, ନେଦରଲ୍ୟାଣ୍ଡସ ବିପକ୍ଷ ମ୍ୟାଚରେ ରଚିଲେ ଇତିହାସ


  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.