ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଚୀନ୍‌ର ବିଆରଆଇ ଆଗରେ ଭାରତର ଆଇଏମ୍‌ଇସି, ଜାଣନ୍ତୁ କିଭଳି ଡୋଭାଲଙ୍କ ଚକ୍ରବ୍ୟୁହରେ ଫଶିଲା ଡ୍ରାଗନ୍?

ନୂଆଦିଲ୍ଲୀ,୧୨।୯: ଭାରତରେ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ସବୁଠାରୁ ବଡ ସଫଳତା ‘ଇଣ୍ଡିଆ-ମିଡିଲ ଇଷ୍ଟ ୟୁରୋପ ଇକୋନୋମିକ୍ କରିଡର’(ଆଇଏମ୍‌ଇସି) ରହିଛି। ରେଳ ଓ ବନ୍ଦର ଜରିଆରେ ଏହି କରିଡର ଭାରତକୁ ମିଡିଲ ଇଷ୍ଟ ଓ ମିଡିଲ ଇଷ୍ଟକୁ ୟୁରୋପ ଏବଂ ଆମେରିକାକୁ ଯୋଡିବାର କାମ କରିବ। ତେବେ ବହୁ କମ୍ ଲୋକ ଏହି କଥାକୁ ଜାଣନ୍ତି ଯେ, ଆଇଏମ୍‌ଇସିକୁ ପ୍ରସ୍ତୁତ କରିବା ଓ ଏହା ଉପରେ ସହମତି ସୃଷ୍ଟି କରିବାରେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବଡ଼ ହାତ ରହିଛି। 

ଆଇଏମ୍‌ଇସିକୁ ଚୀନ୍‌ର ‘ବେଲ୍ଟ ଆଣ୍ଡ ରୋଡ୍‌ ଇନିଶିଏଟିଭ’ (ବିଆରଆଇ) ବିଳଳ୍ପ ଭାବରେ ଅଣାଯାଇଛି। ବିଆରଆଇ ଜରିଆରେ ଚୀନ୍‌ ନିଜକୁ ମିଡିଲ ଇଷ୍ଟକୁ ନେଇ ୟୁରୋପ ପର୍ଯ୍ୟନ୍ତ ଯୋଡିବାକୁ ଚାହୁଁଛି। ସେଭଳି ସମୁଦ୍ର ରାସ୍ତା ଜରିଆରେ ଆଫ୍ରିକା ପର୍ଯ୍ୟନ୍ତ ପହଞ୍ଚିବାର ଚେଷ୍ଟା କରୁଛନ୍ତି। ଚୀନ୍ ସଡକ, ରେଳ ଓ ସମୁଦ୍ର ମାର୍ଗ ଜରିଆରେ ଏଭଳି ନେଟଓ୍ବର୍କ ତିଆରି କରୁଛି, ଯାହାଫଳରେ ପୁରା ଦୁନିଆ ପର୍ଯ୍ୟନ୍ତ ପହଞ୍ଚି ପାରିବ। ତେବେ ଚୀନ୍‌ ଏଭଳି କରିବା ପୂର୍ବରୁ ଅଜିତ ଡୋଭାଲ ଆଇଏମ୍‌ଇସି ଭାବରେ ଏଭଳି ଚକ୍ରବ୍ୟୁହ ରଚିଛନ୍ତି ଯେ,ଚୀନ୍ ଏଥିରେ ଫଶି ଯାଇଛି।

ଜି-୨୦ରେ ଆଗତ କରାଯାଇଥିବା ଆଇଏମ୍‌ଇସିରେ ହଠାତ ଅଣାଯାଇଥିବା ପ୍ରୋଜେକ୍ଟ ନାହିଁ, ବଂର ଏହା ଉପରେ ଦୁଇ ବର୍ଷ ପୂର୍ବରୁ ଅକ୍ଟୋବର ୨୦୨୧ ରେ ଏକ ଫୋରମ୍‌ର ଗଠନ କରାଯାଇଥିଲା, ଯାହାର ନାଁ I2U2 ଥିଲା। ଏଥିରେ ଭାରତ, ଇସ୍ରାଏଲ, ୟୁଏଇ ଓ ଆମେରିକା ସାମିଲ ଥିଲେ। ପରେ ସାଉଦି ଆରବ ମଧ୍ୟ ଏହାର ଅଂଶ ପାଲଟି ଯାଇଛି। ଏହି ମେଗା ଇନଫ୍ରା ଷ୍ଟ୍ରକଚର ପ୍ରୋଜେକ୍ଟ ତିଆରି କରିବା ପଛରେ ଏନ୍‌ଏସଏ ଅଜିତ ଡୋଭାଲଙ୍କ ହାତ ରହିଛି। 

ଅଜିତ ଡୋଭାଲ ଗତ କିଛି ମାସ ହେବ IMEC ରେ ସାମିଲ ଦେଶର ସମକକ୍ଷଙ୍କ ସହିତ ଆଲୋଚନା କରୁଛନ୍ତି। ସେ ସବୁଠାରୁ ଅଧିକ ଚର୍ଚ୍ଚା ଆମେରିକା ଏନ୍‌ଏସ୍ଏ ଜ୍ୟାକ୍ ସୁଲିଭିନ୍‌ଙ୍କ ସହିତ କରିଛନ୍ତି। ଯେଉଁଠି I2U2 ରେ ଚାରୋଟି ଦେଶ ଥିଲେ, ସେଭଳି IMEC ରେ ୭ ଦେଶ ଓ ଏକ ୟୁରୋପିଆନ୍ ୟୁନିୟନ ଏହାର ୮ଟି ଭାଗିଦାର ଦେଶ। ଏହି ସବୁ ଦେଶ ଏହି ପ୍ରୋଜେକ୍ଟଙ୍କୁ ନେଇକି ଆସିଛନ୍ତି। ଅକ୍ଟୋବର ୨୦୨୧ ରେ ସାମନାକୁ ଆସିଥିଲା ଯେ, I2U2 ଚାରୋଟି ଦେଶର ଗ୍ରୁପ୍ ଥିଲା। ଏହାର ଲକ୍ଷ୍ୟ ୪ଟି ଦେଶ ଭିତରେ ଟେକ୍ନୋଲୋଜି ଓ ପ୍ରାଇଭେଟ୍ ସେକ୍ଟରର ସହଯୋଗକୁ  ବଢାଇବାର ଥିଲା। I2U2କୁ ନେଇ ଯେତେବେଳେ ଚର୍ଚ୍ଚା ଚାଲିଥିଲା, ସେତେବେଳେ ଆଇଏମ୍‌ଇସିର ଆଇଡିଆ ସାମନାକୁ ଆସିଥିଲା। ସେତେବେଳେ ସାଉଦି ଆରବକୁ ମଧ୍ୟ ଏହି ପ୍ଲାନରେ ସାମିଲ କରି ନିଆଯାଇଥିଲା। I2U2 ଏଥିପାଇଁ କରାଯାଇଥିଲା, ଯାହାଫଳରେ ମିଡିଲ ଇଷ୍ଟରେ ଚୀନ୍‌ର ବଢୁଥିବା ପ୍ରଭାବକୁ ରୋକି ହେବ। ଧିରେ ଧିରେ IMEC ନିଜର ରୂପ ଧାରଣ କରିବା ଆରମ୍ଭ କରିଦେଇଛି। 

 

Ajit Doval
IMEC Project

Copyright © 2022 - Summa Real Media Private Limited. All Rights Reserved.