ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଫାଇନାଲରେ ଏ ପର୍ଯ୍ୟନ୍ତ କୌଣସି ଭାରତୀୟ ଖେଳାଳି କରିନାହାନ୍ତି ଶତକ? କେବଳ ଏହି ୬ଜଣ ହାସଲ କରିଛନ୍ତି କିର୍ତ୍ତିମାନ

ନୂଆଦିଲ୍ଲୀ,୧୮/୧୧: ଭାରତ ଦ୍ୱାରା ଆୟୋଜିତ ବିଶ୍ୱକପ ୨୦୨୩ ର ଫାଇନାଲ ମୁକାବିଲା ନଭେମ୍ବର ୧୯ ତାରିଖ (ରବିବାର) ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଟାଇଟଲ୍ ମ୍ୟାଚ୍ ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ଭାରତୀୟ ଦଳ ପାଇଁ ଏହା ଏକଦିବସୀୟ ବିଶ୍ୱକପ୍‌ର ଚତୁର୍ଥ ସେମିଫାଇନାଲ ହେବ। ଏହା ପୂର୍ବରୁ ଖେଳାଯାଇଥିବା ତିନୋଟି ଫାଇନାଲରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିନାହାଁନ୍ତି। ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମାତ୍ର ୬ ଜଣ ମହାନ କ୍ରିକେଟର ଶତକ ହାସଲ କରିବାରେ ସଫଳ ହୋଇଛନ୍ତିି।

ପଢ଼ନ୍ତୁ: ଟିମ୍‌ ଇଣ୍ଡିଆର ପ୍ରାକ୍ଟିସ୍ ଜର୍ସିକୁ ନେଇ ପ୍ରଶ୍ନ ଉଠାଇଲେ ମମତା ବାନାର୍ଜୀ, କହିଲେ- ସବୁ କାହିଁକି ଗେରୁଆ ରଙ୍ଗ ହେଉଛି ?

୧୯୮୩ ଏବଂ ୨୦୧୧ ବିଶ୍ୱକପରେ ମଧ୍ୟ ଭାରତ ଅନେକ ଶତକ ସ୍କୋର କରିଥିଲା, ଯେତେବେଳେ କି ମେନ ଇନ୍ ବ୍ଲୁ ବିଶ୍ୱ ଚାମ୍ପିଅନ୍ ହୋଇଥିଲେ। ୨୦୧୧ ରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାଜିତ କରିଥିଲା। ତେବେ ଶ୍ରୀଲଙ୍କା ପାଇଁ ମହେଲା ଜୟବରର୍ଦ୍ଧନ ଏକ ଶତକୀୟ ପାଳି ଖେଳି ଅପରାଜିତ ୧୦୩ ରନ୍‌ କରିଥିଲେ। ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଆଡାମ ଗିଲକ୍ରିଷ୍ଟଙ୍କ ନାଁରେ ରହିଛି, ଯିଏକି ୨୦୦୭ ବିଶ୍ୱକପ ଫାଇନାଲରେ ୧୪୯ ରନ୍‌ର ଦମଦାର୍‌ ଶତକୀୟ ପାଳି ଖେଳି‌ଥିଲେ।

ବିଶ୍ବକପ୍‌ରେ ଶତକ କରିଥିବା ୬ଜଣ ବର୍ଷିଆନ ଖେଳାଳି: 

୧୯୭୫ ରେ, ଅର୍ଥାତ୍ ପୁରୁଷ ଦିନିକିଆ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ତତ୍କାଳୀନ ୱେଷ୍ଟଇଣ୍ଡିଜ୍ ଅଧିନାୟକ କ୍ଲାଇଭ୍ ଲୟଡ୍‌ ଟାଇଟଲ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୨ ରନ୍‌ର ଏକ ଶତକୀୟ ପାଳି ଖେଳି‌ଥିଲେ। ୱେଷ୍ଟଇଣ୍ଡିଜ୍ ପ୍ରଥମ ସଂସ୍କରଣ ଜିତିଥିଲା। ଏହା ପରେ, ୧୯୭୯ ଟୁର୍ନାମେଣ୍ଟରେ ୱେଷ୍ଟଇଣ୍ଡିଜ୍ ପୁଣି ଥରେ ଫାଇନାଲ୍ ମ୍ୟାଚ୍‌ରେ ଏକ ଶତକ ହାସଲ କରିଥିଲା। ଟାଇଟଲ ମ୍ୟାଚରେ ପୂର୍ବତନ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ୍ ଭିବ୍ ରିଚାର୍ଡସ ୧୩୮ ରନ୍‌ର ଏକ ଅପରାଜିତ ଇନିଂସ ଖେଳିଥିଲେ। ୧୯୭୯ ରେ ୱେଷ୍ଟଇଣ୍ଡିଜ୍ ମଧ୍ୟ ବିଜେତା ହୋଇଥିଲା। 

ପଢ଼ନ୍ତୁ: ଫାଇନାଲ ପୂର୍ବରୁ ସାବରମତି ନଦୀ କୂଳରେ ଡିନର କରିବେ ଭାରତ- ଅଷ୍ଟ୍ରେଲିଆ ଖେଳାଳି, ଖାଇବା ମେନ୍ୟୁ ମଧ୍ୟ ରହିଛି ଖାସ୍

ଏହା ପରେ, ୧୯୯୬ ଟୁର୍ନାମେଣ୍ଟର ଫାଇନାଲରେ ବିଜେତା ଦଳ ଶ୍ରୀଲଙ୍କାର ଅରବିନ୍ଦ ଡି ସିଲଭା ଅପରାଜିତ ୧୦୭ ରନ୍‌ ସ୍କୋର କରିଥିଲେ। ଏହା ପରେ ୨୦୦୩ ରେ ଅଷ୍ଟ୍ରେଲିଆର ରିକି ପୋଣ୍ଟିଂ ୧୪୦ ରନ୍‌ର ଏକ ଶତକୀୟ ଇନିଂସ ହାସଲ କରିଥିଲେ। ପରେ ୨୦୦୭ ଫାଇନାଲରେ ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟ ୧୪୯ ଏବଂ ୨୦୧୧ ରେ ଶ୍ରୀଲଙ୍କାର ମହେଲା ଜୟବର୍ଦ୍ଧନେ ୧୦୩ ରନ୍‌ର ଏକ ଶତକ ହାସଲ କରିଥିଲେ। ୨୦୧୧ ପରେ, ଦିନିକିଆ ବିଶ୍ୱକପ୍ ଫାଇନାଲରେ କୌଣସି ଶତକ ହୋଇନାହିଁ। 

ବିଶ୍ବକପ୍‌ ଫାଇନାଲ୍‌ରେ ଶତକ କରିଥିବା ଖେଳାଳି: 

୧୪୯- ଶ୍ରୀଲଙ୍କା ବିପକ୍ଷରେ ଆଡମ୍‌ ଗିଲ୍‌କ୍ରିଷ୍ଟ-୨୦୦୭

୧୪୦- ଭାରତ ବିପକ୍ଷରେ ରିକି ପୋଣ୍ଟିଂ, ୨୦୦୩

୧୩୮- ଇଂଲଣ୍ଡ ବିପକ୍ଷରେ ଭିବ୍‌ ରିଚାର୍ଡସ୍‌ ୧୯୭୯

୧୦୭- ଅଷ୍ଟ୍ରେଲିଆ ବିପକ୍ଷରେ ଅରବିନ୍ଦ ଡି ସିଲ୍‌ଭା-୧୯୯୬

୧୦୩- ଭାରତ ବିପକ୍ଷରେ ମହେଲା ଜୟବର୍ଦ୍ଧନେ- ୨୦୧୧

୧୦୨- ଅଷ୍ଟ୍ରେଲିଆ ବିପକ୍ଷରେ କ୍ଳାଇଭ୍‌ ଲୟଡ୍‌- ୧୯୭୫

You can also read: ଇନ୍ଦିରାରୁ ଆଇରନ୍‌ ଲେଡି'ର ଯାତ୍ରା; ତାଙ୍କର ଗୋଟିଏ ନିଷ୍ପତ୍ତିରେ ଦୁଇଫାଳ ପାକିସ୍ତାନ, ଛିନ୍‌ଛତର୍ ଖଲିସ୍ତାନ; ଅଟଳ କହିଥିଲେ ଦୁର୍ଗା


 

 

Copyright © 2022 - Summa Real Media Private Limited. All Rights Reserved.