ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଦେଶର ୧୦ସହରରେ ୭ପ୍ରତିଶତ ମୃତ୍ୟୁ ଲାଗି ବାୟୁ ପ୍ରଦ୍ୟୁଷଣ ଦାୟୀ, ଏଥିରେ ଦିଲ୍ଲୀ ଏବଂ ମୁମ୍ବାଇ ସାମିଲ୍

ନୂଆଦିଲ୍ଲୀ,୪/୭ : ଯେଉଁଭଳି ସମୟ ପରିବର୍ତ୍ତନ ହେଉଛି ଆମେ ମର୍ଡ଼ନ ହେଉଛେ । ଠିକ୍ ସେହିଭଳି ବାୟୁ ପ୍ରଦ୍ୟୁଷଣ ବି ଦ୍ରୁତ ଗତି‌ରେ ବଢି ଚାଲିଛି । ବିକାଶ ନିଜ ସହ ବିନାଶକୁ ଆଣୁଛି । ଏହି କଥା ସମ୍ପୂର୍ଣ୍ଣ ସତ୍ୟ ହେବାକୁ ଲାଗିଛି । ସୁଖ ସୁବିଧା ବଢୁଛି ତ ପ୍ରଦ୍ୟୁଷଣ ବି ବଢିବାରେ ଲାଗିଛି । ଆଜି ରାସ୍ତାରେ ଦ୍ରୁତ ଗତିରେ ଗାଡ଼ି ଦୌଡ଼ୁଛି, ପେଟ୍ରୋଲ- ଡିଜେଲରୁ ବାହାରୁଥିବା ବିଷ କାରଣରୁ ପରିବେଶ ବି ଖରାପ ହେବାକୁ ଲାଗିଛି । ସେହିଭଳି ଫ୍ୟାକ୍ଟ୍ରିରୁ ବାହାରୁଥିବା କଳା ଧୂଆଁରେ ବି ବାୟୁ ପ୍ରଦ୍ୟୁଷଣ ହେଉଛି ଏବଂ କ୍ଷତିକାରଣ ସାବ୍ୟସ୍ତ ହେଉଛି । ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଦେଶର ୧୦ସହରରେ ୭ପ୍ରତିଶତ ମୃତ୍ୟୁ ଲାଗି ବାୟୁ ପ୍ରଦ୍ୟୁଷଣ ହିଁ ଦାୟୀ । ବର୍ଷକୁ ୩୩ହଜାର ଭାରତୀୟଙ୍କ ମୃତ୍ୟୁ ଖରାପ ବାୟୁ କାରଣରୁ ହେଉଛି । 

ଲ୍ୟାସେଣ୍ଟ ପ୍ଲାନେଟୋରୀ ହେଲ୍ଥରେ ପ୍ରକାଶିତ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି କି ଦେଶର ୧୦ସହରରେ ପ୍ରତ୍ୟେକ ବର୍ଷ ପ୍ରାୟ ୩୩ହଜାର ମୃତ୍ୟୁର କାରଣ ବାୟୁ ପ୍ରଦ୍ୟୁଷଣ ଅଟେ । ବାୟୁର ସ୍ତର ଭାରତର ରାଷ୍ଟ୍ରୀୟ ସ୍ବଚ୍ଛ ବାୟୁ ସୀମାରୁ ତଳେ ଅଟେ । ରିପୋର୍ଟରେ କୁହାଯାଇଛି କି ଦେଶର ସ୍ବଚ୍ଛ ବାୟୁ ନୋମ୍ସ ବର୍ତ୍ତମାନ ପ୍ରତ୍ୟେକ ଘନ ମିଟର ବାୟୁରେ ୧୫ମାଇକ୍ରୋଗ୍ରାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦିଶା ନିର୍ଦେଶରେ ବହୁ ଉପରେ ଅଟେ । ରିପୋର୍ଟରେ ଏହି କଥାକୁ ଜୋର ଦିଆଯାଇଛି କି ଲୋକଙ୍କୁ ପ୍ରଦ୍ୟୁଷିତ ବାୟୁରୁ ରକ୍ଷା ପାଇବା ଲାଗି ଭାରତକୁ କମରୁ କମ୍ ଡବ୍ଲ୍ୟୁଏଚଓ ର ଦିଶା ନିର୍ଦେଶ ଅନୁସାରେ ନିଜ ସ୍ବଚ୍ଛ ବାୟୁ ନୋମ୍ସରେ ପରିବର୍ତ୍ତନ କରିବା ଜରୁରୀ ଅଟେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.