ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୯ରେ ହୋଇପାରେ ‘ଇଣ୍ଡିଆ’ ମେଣ୍ଟର ଆଗାମୀ ବୈଠକ, ସିଟ୍‌ ସେୟାରିଂ ଉପରେ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୨: ଇଣ୍ଡିଆ ମେଣ୍ଟର ବୈଠକକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ତାରିଖ ଘୋଷଣା କରାଯାଇ ନାହିଁ, କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୧୯ରେ  ଅନୁଷ୍ଠିତ ହୋଇପାରେ। ଏହି ମେଣ୍ଟ ସହ ଜଡିତ ସହଯୋଗୀ ଦଳ ଶୀର୍ଷ ନେତାମାନେ ମଧ୍ୟ ଏହା ପ୍ରତି ଦୃଷ୍ଟି ଦେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଆ ମିଳିତ ମଞ୍ଚର ପରବର୍ତ୍ତୀ ବୈଠକର କାର୍ଯ୍ୟସୂଚୀରେ ସିଟ୍ ସେୟାରିଂ ନେଇ ଚର୍ଚ୍ଚା ହୋଇପାରେ।। ଏହି ବୈଠକରେ ସବୁ ଦଳ ଆଗାମୀ  ନିର୍ବାଚନରେ କେଉଁ ରାଜ୍ୟରେ କେଉଁ ଦଳର ପ୍ରାର୍ଥୀ ହୋଇପାରିବେ ସେନେଇ ଆଲୋଚନା ମଧ୍ୟ ସମ୍ଭବ।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମାଜବାଦୀ ପାର୍ଟି ଓ କଂଗ୍ରେସ ଭିତରେ ଚାଲିଥିବା ଗତିରୋଧକୁ ଦୂର କରି ନିଆଯାଇଛି। ମେଣ୍ଟର ଆଗାମୀ ବୈଠକ କିଛି ଦିନ ପୂର୍ବରୁ ହେବାର ଥିଲା, କିନ୍ତୁ ଏହି ସମୟରେ କୁହାଯାଇଛି ଯଦି ଏବେ ବୈଠକ ହେବ ତେବେ ଏଥି‌ରେ ମମତା ବାନାର୍ଜୀ, ଅଖିଳେଶ ଯାଦବ ଓ ନୀତୀଶ କୁମାରଙ୍କ ଭଳି ନେତା ସାମିଲ ହୋଇପାରିବେ। ଏହି କାରଣରୁ ସେହି ସମୟରେ ଇଣ୍ଡିଆ ମେଣ୍ଟର ବୈଠକ ହୋଇପାରିନଥିଲା।

ଗତ କିଛି ସପ୍ତାହରେ ହେବାକୁ ଥିବା ‘ଇଣ୍ଡିଆ’ ମେଣ୍ଟର ନେତା ଗତ ବୈଠକ ସ୍ଥଗତି କରିଥିଲେ, କାରଣ ଅଖିଳେଶ ଯାଦବ, ନୀତୀଶ କୁମାର ଓ ମମତା ବାନାର୍ଜୀଙ୍କ ସହିତ ବହୁ ନେତା ସଙ୍କେତ ଦେଇଥିଲେ ଏଥିରେ ସାମିଲ ହୋଇପାରିବେନି। ବୈଠକର ନିର୍ବାଚନ ପରିଣାମ ଦିନ ଡକାଯାଇଥିଲା କେବଳ ୩ ଦିନ ପୂର୍ବରୁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏହାଦ୍ବାରା ଦେଶର ସବୁଠାରୁ ପୁରାଣା ପାର୍ଟିକୁ ନିଜର କର୍ମୀଙ୍କ ଆକଳନ କରିବା ଓ ପରାଜୟର କାରଣ ଜାଣିବାର ସମୟ ମିଳିପାରିଲାନି। ପାର୍ଟି ପାଇଁ ଏକମାତ୍ର ଆଶାର କିରଣ ତେଲେଙ୍ଗାନାରେ କଂଗ୍ରେସର ବିଜୟ ହିଁ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.