ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ବାଇ ରାଲିରେ ୨୦୨୪ ପାଇଁ INDIA ମେଣ୍ଟର ଏଜେଣ୍ଡା, ମୋଦିଙ୍କୁ ଘେରିବାକୁ ‘ଟ୍ରିପଲ୍ ଇ’ ଫର୍ମୁଲା

ମୁମ୍ବାଇ, ୧୮/୦୩: ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ଦେଶରେ ରାଜନୈତିକ ଉଷ୍ମତା ବଢ଼ି ଯାଇଛି । ୨୦୧୪ ଓ ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସଫଳତା ପାଇଥିବା ବିଜେପି ଏଥର ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ରହିଛି । ଅନ୍ୟପଟେ କେନ୍ଦ୍ରରେ ବିଜେପିକୁ ହ୍ୟାଟ୍ରିକରୁ ରୋକିବା ଲାଗି ପ୍ରାଣ ପଣେ ଉଦ୍ୟମ କରୁଛି ବିରୋଧୀ ମେଣ୍ଟ ଇଣ୍ଡିଆ । 

ଶନିବାର ମୁମ୍ବାଇର ଶିବାଜୀ ପାର୍କରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ ରାଲିରେ ଇଣ୍ଡିଆ ମେଣ୍ଟର ନେତା ଏକାଠି ହୋଇ ବିଜେପିକୁ ପରାଜିତ କରିବାକୁ ସଂକଳ୍ପ ନେଇଛନ୍ତି । ଏଥିସହ ବିରୋଧୀ ମେଣ୍ଟ ଇଣ୍ଡିଆ ୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତ କରିଛି ଏଜେଣ୍ଡା ।

ମୁମ୍ବାଇରେ ବିରୋଧୀ ମେଣ୍ଟ ଇଣ୍ଡିଆ ନେତା ଏକାଠି ହୋଇ ବିଜେପି ବିରୋଧୀ ନାରା ଦେଇଛନ୍ତି । ରାହୁଲ୍ ଗାନ୍ଧୀଙ୍କ ଠାରୁ ନେଇ ମେଣ୍ଟର ସମସ୍ତ ନେତା ଇଭିଏମ୍, ଇଡି ଓ ଇଲେକ୍ଟୋରାଲ୍ ବଣ୍ଡ ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ଏଥିରୁ ସ୍ପଷ୍ଟ ବିରୋଧୀ ଏବେ ‘ଟ୍ରିପଲ୍ ଇ’କୁ ପ୍ରସଙ୍ଗ କରି ୨୪ ଲୋକସଭା ନିର୍ବାଚନକୁ ଓହ୍ଲାଇବେ ।

ଇଭିଏମ୍: ରାହୁଲ୍ ଗାନ୍ଧୀ ଇଭିଏମକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି- ରାଜାଙ୍କ ଆତ୍ମା ଇଭିଏମ୍, ଇଡି, ସିବିଆଇ ଭଳି ସଂସ୍ଥାରେ । ଇଭିଏମ୍ ବିନା ପିଏମ୍ ମୋଦି ନିର୍ବାଚନ ଜିତି ପାରିବେ ନାହିଁ । ରାହୁଲ୍ ଆହୁରି କହିଛନ୍ତି, ଇଭିଏମରେ ଅସୁବିଧା ନାହିଁ ତ କାହିଁକି ଭଭିପାଟ୍ ପର୍ଚ୍ଚିରେ ନିର୍ବାଚନ ଆୟୋଗ କାହିଁକି ଗଣତି କରୁ ନାହାନ୍ତି । 

ଇଡି: ରାହୁଲ୍ କହିଛନ୍ତି, ଇଡି ଓ ସିବିଆଇ ଦମରେ ବିପକ୍ଷ ନେତାଙ୍କୁ ଡରାଇ ଓ ଧମକାଇ ବିଜେପିରେ ସାମିଲ୍ କରା ଯାଉଛି । ବିଜେପିରେ ସାମିଲ୍ ନ ହେଲେ ଜେଲ୍ ଯିବାକୁ ଧମକ ଦିଆ ଯାଉଛି । ଇଡି ଯେଉଁସବୁ ରେଡ୍ କରୁଛି ସେ ସବୁ ରାଜନୈତିକ ପ୍ରଣୋଦିତ । 

ଇଲେକ୍ଟୋରାଲ୍ ବଣ୍ଡ: ବିରୋଧୀ ଇଲେକ୍ଟୋରାଲ୍ ବଣ୍ଡକୁ ନେଇ ବିଜେପି ଓ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ପ୍ରଥମେ ଚାନ୍ଦା ଦିଅ କାମ ନିଅ ଦୁର୍ନୀତି ଚାଲିଛି । ଲାଭ ପାଉ ନଥିବା କମ୍ପାନୀ ନିର୍ବାଚନୀ ବଣ୍ଡରେ ବିଜେପିକୁ ଟଙ୍କା ଦେଉଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.