ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

‘ଏସିଆ ପାୱାର୍‌ ଇଣ୍ଡେକ୍ସ’ରେ ‘ଭାରତ’ ତୃତୀୟ ମହାଶକ୍ତ, ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟରେ ଚୀନ୍‌

ନୂଆଦିଲ୍ଲୀ,୨୬/୦୯: ଭୁ-ରାଜନୈତିକ  ଅସ୍ଥିରତା ଏବଂ ଅନ୍ୟାନ୍ୟ ବାହ୍ୟ ସମସ୍ୟା ସତ୍ତେ୍ୱ  ମଜଭୁତ ଅଭିବୃଦ୍ଧି ଏବଂ ଦୃଢ଼ ସାମର୍ଥ ସହିତ  ଏସିଆରେ ତୃତୀୟ ମହାଶକ୍ତି ପାଲଟିଛି ଭାରତ ।  ‘ଏସିଆ ପାୱାର୍‌ ଇଣ୍ଡେକ୍ସ’ରେ ଏହା ପ୍ରଦାନ  କରିଛି ଲମ୍ବା ଲମ୍ଫ । ଆଞ୍ଚଳିକ ଶକ୍ତି ମାନ୍ୟତାରେ  ଭାରତର କ୍ରମାଗତ ଉନ୍ନତିକୁ ଏହି ଇଣ୍ଡେକ୍ସରେ  ଦର୍ଶାଯାଇଛି । ଗତିଶୀଳ ଅଭିବୃଦ୍ଧି, ଯୁବ  ଜନସଂଖ୍ୟା ଏବଂ ସମ୍ପ୍ରସାରିତ ଅର୍ଥବ୍ୟବସ୍ଥା ଯୋଗୁ  ଦେଶର ପ୍ରଭାବ ବଢ଼ିଛି । ରୁଷ ଏବଂ ଜାପାନକୁ  ପଛରେ ପକାଇ ‘ଏସିଆ ପାୱାର୍‌ ଇଣ୍ଡେକ୍ସ’ରେ  ତୃତୀୟ ମହାଶକ୍ତିର ମୁକୁଟ ପିନ୍ଧିଛି ଭାରତ ।  ବୁଧବାର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ  ପକ୍ଷରୁ ଜାରି ବିବୃତିରେ ଏ ସୂଚନା ଦିଆଯାଇଛି ।  

ଏସିଆରେ ଦବ୍‌ଦବା ରଖିଥିବା ରାଷ୍ଟ୍ରଗୁଡ଼ିକ  ମଧ୍ୟରେ ପ୍ରଥମ ସ୍ଥାନରେ ଆମେରିକା ଥିବାବେଳେ  ଦ୍ୱିତୀୟ ସ୍ଥାନରେ ଅଛି ଚୀନ୍‌ । ଅଷ୍ଟ୍ରେଲିଆର  ଲୋଇ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଜାରି କରାଯାଇଥିବା  ଏସିଆ ପାୱାର୍‌ ଇଣ୍ଡେକ୍ସରେ ଭାରତର ନିକିତି  ଭାରୀ ରହିଛି । ରିପୋର୍ଟ ଅନୁସାରେ, ଜାପାନର  ଆର୍ଥିକ ଶକ୍ତି କମିବା ଫଳରେ ଏହାର କ୍ଷମତା  ହ୍ରାସ ପାଇଛି ଓ ଏହା ଚତୁର୍ଥ ସ୍ଥାନକୁ ଖସିଆସିଛି । 

ତାଲିକାରେ ଭାରତର ଉତ୍ତମ ପ୍ରଦର୍ଶନର  ଅନେକ କାରଣ ରହିଛି । ସେଗୁଡ଼ିକ ହେଲା  ମହାମାରୀ ପରବର୍ତ୍ତୀ ଆର୍ଥିକ ସୁଧାରରେ  ଦେଶର ଉଲ୍ଲେଖନୀୟ ପ୍ରଦର୍ଶନ । ଯାହା ଏହାର  ଆର୍ଥିକ କ୍ଷମତାକୁ ୪.୨ ପଏଣ୍ଟ ବଢ଼ାଇଛି ।  ଦେଶର ମଜଭୁତ ଜିଡିପି ଅଭିବୃଦ୍ଧି ଏବଂ କ୍ରୟ  କ୍ଷମତା ସମାନତା(ପିପିପି)ରେ ବିଶ୍ୱର ତୃତୀୟ  ବୃହତ୍‌ ଅର୍ଥନୀତିର ମାନ୍ୟତା ଭାରତର ଶକ୍ତିକୁ  ବଢ଼ାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  ମହାମାରୀ ପରେ ଭାରତରେ ଦେଖାଦେଇଥିବା  ଦ୍ରୁତ ଆର୍ଥିକ ସୁଧାର ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୪ରେ ସ୍ପଷ୍ଟ ପ୍ରତିଫଳିତ ହୋଇଥିବା ସୂଚନା  ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।  

ଭାରତର ଭବିଷ୍ୟତ ସମ୍ବଳ ସ୍କୋର ୮.୨  ପଏଣ୍ଟ ବୃଦ୍ଧି ପାଇଛି । ଚୀନ୍‌ ଏବଂ ଜାପାନରେ  ବୃଦ୍ଧ ଜନସଂଖ୍ୟା ବଢୁଥିବାବେଳେ ଭାରତର  ଯୁବ ବଳ ଅର୍ଥନୀତି ପାଇଁ ଦୃଢ଼ ଆଶା ସଞ୍ଚାର  କରିଛି । ଆଗାମୀ ଦଶନ୍ଧିରେ ଦେଶର ଅର୍ଥନୈତିକ  ଅଭିବୃଦ୍ଧି ଏବଂ ମାନବ ସମ୍ବଳ ବିକାଶରେ ଯୁବବଳ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି  ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ  ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି ।  

ଭାରତର ଗୋଷ୍ଠୀ ନିରପେକ୍ଷ ରଣନୀତିକ  ଆଭିମୁଖ୍ୟ ନୂଆଦିଲ୍ଲୀକୁ ଜଟିଳ ଅନ୍ତର୍ଜାତୀୟ  ଜଳସୀମାରେ ପ୍ରଭାବଶାଳୀ ଢଙ୍ଗରେ ଯାତାୟାତ କରିବାକୁ ଅନୁମତି ଦେଇଛି । ୨୦୨୩ରେ କୂଟନୀତିକ ସମ୍ପର୍କ ସ୍ଥାପନ  କ୍ଷେତ୍ରରେ ଭାରତ ଷଷ୍ଠ ସ୍ଥାନରେ ରହିଛି, ଯାହା  ବହୁପକ୍ଷୀୟ ମଞ୍ଚରେ ସକ୍ରିୟ ଯୋଗଦାନକୁ  ପ୍ରତିଫଳିତ କରୁଛି । 

ଏହାବ୍ୟତୀତ ଭାରତର  ବିଶାଳ ଜନସଂଖ୍ୟା ଏବଂ ଆର୍ଥିକ ସାମର୍ଥ୍ୟ ମଧ୍ୟ ଏଥିପାଇଁ ଯଥେଷ୍ଟ ସମ୍ଭାବନା ସୃଷ୍ଟି କରିଛି । ସାଂସ୍କୃତିକ  ପ୍ରଭାବ ଦୃଷ୍ଟିରୁ ଭାରତର ସ୍କୋର ମଧ୍ୟ ଅପେକ୍ଷାକୃତ ସୁଦୃଢ଼ ରହିଛି ।  ଏହାବ୍ୟତୀତ ବହୁପକ୍ଷୀୟ କୂଟନୀତି ଏବଂ ସୁରକ୍ଷା ସହଯୋଗରେ  ଭାରତର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଛି । ଆଲୋଚନାରେ ଭାରତର  ଅଂଶଗ୍ରହଣ ଏବଂ କ୍ୱାଡ୍‌ରେ ଏହାର ନେତୃତ୍ୱ ଆନୁଷ୍ଠାନିକ ସାମରିକ  ମେଣ୍ଟ ବାହାରେ ଥିଲେ ମଧ୍ୟ ଆଞ୍ଚଳିକ ନିରାପତ୍ତା ଗତିଶୀଳତାରେ ଏକ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଅନୁମତି ଦେଇଛି । 

୨୦୨୪ ଏସିଆ ପାୱାର ଇଣ୍ଡେକ୍ସରେ ଭାରତକୁ ଏସିଆରେ ଏକ  ପ୍ରଭାବଶାଳୀ ଶକ୍ତି ଭାବେ ଦର୍ଶାଯାଇଛି । ଦେଶର ଯଥେଷ୍ଟ ସମ୍ବଳ ଭିତ୍ତିଭୂମି  ଏହାକୁ ଭବିଷ୍ୟତର ଅଭିବୃଦ୍ଧି ପାଇଁ ପ୍ରଚୁର ସମ୍ଭାବନା ପ୍ରଦାନ କରୁଛ ।  ବିଶେଷକରି ଭାରତର ବଢୁଥିବା କୂଟନୈତିକ ପ୍ରଭାବ ଏବଂ ଏହାର  ରଣନୀତିକ ସ୍ୱାଧୀନତା ଏହାକୁ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ  ଏକ ପ୍ରମୁଖ ଅଂଶୀଦାର କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । 

ପ୍ରକାଶଯୋଗ୍ୟ, ଏସିଆ ପାୱାର ଇଣ୍ଡେକ୍ସକୁ ପ୍ରତିବର୍ଷ ଜାରି  କରାଯାଇଥାଏ । ବାହ୍ୟ ଭୁ-ରାଜନୈତିକ ଆହ୍ୱାନଗୁଡ଼ିକୁ ସାମ୍ନା କରିବା  ପାଇଁ ରାଷ୍ଟ୍ରଗୁଡ଼ିକର ସାମର୍ଥ୍ୟ ଆଧାରରେ ସେମାନଙ୍କୁ ରାଙ୍କ ପ୍ରଦାନ  କରାଯାଇଥାଏ । ଦେଶଗୁଡ଼ିକର ଅର୍ଥନୈତିକ ସାମର୍ଥ୍ୟ, ସେନାବାହିନୀ କ୍ଷମତା ଏବଂ କୁଟନୈତିକ ପ୍ରଭାବ ସହିତ ୮ଟି ପ୍ରମୁଖ ମାପକକୁ ଦେଖି  ପ୍ରତ୍ୟେକ ରାଷ୍ଟ୍ରର ସାମର୍ଥ୍ୟକୁ ଆକଳନ କରାଯାଇଥାଏ । ଏଥିରେ ଏସିଆ  ପ୍ରଶାନ୍ତ ଅଞ୍ଚଳର ୨୭ଟି ଦେଶର କ୍ଷମତାକୁ ମପାଯାଇଥାଏ । ତାଲିକାରେ  ଅଷ୍ଟ୍ରେଲିଆକୁ ପଞ୍ଚମ ଏବଂ ୟୁକ୍ରେନ ସହ ଯୁଦ୍ଧରେ ମାତିଥିବା ରୁଷକୁ  ଷଷ୍ଠ ସ୍ଥାନ ମିଳିଛି । ୨୦୧୮ରୁ ଲୋଇ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଏ ତାଲିକା  ପ୍ରକାଶ ପାଇଆସୁଛି ।   

ଚଳିତ ସଂସ୍କରଣରେ ଆମେରିକାକୁ ୮୧.୭, ଚୀନ୍‌କୁ ୭୨.୭ ଏବଂ  ଜାପାନକୁ ୩୮.୯ ପଏଣ୍ଟ ମିଳିଛି । ତେବେ ପାକିସ୍ତାନକୁ ମାତ୍ର ୧୪.୬ ପଏଣ୍ଟ ମିଳିଛି ଏବଂ ଏହା ତାଲିକାରେ ୧୬ ନମ୍ବରରେ ରହିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.