ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଅପରେସନ୍ ‘ସାଗର ମନ୍ଥନ’କୁ ନେଇ ଏନ୍‌ସିବିର ବଡ଼ ଖୁଲାସା, ଦାଉଦର ସହଯୋଗୀର କହିବା ଅନୁସାରେ ଭାରତକୁ ଆସିଥିଲା ଡ୍ରଗ୍ସ

ନୂଆଦିଲ୍ଲୀ,୧।୩: ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ ବୁଧବାର ଅପରେସନ୍‌ ସାଗର ମନ୍ଥନ ଅନୁସାରେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଥିଲା। ଏହା ପୂର୍ବରୁ ଏନ୍‌ସିବି କେବଳ ସ୍ଥଳ ଭାଗରେ ଡ୍ରଗ୍ସକୁ ନେଇ ଅପରେସନ୍ କରୁଥିଲା, କିନ୍ତୁ ଏହି ଅପରେସନ ନୌସେନା ଓ ଗୁଜରାଟ ଏଟିଏସ୍‌ ସାହାଯ୍ୟରେ ଏନସିବି ୩୩୦୦ କେଜି ଡ୍ରଗ୍ସ ଜବତ କରି ଇତିହାସ ସୃଷ୍ଟି କରିଛି।

ଏହି ଡ୍ରଗ୍ସର ମୂଲ୍ୟ ଇଣ୍ଟରନ୍ୟାସନାଲ ମାର୍କେଟରେ ୧୩୦୦ କୋଟି ଟଙ୍କା ପାଖାପାଖି ରହିଛି। ଏହି ମାମଲାରେ ଏନ୍‌ସିବି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଯେଉଁଥିରେ ଜଣେ ପାକିସ୍ତାନୀ ଓ ୪ ଇରାନର ଅଛନ୍ତି। ଅଭିଯୁକ୍ତଙ୍କୁ ପଚରା ଉଚରା ବେଳେ ଜଣାପଡିଥିଲା ଏତେ ପରିମାଣରେ ଡ୍ରଗ୍ସ ଚୋରା ଚାଲାଣ ପଛରେ ଦାଉଦ ଇବ୍ରାହିମ୍‌ର ଘନିଷ୍ଠ ହାଜି ସଲିମର ହାତ ରହିଛି। ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଏନସିବିର କୌଣସି କେସ୍‌ରେ ପାକିସ୍ତାନର ନାଁ ସାମନାକୁ ଆସିଛି। ଏହା ପୂର୍ବରୁ ମଧ୍ୟ ଏନସିବି ଯେଉଁ ଅପରେସନ୍‌ ସମୁଦ୍ରଗୁପ୍ତ ଚଳାଇଥିଲା, ସେଥିରେ ମଧ୍ୟ ଦାଉଦର ଘନିଷ୍ଠ ହାଜି ସଲିମ୍‌  ନାଁ ସାମନାକୁ ଆସିଥିଲା।

ଏନ୍‌ସିବି ଡିଡିଜି ଜ୍ଞାନେଶ୍ବର ସିଂହ କହିଛନ୍ତି, ପଚରା ଉଚରାରେ ପାକିସ୍ତାନ ନାଗରିକ ମହମ୍ମଦ ଚରିଜେ କହିଛି, ଏତେ ପରିମାଣରେ ଡ୍ରଗ୍ସ ହାଜି ମହମ୍ମଦର କହିବା ଅନୁସାରେ ସେ ଭାରତ ନେଇକି ଆସିଥିଲା। ଦାଉଦର ଘନିଷ୍ଠ ହାଜି ସଲିମ ସବୁଥର ନୂଆ ନାଁର ବ୍ୟବହାର କରୁଛି। ଏଥର ସେ ନିଜର ନାଁ ହାଜି ମହମ୍ମଦ ରଖିଥିଲା। କେବଳ ସେତିକି ନୁହେଁ ଏନସିବି ଯାହା ଜବତ କରିଛି, ସେଥିରୁ ମଧ୍ୟ ପାକିସ୍ତାନର ଷଡଯନ୍ତ୍ର ବିଷୟରେ ସ୍ପଷ୍ଟ ଜଣାପଡିଛି। ଡିଡିଜି ଜ୍ଞାନେଶ୍ବର ସିଂହ କହିଛନ୍ତି, ଏହି  ୫ ଜଣ ଲୋକ ଏକାଠି ଇରାନର ଚାବାହର ପୋର୍ଟରୁ ଭାରତ ଆଡକୁ ଆସିଥିଲେ। ପାକିସ୍ତାନ ଲଗାତାର ଭାରତ ବିରୋଧରେ ବଡ ଷଡଯନ୍ତ୍ର କରୁଛି। ଏଭଳି କରି ସେ ଭାରତର ଯୁବପୀଢିଙ୍କୁ ନିଶାଗ୍ରସ୍ତ କରିବାକୁ ଚାହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.