ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ହକିରେ ପଦାର୍ପଣ କରିଥିଲେ ଦୀପଗ୍ରେସ୍‌, ଅର୍ଜୁନ ପୁରସ୍କାରର ଅଧିକାରୀ

ଭୁବନେଶ୍ୱର, ୨୮।୧: ଭାରତ ତଥା ଓଡ଼ିଶାର ତାରକା ଡିଫେଣ୍ଡର ଦୀପଗ୍ରେସ୍‌ ଏକ୍କା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ସେ ଗତ ଶୁକ୍ରବାର ସୋସିଆଲ୍‌ ମିଡିଆରେ ଅବସର ନେବା ବିଷୟ ଘୋଷଣା କରିଥିଲେ । ଏହାପରେ ହକି ଇଣ୍ଡିଆ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ହକି ପ୍ରତି ତାଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲା । ଦୀପଗ୍ରେସ୍‌ ଲେଖିଥିଲେ, ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବାରୁ ନିଜକୁ ଗର୍ବିତ ମନେ କରୁଛି । ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ କ୍ୟାରିୟର ମୋ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସଫଳ ଯାତ୍ରା ପାଇଁ ମୁଁ ହକି ଇଣ୍ଡିଆ, ଓଡ଼ିଶା ହକି ସଂଘ, ରାଜ୍ୟ ସରକାର, ଭାରତ ସରକାର, ଭାରତୀୟ କ୍ରୀଡ଼ା ପ୍ରାଧୀକରଣ, ସାଥୀ ଖେଳାଳି, କୋଚ୍‌, ମେଣ୍ଟରଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ସୁନ୍ଦରଗଡ଼ ଜିଲ୍ଲାର ଲୁଲକିଡିହି ଗ୍ରାମରେ ଦୀପଗ୍ରେସଙ୍କ ଘର । ସେ ଜଣେ ଦକ୍ଷ ଡିଫେଣ୍ଡର ଏବଂ ପେନାଲ୍ଟି କର୍ଣ୍ଣର ସ୍ପେଶାଲିଷ୍ଟ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ ।  

୨୦୧୧ରେ ମାତ୍ର ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ହକିରେ ପଦାର୍ପଣ କରିଥିଲେ । ଏହାପରଠୁ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ଆର୍ଜେଣ୍ଟିନା ଗସ୍ତରେ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ପଦାର୍ପଣ କରିବା ପରେ ସେ ୧୮ବର୍ଷରୁ କମ୍‌ ବାଳିକା ଏସିଆ କପ୍‌ ଖେଳିଥିଲେ । ଏଥିରେ ପ୍ରଭାବୀ ପ୍ରଦର୍ଶନ ବଳରେ ସେ ଜାତୀୟ ଶିବିରରେ ସ୍ଥାନ ପାଇଥିଲେ । ୨୦୧୩ରେ ସେ ମହିଳା ଜୁନିୟର ହକି ବିଶ୍ୱକପ୍‌ (ଜର୍ମାନୀ)ରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଥିଲେ । ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଦୀପଗ୍ରେସ୍‌ ଚର୍ଚ୍ଚାର ପରିସରକୁ ଆସିଥିଲେ । ପରେ ପରେ ସେ ସିନିୟର ଦଳ ପକ୍ଷରୁ ମହିଳା ଏସିଆ କପ୍‌ ଖେଳିବା ସହ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହି ବର୍ଷ ସେ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳ ସଦସ୍ୟା ରହିଥିଲେ । ଭାରତୀୟ ହକି ପ୍ରତି ଦୀପଗ୍ରେସଙ୍କ ଅବଦାନ ଅତୁଳନୀୟ ରହିଛି । ସେ ଅଲିମ୍ପିକ୍ସରେ ଦୁଇ ଥର ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଛନ୍ତି । ମହିଳା ଦଳର ଦୀର୍ଘ ୩୬ ବର୍ଷ ପରେ ରିଓ ଅଲିମ୍ପିକ୍‌ (୨୦୧୬)କୁ ଯୋଗ୍ୟତା ହାସଲରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । 

ଗତ ଟୋକିଓ ଅଲିମ୍ପିକ୍‌ରେ ଭାରତ ପ୍ରଥମ ଥର ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା ଏବଂ ଐତିହାସିକ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ଏହି ଦଳରେ ସେ ସାମିଲ୍‌ ରହିଥିଲେ । ୨୦୧୧ରୁ ୨୦୨୩ ମଧ୍ୟରେ ଦୀପଗ୍ରେସ୍‌ ମୋଟ ୨୬୮ଟି ମ୍ୟାଚ୍‌ ଖେଳି ମୋଟ ୨୪ଟି ଗୋଲ୍‌ କରିଛନ୍ତି । କ୍ୟାରିୟର ମଧ୍ୟରେ ଏସିଆନ୍‌ ଗେମ୍ସରେ ୨ଟି ବ୍ରୋଞ୍ଜ, ଗୋଟିଏ ରୌପ୍ୟ ଜିତିଥିବାବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସେହିପରି ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ସେ ୨ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି । ଜାତୀୟ ସ୍ତରରେ ପ୍ରଭାବୀ ପ୍ରଦର୍ଶନ ପାଇଁ ୨୦୨୨ରେ ଦୀପଗ୍ରେସ ଅର୍ଜୁନ ପୁରସ୍କାର ପାଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.